ଶୀତଋତୁ ଆସିବା ମାତ୍ରକେ ସବୁଜ ପାନିପରିବାର ଆସର ବଜାରରେ ଦେଖିବାକୁ ମିଳିଥାଏ l ଯାହା ମନକୁ ଖୁସି କରିଦିଏ l ସେହି ପରିବା ମାନଙ୍କ ମଧ୍ୟରୁ ଗୋଟିଏ ହେଲା ସବୁଜ ପତ୍ର ଯୁକ୍ତ ମେଥି ଶାଗ l ଆମ ମାନଙ୍କ ମଧ୍ୟରୁ ଖୁବ କମ ଲୋକ ଜାଣିଥିବେ ମେଥିଶାଗ ଖାଇବାର ସ୍ୱାସ୍ଥ୍ୟଗତ ଲାଭ ବିଷୟରେ l ଯେଉଁ ଶାଗ ଆମକୁ ଅନେକ ପ୍ରକାର ରୋଗ ଠାରୁ ଦୂରେଇ ରଖିଥାଏ l
– ମଧୁମେହ ରୋଗୀମାନେ ମେଥି ଶାଗ ଖାଇବା ଆବଶ୍ୟକ, ମେଥି ସାଗର ପତ୍ର ରେ ଫାଇବର ଗେଲେକ୍ଟୋ ମେନନ ରହିଥାଏ , ଯାହାକି ରକ୍ତରେ ଶର୍କରା ର ଅବଶୋଷଣ କୁ କମ କରିଥାଏ l
– ମେଥି ଶାଗ ଅନେକ ପ୍ରକାରର ପୋଷାକ ତତ୍ତ୍ୱରେ ଭରପୁର ହୋଇଥାଏ l ଏଥିରେ ଗେଲେକ୍ଟୋ ମେନନ ସହିତ ପୋଟାସିୟମ ରହିଥାଏ l ଯାହା ହୃଦୟ ର ଗତି ଓ ବ୍ଲଡ଼ ପ୍ରେସର କୁ ମଧ୍ୟ ନିୟନ୍ତ୍ରିତ କରିଥାଏ l
– ମେଥି ପତ୍ରରେ ଭିଟାମିନ କେ ଭରପୁର ମାତ୍ରା ରେ ରହିଥାଏ l ଯାହା ଅଷ୍ଟୀୟୋ ଟଫିକ ଗତିବିଧି କୁ ବଢ଼ିବାରେ ଭିଟାମିନ କେ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଥାଏ l ଯାହାକି ହାଡ଼କୁ ମଜୁବୁତ କରିଥାଏ l
– ମେଥି ଶାଗ ରେ ଫାଇବର ରହିଥିବା କାରଣରୁ ପାଚନ ସମ୍ବନ୍ଧୀୟ ସମସ୍ୟା ଠିକ ରହିଥାଏ l ଏହା ଗ୍ୟାସ, ଏସିଡ଼ିଟି, ପେଟ ଓଜନ ଲାଗିବା ସମସ୍ୟା ଇତ୍ୟାଦିକୁ ଠିକ କରିଥାଏ l
– ମେଥିଶାଗ ରେ ଖୁବ କମ କ୍ୟାଲୋରୀ ରହିଥିବା କାରଣରୁ ଏହାକୁ ଖାଇବା ଦ୍ୱାରା ଦୀର୍ଘ ସମୟ ଧରି ଭୋକ ଲାଗି ନଥାଏ l ତେଣୁ ଓଜନ ହ୍ରାସରେ ସାହାଯ୍ୟ କରିଥାଏ l
– ମେଥିଶାଗ ଆଣ୍ଟିଅକ୍ସିଡାଣ୍ଟ, ବିଟା କେରୋଟିନ ଓ ଭିଟାମିନ ସି ରେ ଭରପୁର ରହିଥିବା କାରଣରୁ ଶରୀରର ପ୍ରତିରକ୍ଷା ପ୍ରଣାଳୀ କୁ ମଜବୁତ କରିଥାଏ l ତେଣୁ ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରେ l
