Odisha news

ରାସ୍ତା କଡ଼ରୁ କ୍ରାସ ବାରିୟର ଚୋରି ଅଭିଯୋଗରେ ଜଣେ କୋର୍ଟ ଚାଲାଣ

0
ଜମନକିରା,୧୧/୧୧: ଭୋଜପୁର ଠୁ ଜମନକିରା ରାସ୍ତା ମଧ୍ୟରେ ଆରଆଣ୍ଡବି ସଂସ୍ଥା ପକ୍ଷରୁ ୧ ବର୍ଷ ତଳେ ଅନେକ ସ୍ଥାନରେ ଲୁହାର ବାରିକେଟ ଲଗାଯାଇଥିଲା କିନ୍ତୁ ସେ ସମୟରେ ସଂସ୍ଥା ପକ୍ଷରୁ ଖାମଖିଆଲି ମୋନୋଭାବ ନେଇ କାର୍ଯ୍ୟ କରଯାଇଥିବା ବେଳେ ଅନେକ ସ୍ଥାନରେ ଲୁହା ବାରିକେଟ ଏବଂ ସୂଚନା ବୋର୍ଡ ଗୁଡିକ ଚୋରି ହେଇଯାଇଛି। ବିଭାଗ ପକ୍ଷରୁ ଏତଲା ପରେ ପୋଲିସ ଛନଭିନ କରି ଆଜି କତରବଗା ଥାନା ଲଇଡା ପଂଚାୟତ ବିନ୍ଦୁଡ଼ିହି ବାସୁଦେବ ବାଗ ( ୪୫) କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ତେବେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇ ଦିଆଯାଇଛି। ୧୨୬/୨୨ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। କିଛି ଦିନ ହେବ ବିଭିନ୍ନ ଗଣାଧ୍ୟମରେ ଖବର ପ୍ରସାରିତ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
 ବିଳମ୍ବିତ ରାତ୍ରୀରେ ଲୁହା ଗୁଡିକ ଝଳେଇ ମାଧ୍ୟମରେ ଦୂର୍ବୁତ୍ତ ମାନେ ଚୋରି କରି ନେଇ ଯାଇଛନ୍ତି। ଲୁହା ବାରିକେଟରେ ଠିକ ଭାବରେ ନଟ କସା ଯାଇନଥିବାରୁ କେତେକ ସ୍ଥାନର ବାରିକେଟ ଚୋରି ହେଇଥିବା ବେଳେ କେତେକ ସ୍ଥାନରେ ବରିକେଟ ଗୁଡିକ ପଡ଼ି ରାସ୍ତାକୁ ଚାଲିଆସି ଥିଲା। ଏହା ବିଭାଗୀୟ କୁର୍ତ୍ତପକ୍ଷଙ୍କୁ ଆଗରୁ ମଧ୍ୟ ସତର୍କ କରଯାଇଥିବା ସତ୍ତ୍ୱେ କୁର୍ତ୍ତପକ୍ଷ ଖାମଖିଆଲି ନୀତି କିମ୍ବା ପୋଲିସର ଅବହେଳା ଯୋଗୁଁ ବହୁ ମୂଲ୍ୟର ଲୁହା ବଡ଼ ଆଜି ଗୁଡିକ ଚୋରି ହୋଇଯାଇଛି। ଅନେକ ସମୟରେ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ତଥା ଯାନ ବାହନ ଗୁଡିକ ଲମି ଆସିଥିବା ଲୁହା ବରିକେଟ ରେ ବାଡେଇ ହୋଇ ଖଣ୍ଡିଆ ଖାବରା ହେଉଥିବା ବେଳେ ଏବେ ଲୋକଂକ ଜିବନପ୍ରତି ବିପଦ ରହିଛି। ତୁରନ୍ତ ଆରଆଣ୍ଡବି ସଂସ୍ଥା ତୁରନ୍ତ ଠିକ ଭାବରେ ବରିକେଟ ଗୁଡିକ ଲଗାଇବା ପାଇଁ ଆଗରୁ ଚେତାବନୀ ଦିଆଯାଇଥିବା ବେଳେ ଏବେ ତାଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠୁଛି।
Leave A Reply