Odisha news

୮ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ ,ଯୁବକ ଗିରଫ

0

ନିମାପଡ଼ା,୭/୧/ :  ଆଜି ନିମାପଡ଼ା ଜୟଗୁରୁ ଆଶ୍ରମ ଛକ କେନାଲ ବ୍ରିଜ ନିକଟରୁ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜଣେ ଯୁବକ ଠାରୁ ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚୋରା ବ୍ରାଉନ ସୁଗା ର ଜବତ କରାଯିବା ସହିତ ଯୁବକକୁ ଗିରଫ କରାଯାଇଛି ।ପୁରୀ ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ
ନିମାପଡା ଅବକାରୀ ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ବରେ ଏକଟିମ କେନାଲ ବ୍ରିଜ ପାଖରୁ ଶୁଭକାନ୍ତ ସେନାପତି (୩୨)କୁ ଗିରଫ କରି ତା ଠାରୁ ୮୨ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛନ୍ତି। ଚୋରା ବ୍ରାଉନ ସୁଗାର ବେପାରୀ ଯୁବକକୁ ନିମାପଡ଼ା କୋର୍ଟ ଚାଲାଣ କରାଯାଇଥିଲା । ତାର ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ – କାରଗାରକୁ ପଠାଇ ଦିଆଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ

Leave A Reply