ବାରଙ୍ଗ : ନୂଆବର୍ଷରେ ପ୍ରଥମେ ବିଲୁଆ ଓ ଲୋରିକିଟ ପକ୍ଷୀ ମୃତ୍ୟୁ ସାଙ୍ଗକୁ ଜିମ୍ପାଜି ଜୁଲୁ ଅସୁସ୍ଥତା କୁ ନେଇ ଚିନ୍ତାରେ ପଡ଼ିଥିବା କର୍ତ୍ତୃପକ୍ଷ ପାଇଁ ଖୁସି ଖବର ନେଇଆସିଛି ବାଘୁଣୀ ରୂପା । ନୂଆବର୍ଷ ରେ ନନ୍ଦନକାନନକୁ ଭେଟି ଦେଇଛି ତିନୋଟି ଶାବକ । ଧଳାବାଘୁଣୀ ରୁପା ଶୁକ୍ରବାରଦିନ ମା ହୋଇଛି ।ନନ୍ଦନକାନନକୁ ନୁଆ ସଦସ୍ୟର ଆଗମନ ହୋଇଛି ।ରୁପା ତାର ଦ୍ୱିତୀୟଗର୍ଭସ୍ଥ ସନ୍ତାନକୁ ଜନ୍ମଦେଇଛି ।ଯାହାଫଳରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିିଛି ।ରୁପା ଗର୍ଭ ଧାରଣ କରିଥିବାର ଜଣାପଡିବାପରେ ନନ୍ଦନକାନନ କର୍ତୁପକ୍ଷ ସଜାଗ ହୋଇଯାଇଥିଲେ ।ଉପନିର୍ଦ୍ଦେଶକ ସଞିତକୁମାରଙ୍କ ନିର୍ଦ୍ଦେଶ ମୁତାବକ ଜନ୍ତୁବିଭାଗ ଓ ଚିକିସ୍କମାନେ ରୁପାପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ । ସେ ରହୁଥିବା ୨୧ନଂ ଖୁଆଡରେ ଅଲଗାକରି ରଖିଥିଲେ ।ଏହି ଖୁଆଡ କୁ ସାଧାରଣ କର୍ମଚାରୀମାନଙ୍କ ଯାତାୟତକୁ ବାରଣ କରାଯିବାସହ ସିସିକ୍ୟାମେରା ଲଗାଯାଇ ରୁପାର ଗତିବିଧିଉପରେ ଲକ୍ଷ ରଖାଯାଇଥିଲା ।ଶେଷରେ ଶୁକ୍ରବାରଦିନ ତିନଟିଶାବକକୁ ଜନ୍ମଦେଇଥିଲା ରୁପା ।ଜନ୍ମିତ ଶାବକ ସୁସ୍ଥଥିବାର ଜଣାପଡିଥିବା ବେଳେ ଦୁଇଟି କଳା ଓ ଗୋଟିଏ ଧଳା ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ବାଘୁଣୀ ଶୁଭ ସହିତ ବାଘ କୁନ୍ଦନ ମିଳନ ହେବା ପରେ ଶୁଭ ମା ହେବାରୁ ବଞ୍ଚିତ ହୋଇଥିଲା କିନ୍ତୁ ଗତବର୍ଷ ସେପ୍ଟେମ୍ବର ୨୨ଓ୨୩ ତାରିଖରେ ସାଧାରଣ ମହାବଳ ଭାଇ ରାଜେଶ ସହ ଧଳାବାଘୁଣୀ ଭଉଣୀ ରୁପାର ମିଳନ ହୋଇଥିଲା । ଏହି ମିଳନ ସଫଳ ହୋଇଥିବାର ପରବର୍ତି ସମୟରେ ଜଣାପଡିଥିଲା । ତେବେ ନବଜାତକକୁ ମିଶାଇଲେ ନନ୍ଦକାନନରେ ବାଘସଂଖ୍ୟା ବୃଦ୍ଧିପାଇ ୨୮ରେ ପହଁଚିଛି