ଧରାକୋଟ ଥାନା ଛକ ନିକଟରେ ଆଜି ଅପରାହ୍ନ ଚାରିଟା ସମୟରେ ଏକ ପଲ୍ସର ବାଇକ ନମ୍ୱର ଓଡ଼ି 32 ବି 2319 ରେ ସୋରଡ଼ା ରୁ ଧରାକୋଟ ଆସୁଥିବା ଦୁଇଜଣ ସୀମାଚଳ ବାଡ଼ତ୍ୟା ଓ ଡଉଲ ନାୟକ ସହ ମୁଣ୍ଡମରାଇ ରୁ ନିରଞ୍ଜନ ଦାସ ନିଜର ଓମୀନି ଭ୍ୟାନ ଓଆର 05 ଏ ହେଚ୍ 5181କୁ ନେଇ ଆଦର୍ଶ ବିଦ୍ୟାଳୟ କୁ ଯାଉଥିବା ବେଳେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ପଲ୍ସର୍ ଆରୋହୀ ଦୁଇଜଣ ଗୁରୁତର ଆହତ ହେବାପରେ ତାଙ୍କୁ ପ୍ରଥମେ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।
