ମୁମ୍ବାଇ : RRR ଷ୍ଟାର ରାମ ଚରଣ ଓ ତାଙ୍କ ପତ୍ନୀ ଖୁବ ଶୀଘ୍ର ମାତାପିତା ହେବାର ଖୁସି ଅନୁଭବ କରିବାକୁ ଯାଉଛନ୍ତି , ସେମାନେ ଏହି ସମ୍ବାଦ ସୋସିଆଲ ମିଡ଼ିଆ ଜରିଆରେ ଦେଇଛନ୍ତି l ରାମ ଚରଣ ଓ ତାଙ୍କ ପତ୍ନୀ ଉପାସନା କୋନିଡେଲା ପ୍ରେଗନାନ୍ସି କୁ ନେଇ ଗୋଟିଏ ପୋଷ୍ଟ ସେୟାର କରିଥିଲେ l ଏହାଛଡା ରାମ ଚରଣ ଙ୍କ ପିତା ପୂର୍ବତନ ସାଉଥ ସୁପର ଷ୍ଟାର ଚିରଞ୍ଜିବୀ ମଧ୍ୟ ଗୋଟିଏ ପୋଷ୍ଟ ସେୟାର କରିଥିଲେ , ଯେଉଁଥିରେ ସେ ଲେଖିଥିଲେ ‘ ଶ୍ରୀ ହନୁମାନଙ୍କ ଅସୀମ କୃପାରୁ , ମୁଁ ଏହା ଆପଣ ମାନଙ୍କୁ ସୂଚନା ଦେଇ ଖୁସି ହେଉଛି ଯେ ଉପାସନା ଓ ରାମ ଚରଣ ନିଜର ପ୍ରଥମ ସନ୍ତାନ ଆସିବାକୁ ନେଇ ଅଶାୟୀତ ଅଛନ୍ତି l ‘
ଏହି ପୋଷ୍ଟ ଟିରେ ଭଗବାନ ହନୁମାନ ଙ୍କ ଫଟୋ ମଧ୍ୟ ରହିଥିଲା l ଏହି ପୋଷ୍ଟ ଟିକୁ ରାମ ଚରଣ ମଧ୍ୟ ସେୟାର କରି ହାତ ଯୋଡିବା ସହିତ ଗୋଟିଏ ହାର୍ଟ ର ଇମୋଜୀ ଦେଇଥିଲେ l
ରାମଚରଣ ଓ ଉପାସନା ୨୦୧୨ ରେ ହାଇଦ୍ରାବାଦ ରେ ବିବାହ କରିଥିଲେ l କଥିତ ଭାବରେ ଉଭୟ ୧୦ ବର୍ଷ ପୂର୍ବରୁ ଗୋଟିଏ ସ୍ପୋର୍ଟ୍ସ କ୍ଲବ ରେ ମିଶିଥିଲେ l ଓ ଏହାପରେ ଉଭୟ ଉଭୟଙ୍କ ପ୍ରେମରେ ପଡି ଯାଇଥିଲେ l ୨୦୨୨ ରେ ରାମଚରଣ ଙ୍କ ପ୍ରଫେସନାଲ ଓ ପର୍ଶନଲ ଲାଇଫ ଖାସ ରହିଥିଲା l ଚଳିତ ବର୍ଷ ରାଜା ମଉଳି ନିର୍ଦେଶିତ RRR ଚଳଚିତ୍ର ଖୁବ ସୁପର ହିଟ ହୋଇଥିଲା l ଏହାଛଡା ସେ ନିଜର ବ୍ୟକ୍ତିଗତ ଜୀବନ ରେ ମଧ୍ୟ ପିତା ହେବାକୁ ଯାଉଛନ୍ତି l ରାମ ଚରଣ ଙ୍କ ପୁରା ନାମ ହେଉଛି କୋନିଡେଲା ରାମ ଚରଣ ତେଜା ଓ ଡାକ ନାମ ଚେରି ଅଟେ । ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ରେ ରାମ୍ ଚରଣ ଙ୍କ ପରିବାର ଖୁବ୍ ପ୍ରତିଷ୍ଠିତ ଅଟନ୍ତି ।
ରାମ ଚରଣ ଙ୍କ ପରିବାର ଚଳଚ୍ଚିତ୍ର ଜଗତ ସହିତ ଯୋଡ଼ି ହୋଇ ରହିଥିଲେ ସୁଧା , ତାଙ୍କର ପିଲାଟି ଦିନରୁ ଅଟମୋବାଇଲ ଇଞ୍ଜିନିୟର ହେବା ପାଇଁ ଇଚ୍ଛା ରଖିଥିଲେ । କିନ୍ତୁ ଧୀରେ ଧୀରେ ବଡ ହେବା ପରେ ପିତାମାତା ଙ୍କ ସଂସ୍ପର୍ଶରେ ଆସି ଚଳଚ୍ଚିତ୍ର ପ୍ରତି ମନୋବଳାଇ ଥିଲେ ।