Odisha news

ଶନି ଙ୍କ କଠୋର ଦଣ୍ଡରୁ ରକ୍ଷା ପାଇବା ପାଇଁ ଶନିବାର ସୂର୍ଯ୍ୟାସ୍ତ ପରେ ନିଶ୍ଚିନ୍ତ କରନ୍ତୁ ଏହି କାର୍ଯ୍ୟ. ପ୍ରତ୍ୟେକ ଯନ୍ତ୍ରଣା ରୁ ମିଳିବ ମୁକ୍ତି

0

ଶନିଦେବ ଙ୍କୁ ପୂଜା ଓ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ସବୁଠୁ ଉତ୍ତମ ଅଟେ l ଶନିବାର ଦିନ ଶନି ଙ୍କୁ ପୂଜାର୍ଚନା କରିବା ଦ୍ୱାରା ଜାତକ ରେ ଥିବା ଶନି କଷ୍ଟ ଦୂର ହୋଇଥାଏ l ଶନିଦେବ ଙ୍କ ପ୍ରକୃତ ପୂଜା ସୂର୍ଯ୍ୟୋଦୟ ପୂର୍ବରୁ କିମ୍ବା ସୂର୍ଯ୍ୟାସ୍ତ ପରେ କରାଯାଇ ଥାଏ l  କୁହାଯାଏ ଯେ ଶନିଦେବ ଙ୍କ ପୂଜା ସୂର୍ଯ୍ୟୋଦୟ ପରେ କରାଯାଏ ନାହିଁ l

* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିବାର ଦିନ ସୂର୍ଯ୍ୟାସ୍ତ ପରେ ଶନିଦେବ ଙ୍କ ଙ୍କ କୃପା ଲାଭ କରିବା ପାଇଁ ଶନି ଚାଳିଶା ପାଠ କରିବା ଆବଶ୍ୟକ l ଏହି ସମୟରେ ଗୋଟିଏ ରାଶି ତେଲ ଦୀପ ମଧ୍ୟ ଜଳାଇବା ଉଚିତ l

* ହିନ୍ଦୁ ଧର୍ମରେ ଦେବଦେବୀ ଙ୍କ ପୂଜା ସମୟରେ ତାଙ୍କ ଆରତୀ କରିବା ନିହାତି ଜରୁରୀ l ପ୍ରତି ଶନିବାର ଦିନ ସୂର୍ଯ୍ୟାସ୍ତ ପରେ ଶନିଦେବ  ଙ୍କ ଆରତୀ ପାଠ କରନ୍ତୁ l ଏହାଦ୍ୱାରା ଘରକୁ ସମୃଦ୍ଧି ଆସିଥାଏ ଓ ଜୀବନ ସୁଖମୟ ହୋଇଥାଏ l

* ମାନ୍ୟତା ଅନୁସାରେ ଶନିବାର ଦିନ ସୂର୍ଯ୍ୟାସ୍ତ ପରେ କୁକୁର କୁ ରୁଟି ଖାଇବାକୁ ଦେବା ଦ୍ୱାରା ଜୀବନ ର ଦୁଃଖ ଦୁର୍ଦଶା ଦୂର ହୋଇଥାଏ ଓ ଅର୍ଥହାନୀ ରୁ ମୁକ୍ତି ମିଳିଥାଏ l

* ଶନିବାର ଦିନ ସୂର୍ଯ୍ୟାସ୍ତ ପରେ ଶନିଦେବ ଙ୍କୁ ସ୍ମରଣ କରି ଓସ୍ତ ବୃକ୍ଷ ତଳେ ସୋରିଷ ତେଲର ଦୀପ ଅର୍ପଣ କରନ୍ତୁ l ଏପରି କରିବା ଦ୍ୱାରା ଶନି ଙ୍କ କୋପ ଦୃଷ୍ଟିରୁ ଦୂରେଇ ହୋଇ ରହିବେ l ଏହି ଦୀପ ରେ କଳା ରାଶି , ଲୁହା କଣ୍ଟା ପକାଇ ଅର୍ପଣ କରିବା ଆବଶ୍ୟକ l

IEC 2 years
Leave A Reply