Odisha news

ଡ୍ରାଇଭର ସୃତି ଚାରଣ ସଭା ସଂଘ ପକ୍ଷରୁ ସହାୟତା

0

କଣାସ:୨୮/୧୧/୨୦୨୨ : ସ୍ବାସ୍ଥ୍ୟ ଗତ କାରଣ ଯୋଗୁ  ମୃତ୍ୟୁ ବରଣ କରିଥିବା କଣାସ ଗ୍ରାମର ଡ୍ରାଇଭର ସ୍ବର୍ଗତ ଅବଦୁଲ ଅନୁୱାର ଖାଁନଙ୍କ ଅକାଳ ମୃତ୍ୟୁ ଯୋଗୁ ତାଙ୍କ ସୃତିରେ କଣାସ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଏକ ସୃତି ଚାରଣ ସଭା  ଓ ନୀରବ ପ୍ରଥାନା କରାଯାଇଥିଲା ।ସଂଘର ସଦସ୍ୟମାନେ ଦଶହରା ପଡ଼ିଆରୁ  ଏକ କ୍ୟାଣ୍ଡେଲ ଶୋଭା ଯାତ୍ରା କରି କୁଞ୍ଜେଶ୍ଵରୀ ମନ୍ଦିରରେ ପହଞ୍ଚିଥିଲେ ସ୍ବର୍ଗତ ଅନୁୱାର୍ ଅମର ରହେ ସ୍ଲୋଗାନ ଦେଇଥିଲେ   ।ସ୍ୱର୍ଗତ ଅନୁୱାର  ଶାନ୍ତ ,ସରଳ ,ସଚୋଟ ଶୋଭାବର ମଣିଷ ଥିଲେ ବୋଲି ସଂଘ ସମ୍ପାଦକ ଭାରତ ବେହେରା କହିଥିଲେ ।ସରକାର ଡ୍ରାଇଭର ମାନଙ୍କ ଦୁଃଖ ସମସ୍ୟା ବିଚାରକୁ ନେଇ ସେମାନଙ୍କ ଦାବି ପୂରଣ ଦିଗରେ ସହାୟକ ହେବା ପାଇଁ ନିବେଦନ କରିଥିଲେ ।ସଂଘ ପକ୍ଷରୁ ୭୫,୫୧୧ଟଙ୍କା ଆଦାୟକରି ସ୍ବର୍ଗତ ଡ୍ରାଇଭର ବିଧବା ପତ୍ନୀଙ୍କୁ ପ୍ରଦାନ କରିଥିଲେ ।ଉକ୍ତ ସଭାରେ ଜିଲ୍ଲା ସଭାପତି ସମରେନ୍ଦ୍ର ମହାପାତ୍ର  ସମେତ ଶତାଧିକ ଡ୍ରାଇଭର ଯୋଗ ଦେଇଥିଲେ ।

Ad2
Leave A Reply