Odisha news

ଯାତ୍ରୀବାହି ବସ ଧକ୍କା ରେ ବୃଦ୍ଧ ମୃତ

0

ଆସିକା : ରାତି ପ୍ରାୟ ୯ ଟା ବେଳେ ଆସିକା ନିକଟସ୍ଥ ନଳବଣ୍ଟା ଗ୍ରାମ ଠାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ସେହି ଗ୍ରାମର ୭୫ ବର୍ଷୀୟ ବୃଦ୍ଧ ଗଜପତି ପ୍ରଧାନ  ଙ୍କ ଶୋଚନୀୟ ମୃତ୍ୟୁ ହୋଇଛି।ରାସ୍ତା ପାର ହେଉଥିବା ସମୟରେ  ମା ଦୁର୍ଗା ନାମକ ବସ ଧକ୍କା ଦେଇଥିଲା  l ଦୁର୍ଯାତ୍ରୀ ବାହି ବସ ଟି  ଭଞ୍ଜନଗର ରୁ ବ୍ରହ୍ଣପୁର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।  ପରିବାର ଓ ଗ୍ରାମବାସୀ ପକ୍ଷରୁ କ୍ଷତି ପୂରଣ ଦାବିରେ ରାସ୍ତା ରୋକ କରିଥିଲେ  l  ଖବର ପାଇ ପୋଲିସ ଘଟଣା ସ୍ଥଳରେ ପଂହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଥିଲେ  l  ଶବ କୁ ଜବତ କରି ପୋଲିସ ବ୍ୟବଛେଦ ପାଇଁ ଆସିକା ପଠା ଯାଇଥିବା ଜଣା ପଡିଛି  l

Nalco
Leave A Reply