Odisha news

ବାବା ବିଶ୍ବନାଥ ଶିବମନ୍ଦିର ରେ ଭିତିପ୍ରସ୍ତର ଶିଳା ସ୍ଥାପନ

0

ଢ଼େଙ୍କିକୋଟ ଠାରେ ଥିବା ବାବା ବିଶ୍ବନାଥ ଶିବମନ୍ଦିର ପରିସରରେ ଆଜି ନୂତନ ମୁର୍ତି ସ୍ଥାପନ ପାଇଁ ଭିତିପ୍ରସ୍ଥର ଶିଳା ସ୍ଥାପନ ପୁଜା କରାଯାଇଛି l ପୁରୀ ଜିଲ୍ଲାର ଦୁଇଜଣ ପୂଜକ ଅରୁଣ କୁମାର ପଣ୍ଡା ଓ ଦେବୀପ୍ରସାଦ ଦୀକ୍ଷିତ ଆଜି ଏକ ମlହେନ୍ଦ୍ର ବେଳାରେ ପୁଜାକାର୍ଯ୍ୟ ଆରମ୍ଭ କରିଥିଲେ l  ପ୍ରଥମେ ଭିତିପ୍ରସ୍ଥର ସ୍ତାପନ, ଭୂମି ପୁଜା,ଜଳଯାତ୍ରା କର୍ମ କରାଯାଇଥିଲା l ପରେ ପରେ ସୁର୍ଯ୍ୟ ପୁଜା,ସର୍ବ ଦେବା ଦେବୀ ପୁଜା, ଘଟ ମଣ୍ଡଳ,ବାସ୍ତୁ ପୁଜା,ଗ୍ରହ ପୁଜା,ଯଜ୍ଞ,ଆଳତି ଓ ପୁଷ୍ପାଂଜଳି ଅର୍ପଣ କରାଯାଇଥିଲା l କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ବାରହlଟିପୁରା ର ରମାକାନ୍ତ ପ୍ରଧାନ, ଶିବାନୀ ବେହେରା, ଓ ସାନ୍ଧ୍ୟରାଣୀ ବେହେରା l ବାବା ବିଶ୍ବନାଥ ଶିବମନ୍ଦିର ପୂଜକ ଅଦ୍ୱୈତ ଶତପଥୀ  ସର୍ବ ଦାଇତ୍ୱରେ ଥିଲେ l ତେବେ ମନ୍ଦିର ପରିସରରେ ବାବା ବିଶ୍ବନାଥ କଂ ନୂତନ ମୁର୍ତି ସ୍ଥାପନ ପାଇଁ ଭିତିପ୍ରସ୍ଥର ଶିଳା ସ୍ଥାପନ କାର୍ଯ୍ୟକ୍ରମ ରେ ଆଜି ବହୁ ମାନ୍ୟଗଣବ୍ୟକ୍ତି ସମେତ ସ୍ତାନିୟ ସାମ୍ବାଦିକ ମାନେ ଯୋଗଦେଇଥିଲେ  l

Govt
Leave A Reply