ଭାରତୀୟ ପରମ୍ପରାର ଗୋଟିଏ ଖୁବ ପାଶ୍ଚାତ୍ୟ ମୁଖବାସ ହେଉଛି ପାନ l ଯାହା ଆମ ଭାରତୀୟ ବନ୍ଧୁ ଚର୍ଚାର ଖୁବ ମହତ୍ଵପୁର୍ଣ ଅଟେ, ଯେତେବେଳେ ଘରକୁ ଜଣେ କେହି ଅତିଥି ଆସି ଥାଆନ୍ତି ଆମେ ଚର୍ଚା କରିବା ପାଇଁ ଚା କପେ ସହିତ ପାନ ଖଣ୍ଡିଏ ଶ୍ରଦ୍ଧାରେ ପରସି ଦେଇଥାଉ l ସେହିଭଳି ଭାରତରେ ମହାଭାରତ ଓ ରାମାୟଣ ଯୁଗରୁ ପାନର ମହତ୍ୱ ରହି ଆସିଛି l ପାନର ଧାର୍ମିକ ମହତ୍ୱ ସହିତ ସ୍ୱାସ୍ଥ୍ୟଗତ ଗୁଣ ମଧ୍ୟ ରହିଛି l
ପାନର ସ୍ୱାସ୍ଥ୍ୟଗତ ଗୁଣ –
– କୋଷ୍ଠ କାଠିନ୍ୟ ସମସ୍ୟା ରେ ଶରୀର ବିବ୍ରତ ଲାଗିବା, ପେଟରେ ଗ୍ୟାସ ହେବା, ପେଟ ଓଜନ ଲାଗିବା, ଏପରି ସ୍ଥିତିରେ ରେ ଆପଣ ଭୋଜନ କରି ସାରିବା ପରେ ଖଣ୍ଡିଏ ପାନ ସେବନ କରନ୍ତୁ l ଏହି ପାନରେ ଚୂନ ଲାଗିବା ଉଚିତ ନୁହେଁ, ଏଥିରେ କେବଳ ଗୁଆ ଓ ପାନମଧୁରୀ ରହିବା ଆବଶ୍ୟକ l
– ପାନ ଖାଇବା ଦ୍ୱାରା ପେଟର ପିଏଚ ଲେବୁଲ ଠିକ ରହିଥାଏ l ଯାହାଦ୍ୱାରା ପେଟରେ ଜମା ହୋଇଥିବା ମଳ ବାହାରି ଯାଇଥାଏ l ଯେଉଁ ଲୋକମାନେ ପ୍ରତିଦିନ ରାତିରେ ଭୋଜନ ପରେ ପାନ ଓ ପାନମଧୁରୀ ସେବନ କରନ୍ତି ସେମାନଙ୍କ ନିକଟରେ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଇ ନଥାଏ l
– ଭୋକ ଯଦି କମ ଲାଗୁଛି ତେବେ ଏହାଦ୍ୱାରା ଆପଣଙ୍କ ପାଚନ ସମସ୍ୟା ପ୍ରଭାବିତ ହେଉଛି l ପାନ ପତ୍ର ରେ ରହିଥିବା ଅଣ୍ଟିଆକ୍ସିଡେଣ୍ଟ ଓ ଏଞ୍ଜାଇମ ପେଟର ପିଏଚ ସ୍ତରକୁ ବାଲାନ୍ସ କରିଥାଏ ଓ ପେଟ ସଫା କରି ଭୋକ ବଢାଇବାର ହର୍ମୋନ କୁ ଠିକ ରଖିଥାଏ l
– ପାନ ଚୋବାଇବା ଦ୍ୱାରା ଆମ ମୁଖ ଗହ୍ୱରର ଲାଳ ଗ୍ରନ୍ଥି ଅଧିକ ଆକ୍ଟିଭ ହୋଇଥାଏ ଓ ଅଧିକ ମାତ୍ରାରେ ଲାଳ ପ୍ରଡ୍ୟୁସ ହୋଇଥାଏ l ଏହି ଲାଳ ପାଚନ କୁ ଉନ୍ନତ କରିବା ସହିତ ଭୋକ ବୃଦ୍ଧି କରିଥାଏ l
– ପାନ ରାତ୍ରି ଭୋଜନ ପରେ ଖାଇବା ଦ୍ୱାରା ଗ୍ୟାସ, ଏସିଡ଼ିଟି , ବଦହଜମୀ ସମସ୍ୟା ଦୂର ହୋଇଥାଏ ଓ ଯଦି ଖାଇ ସାରିବା ପରେ ବାନ୍ତି ହେଉଛି ତେବେ ପାନ ରସ ଗୋଟିଏ ଚାମଚ ରେ ସାମାନ୍ୟ ମହୁ ମିଶାଇ ସେବନ କରିବା ଦ୍ୱାରା ଆରମ ମିଳିଥାଏ l
