ପାରାଦୀପ୍ – ଆରମ୍ଭ ହେଲା ଦୁଇଦିନିଆ ଉପକୁଳ ସମରାଭ୍ଯାସ ସି ଭିଜିଲ | ଆଜି ସକାଳ 6 ଘଟିକା ଠାରୁ ଏହି ସମରାଭ୍ଯାସ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା କାଲି ସଂଧ୍ୟା ପର୍ଯ୍ୟନ୍ତ ଚାଲିବ | ଏହି ସମରାଭ୍ଯାସ ରେ ନାଭାଲ୍ , ଭାରତୀୟ ତଟରକ୍ଷୀ , ପୋଲିସ , ବନ ବିଭାଗ , ମତ୍ସ୍ୟ ବିଭାଗ , ଓଡ୍ରାଫ ଟିମ୍ ମିଶିଥିବା ଓ ବ୍ଲୁ ଟିମ୍ ଏବ୍ଂ ରେଡ୍ ଟିମ୍ ଦୁଇଟି ଟିମ୍ ହୋଇଥିବା ଜଣାପଡିଛି | 20 ପୋଲିସ ଅଫିସର , ଚାରି ପ୍ଲାଟୁନ ପୋଲିସ ଫୋର୍ସ ଓ 45 ଜଣ ପୋଲିସ କନେଷ୍ଟବଳ ହାବିଲଦାର ଙ୍କୁ ନିୟୋଜିତ କରାଯାଇଥିବା ବେଳେ ବାହ୍ୟ ଶତୃ କବଳ ରୁ କିଭଳି ଦେଶ କୁ ରକ୍ଷା କରିହେବ ତାହାକୁ ନେଇ ସମରାଭ୍ଯାସ ଚାଲୁଥିବା କୁହାଯାଉଛି | 26/11 ମୁମ୍ବାଇ ଆକ୍ରମଣ ପରେ କେନ୍ଦ୍ର ଓ ରାଜ୍ଯ ସରକାର ଙ୍କ ଦ୍ଵାରା ଏହି ସମରାଭ୍ଯାସ ପ୍ରତିବର୍ଷ ହେଉଥିବା ଓ ଜଳପଥ ରେ କିଭଳି ବାହ୍ୟ ଶତୃ ପ୍ରବେଶ କଲେ ତାଙ୍କୁ ପ୍ରତିହତ କରିହେବ ସେନେଇ ବିଶେଷ ଭାବେ ଗୁରୁତ୍ଵ ଦିଆଯାଇଥାଏ | ଜଳପଥ ଓ ଏହାର ସୀମା ବର୍ତ୍ତୀ ଅଞ୍ଚଳ ରେ ବ୍ୟାପକ ପୋଲିସ ବ୍ୟବସ୍ତା କରାଯାଇଥିବା ଓ ସମୁଦ୍ର ଭିତରେ ସମସ୍ତଙ୍କୁ ତନ୍ନ ତନ୍ନ କରି ଚେକିଂ କରାଯାଉଥିବା ମଧ୍ଯ ଜଣାପଡିଛି | ସମୁଦ୍ର କୂଳ , ଛକ ବଜାର , ଗଲିକନ୍ଦି , ମାଛଧରା ବନ୍ଦର ଓ ସମୁଦ୍ର ଭିତରେ ମଧ୍ଯ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି |
