ଆଧୁନିକ ଯୁଗରେ ପ୍ଲାଷ୍ଟିକ ସାମଗ୍ରୀ ଉପରେ ମଣିଷ ଦିନକୁ ଦିନ ଅଧିକ ନିର୍ଭର ଶିଳ ହୋଇ ପଡ଼ୁଛି । ଆମ ଦୈନନ୍ଦିନ ଜୀବନରେ ବ୍ୟବହାର୍ଯ୍ୟ ଅଧିକାଂଶ ସାମଗ୍ରୀ ପ୍ଲାଷ୍ଟିକ ର ଅଟେ । ଯେଉଁଥିରେ ପ୍ଲାଷ୍ଟିକ ବୋତଲ ରୁ ଆରମ୍ଭ କରି ଟିଫିନ୍ ଡବା, ତେଲ ବୋତଲ , ଚାମଚ୍ ସବୁକିଛି ସାମିଲ ରହିଛି । ଆଜିକାଲି ବିଶେଷ ଭାବରେ ପ୍ଲାଷ୍ଟିକ ବୋତଲ ରେ ପାଣି ପିଇବା ଗୋଟିଏ ସାଧାରଣ କଥା ହୋଇ ଗଲାଣି । କେବେବି ଆମେ କୌଣସି ସ୍ଥାନକୁ ଯାଉଛୁ ପାଣି ପିଇବା ପାଇଁ ଦୋକାନ ରୁ ପାଣି ବୋତଲ ଟିଏ କିଣି ନେଉଛି।
କିନ୍ତୁ ଆମେ ଜାଣି ରଖିବା ଉଚିତ୍ ପ୍ଲାଷ୍ଟିକ ର ଦୁସପ୍ରଭାବ ପ୍ରକୃତି ବା ପର୍ଯ୍ୟବରଣ ଉପରେ ପଡ଼ିବା ସହିତ ମଣିଷ ଶରୀର ଉପରେ ମଧ୍ୟ ପଡୁଛି । ପ୍ଲାଷ୍ଟିକ ବୋତଲ ରେ ପାଣି ପିଇବା ଦ୍ଵାରା ଯେଉଁସବୁ ଅସୁବିଧା ହୋଇଥାଏ ଆମେ ନିହାତି ଜାଣି ରଖିବା ଉଚିତ୍ ।
– ମାଇକ୍ରୋ ପ୍ଲାଷ୍ଟିକ କଣ ?
ପ୍ଲାଷ୍ଟିକ ବୋତଲ ଯେତେବେଳେ ଖରା ବା ସୂର୍ଯ୍ୟ କିରଣ ର ଉତ୍ତାପ ସଂସ୍ପର୍ସ ଆସିଥାଏ ସେତେବେଳେ ଏହା ମାଇକ୍ରୋ ପ୍ଲାଷ୍ଟିକ ପରିଣତ ହୋଇଥାଏ । ଏହି ପ୍ଲାଷ୍ଟିକ ବୋତଲ ଗୁଡ଼ିକୁ ପୁନର୍ବାର ମଣିଷ ମାନଙ୍କ ଉଦ୍ଦେଶ୍ୟ ରେ ବ୍ୟବହାର କରାଯାଇଥାଏ । ଯାହାଦ୍ଵାରା ଏହି ମାଇକ୍ରୋ ପ୍ଲାଷ୍ଟିକ ର ଛୋଟ ଛୋଟ ଅଣୁ ଆମେ ପାଣି ପିଇବା ଦ୍ଵାରା ଆମ ଶରୀରକୁ ଯାଇଥାଏ ।
– ଏହି ମାଇକ୍ରୋ ପ୍ଲାଷ୍ଟିକ ଶରୀର ରେ ହର୍ମନସ କୁ ସନ୍ତୁଳିତ ରଖୁଥିବା ଏଣ୍ଡୋକ୍ରାଇନ୍ ସିଷ୍ଟମ କୁ ପ୍ରଭାବିତ କରିଥାଏ । ଯାହାଦ୍ଵାରା ଶରୀରରେ ଯୌନ ସମସ୍ୟା ମଧ୍ୟ ପ୍ରଭାବିତ ହୋଇଥାଏ ।
– ଏହି ମାଇକ୍ରୋ ପ୍ଲାଷ୍ଟିକ ଲିଭର୍ ଜନିତ ବିଭିନ୍ନ ସମସ୍ୟା, ଲିଭର୍ କ୍ୟାନ୍ସର ଓ ପଲ୍ମୋନରୀ କ୍ୟାନ୍ସର ର ମଧ୍ୟ ବିପଦ ବଢ଼ି ବାର ସମ୍ଭାବନା ରହିଥାଏ ।
– ପ୍ଲାଷ୍ଟିକ ରେ ବିଶେଷ ଭାବରେ ସୀସା, କେଡ଼ମୀୟମ୍ ଓ ମର୍କ୍ୟୁରି ରହିଥାଏ । ଯାହା ଶରୀରରେ କ୍ୟାନ୍ସର ସମସ୍ୟାର କାରଣ ହୋଇଥାଏ । ବିଶେଷ ଭାବରେ ଏହାଦ୍ବାରା ଛୋଟ ପିଲା ଅଧିକ ପ୍ରଭାବିତ ହୋଇ ଥାଆନ୍ତି ।
– ପ୍ଲାଷ୍ଟିକ ବୋତଲ ଦୀର୍ଘ ଦିନ ପର୍ଯ୍ୟନ୍ତ ବ୍ୟବହାର କରିବା ଦ୍ଵାରା ରୋଗ ପ୍ରତିରୋଧକ କ୍ଷମତା ବାଧାପ୍ରାପ୍ତ ହୋଇଥାଏ । ଯେଉଁ କାରଣରୁ ସଂକ୍ରମଣ ଜନିତ ବିଭିନ୍ନ ପ୍ରକାର ରୋଗ ଦ୍ଵାରା ଆପଣ ସଂକ୍ରମିତ ହୋଇ ଥାଆନ୍ତି ।
– ପ୍ଲାଷ୍ଟିକ ବୋତଲ ରେ ମହିଳା ମାନଙ୍କ ସ୍ତନ କର୍କଟ ରୋଗ ର କାରଣ ହୋଇଥାଏ ବୋଲି ନିକଟରେ ହୋଇଥିବା ଗୋଟିଏ ଗବେଷଣା ରୁ ଜଣା ପଡ଼ିଛି । ଏହାଛଡା କୋଲନ କ୍ୟାନ୍ସର ଓ ଓଭାରି ସମ୍ବନ୍ଧୀୟ ବିଭିନ୍ନ ରୋଗ ଦେଖା ଯାଇଥାଏ । ତେଣୁ ମହିଳା ମାନେ ଏଥି ପ୍ରତି ବିଶେଷ ସତର୍କ ରହିବା ଆବଶ୍ୟକ।
– ପ୍ଲାଷ୍ଟିକ ଜିନିଷ ବିଶେଷ ଭାବରେ ଛୋଟ ପିଲା ଓ ବୟସ୍କ ଲୋକଙ୍କୁ ଅଧିକ ପ୍ରଭାବିତ କରିଥାଏ । ପ୍ଲାଷ୍ଟିକ ବୋତଲ ବ୍ୟବହାର ଦ୍ଵାରା ବୟସ୍କ ଓ ଛୋଟ ପିଲା ନିୟମିତ ବିଭିନ୍ନ ପ୍ରକାର ରୋଗ ରେ ପ୍ରଭାବିତ ହୋଇ ଥାଆନ୍ତି ।
ଯେପରିକି ବୟସ୍କ ମାନଙ୍କ ନିକଟରେ ଗ୍ୟାସ୍ ସମସ୍ୟା , ଏସିଡିଟି, ରକ୍ତଚାପ ସମସ୍ୟା ଦେଖାଦିଏ । ଏବଂ ଛୋଟ ପିଲାଙ୍କ ନିକଟରେ କାଶ, ଶ୍ୱାସ, କଫ, ଥଣ୍ଡା ଓ ପେଟ ସଂକ୍ରମଣ ସମସ୍ୟା ଅଧିକ ଦେଖା ଦେଇଥାଏ ।
– ବୈଜ୍ଞାନିକ ଙ୍କ ମତରେ ଯଦି ମଣିଷ ପ୍ଲାଷ୍ଟିକ ବ୍ୟବହାର କରିବା ବନ୍ଦ୍ କରିଦେବ ତେବେ ସେ ୬୦ ପ୍ରତିଶତ ମାରାତ୍ମକ ରୋଗ ଠାରୁ ଦୂରେଇ ଯିବ । ତେଣୁ ଆମେ ସେଥିପ୍ରତି ସତର୍କ ରହିବା ଜରୁରୀ ।