Odisha news

ମହିଳା ମାନେ ରୁହନ୍ତୁ ସାବଧାନ : କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରୁଥିବା ହେୟାର ସ୍ପ୍ରେ ହୋଇପାରେ କ୍ୟାନ୍ସର ର କାରଣ

0

ଆଜିର ମର୍ଡନ ଲାଇଫ ଷ୍ଟାଇଲ ରେ ସ୍ଟ୍ରେଟ ହେୟାର ଫେସନ ର ଗୋଟିଏ ପାର୍ଟ ହୋଇ ସାରିଛି l ପାଠ ପଢ଼ୁଥିବା ଝିଅଙ୍କ ଠାରୁ ନେଇ ଘରୋଇ ଓ କର୍ମଜୀବି ମହିଳା ସଭିଙ୍କ ନିକଟରେ ସ୍ଟ୍ରେଟ ହେୟାର ଖୁବ ଆଦୃତ l କିନ୍ତୁ ନିକଟରେ ହୋଇଥିବା ଗୋଟିଏ ଗବେଷଣାରେ କୁହାଯାଇଛି ଯେ ଏହି ସ୍ଟ୍ରେଟ ହେୟାର ରେ ବ୍ୟବହୃତ ହେଉଥିବା ସ୍ପ୍ରେ କ୍ୟାନ୍ସର ର କାରଣ ହୋଇପାରେ l ଆମେରିକାର ଛପା ଯାଇଥିବା ଗୋଟିଏ ସୂଚନା ଅନୁସାରେ ଏହା ସାମ୍ନାକୁ ଆସିଛି l

* ଓଭାରିଆନ କ୍ୟାନ୍ସର ର କାରଣ ହୋଇପାରେ ହେୟାର ସ୍ପ୍ରେ –
ଆମେରିକାର ନେସନାଲ ଇନ୍ଷ୍ଟିଚ୍ୟୁଟ ଅଫ ହେଲ୍ଥ ର ଗୋଟିଏ ଅଧ୍ୟୟନ ଅନୁସାରେ କେଶ କୁ ସ୍ଟ୍ରେଟ କରୁଥିବା ସ୍ପ୍ରେ କ୍ୟାନ୍ସର ଭଳି ଗମ୍ଭୀର ରୋଗର କାରଣ ହୋଇପାରେ l ଏହି ଗବେଷଣା ରେ ଗୋଟିଏ ଡାଟା ପ୍ରସ୍ତୁତ କରାଯାଇ ଥିଲା l ଯେଉଁ ଡାଟା ଜରିଆରେ ଜଣା ପଡିଥିଲା ଯେ ୩୫ ବର୍ଷରୁ ୭୪ ବର୍ଷ ଆୟୁ ବର୍ଗର ମହିଳା ମାନଙ୍କ ନିକଟରେ ଓଭାରିଆନ କ୍ୟାନ୍ସର ସମସ୍ୟା ଅଧିକ ଦେଖା ଯାଉଥିଲା ଯେଉଁମାନେ ଅଧିକ ହେୟାର ସ୍ପ୍ରେ ବ୍ୟବହାର କରୁଥିଲେ l

* ଏହି ଅଧ୍ୟୟନ ରେ ଜଣା ପଡିଥିଲା ଯେ ହେୟାର ସ୍ଟ୍ରେଟନିଙ୍ଗ ର ସ୍ପ୍ରେ ରେ ଧିକ ମାତ୍ରାରେ କେମିକାଲ ର ବ୍ୟବହାର କରାଯାଇ ଥାଏ l ଏହି ଅଧ୍ୟୟନ ରେ ଏଭଳି ମହିଳା ୩୭୪ ଜଣ ଏଭଳି ମିଳିଥିଲେ ଯେଉଁ ମାନଙ୍କ ମଧ୍ୟରେ ଓଭାରିଆନ କ୍ୟାନ୍ସର ହେବାର ବିପଦ ଅଧିକ ରହିଥିଲା l ଯେଉଁ ମାନେକି ଦୀର୍ଘ ଦିନରୁ ହେୟାର ସ୍ଟ୍ରେଟ କରୁଥିବା ସ୍ପ୍ରେ କୁ ବହୁଳ ମାତ୍ରାରେ ବ୍ୟବହାର କରୁଥିଲେ l ଯେଉଁ ମହିଳାମାନେ ସ୍ପ୍ରେ ବ୍ୟବହାର କରୁ ନଥିଲେ ସେମାନଙ୍କ ମଧ୍ୟରେ ୭୦ ବର୍ଷ ପରେ ଓଭାରିଆନ କ୍ୟାନ୍ସର ହେବାର ସମ୍ଭାବନା ରହିଥିଲା l

* ହେୟାର ଜେଲ୍ ଓ ହେୟାର ସ୍ପ୍ରେ ରେ ବହୁଳ ମାତ୍ରାରେ କେମିକାଲ ରହିଥାଏ l ଯାହାକି ଚର୍ମ ରୋଗ ସହିତ ବିଭିନ୍ନ ପ୍ରକାର ରୋଗର କାରଣ ମଧ୍ୟ ହୋଇଥାଏ l ତେଣୁ ସେଥିପ୍ରତି ବିଶେଷ ଭାବରେ ଦୃଷ୍ଟି ଦେବା ଆବଶ୍ୟକ l ଏହାଛଡା ଚର୍ମ ରୋଗ ର ଉପଚାର କରି ହେଲେ ସୁଧା ଜୀବନ ସାରା ଏହା କିନ୍ତୁ ବିପଦ ପୁର୍ଣ ହୋଇଥାଏ l କିନ୍ତୁ କ୍ୟାନ୍ସର ଭଳି ଗମ୍ଭୀର ରୋଗ ରେ ଆକ୍ରାନ୍ତ ହେବା ଦ୍ୱାରା ଜୀବନ ବାଜି ଲାଗି ଯାଇଥାଏ l

Nalco
Leave A Reply