ନିରାକାରପୁର, ୬/୧: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମେଶ୍ବର ପଞ୍ଚାୟତ ଖଜୁରୀପଡ଼ା ସଂଖ୍ୟାଲଘୁ ସମ୍ପ୍ରଦାୟ ଜଣେ ଯୁବକ କିଛି ଦିନ ତଳେ ଏକ ହିନ୍ଦୁ ଯୁବକ ବାଇକରେ ଲାଗିଥିବା ହନୁମାନ ପତାକାକୁ ଭାଙ୍ଗି ଦେବା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ଅଞ୍ଚଳର ଅନ୍ୟ କିଛି ହିନ୍ଦୁ ସଙ୍ଗଠନ ବ୍ୟକ୍ତିମାନଙ୍କ ମଧ୍ୟରେ ତିକ୍ତତା ଦେଖାଯାଇଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଉଭୟ ଭିନ୍ନ ଭିନ୍ନ ମନ୍ତବ୍ୟ ପ୍ରଦାନ କରିବା ସହ ବଜାର ଘାଟ କୁ ଆସିବା ବୟକଟ କରିବା ଭଳି ପରିସ୍ଥିତି ଉପୁଜିଥିଲା। ଏଥି ପାଇଁ ଉତ୍ତେଜନା ଦେଖା ଦେବାରୁ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରିବା ସହ ଉଭୟ ଗୋଷ୍ଠୀର ଲୋକମାନଙ୍କୁ ଥାନାକୁ ଡ଼ାକି ଶାନ୍ତି ପାଇଁ ଖୋର୍ଦ୍ଧା ଉପଜିଲ୍ଲାପାଳ ଉଦ୍ୟମ କରିଥିଲେ। ଏହି ଭଳି ଘଟଣାର ସ୍ଥାୟୀ ସମାଧାନ ପାଇଁ ଆଜି ରାମେଶ୍ବର ପଞ୍ଚାୟତ ପରିସରରେ ଏକ ଆଞ୍ଚଳିକ ଶାନ୍ତି କମିଟି ଗଠନ କରାଯାଇ ଥିବା ସୂଚନା ମିଳିଛି। ଅନୁଷ୍ଠିତ ବୈଠକର ରାମେଶ୍ବର, ନିରାକାରପୁର , ଡିଆ ଓ ଲେଣ୍ଡୁ ପଞ୍ଚାୟତର ଶତାଧିକ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିବା ବେଳେ ହିନ୍ଦୁ ଓ ମୁସଲିମ ମାନଙ୍କ ମଧ୍ୟରୁ ୩୫ ଜଣଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରାଯାଇ ଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହି କମିଟି ଉପୁଜୁଥିବା ବିବାଦକୁ ପ୍ରଥମେ ସମାଧାନ ପାଇଁ ପଦକ୍ଷେପ ନେବେ ଯଦି କୌଣସି ସୁଫଳ ମିଳେ ଦେବେ ଦୋଷୀ ଆଇନ ଅନୁଯାୟୀ ଦଣ୍ଡିତ ହେବାପାଇଁ ଆଇନ ତାର ପଦକ୍ଷେପ ନେବାକୁ ଛାଡ଼ି ଦେବେ ବୋଲି ଜଣାପଡିଛି।ପୁନର୍ବାର ଏହି କମିଟିର ଦ୍ୱିତୀୟ ଓ ପୂର୍ଣ୍ଣାଙ୍ଗ ବୈଠକ ଆସନ୍ତା ଫ୍ରେବୃଆରୀ ୫ ରେ ବସିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।