Odisha news

ଗବେଷଣା କହୁଛି : ପିତାମାତାଙ୍କ କଠୋରତା ପରିବର୍ତନ କରି ଦେଇଥାଏ ପିଲା ମାନଙ୍କ ଆତ୍ମବିଶ୍ୱାସ, ବଡ ହେବାପରେ ପରିବେଶ ରେ ନିଜକୁ ଖାପଖୁଆଇ ଚଳି ପାରନ୍ତି ନାହିଁ

0

ପିଲାଙ୍କୁ ଅନୁଶାସନ ପାଳନ କରିବା ପାଇଁ ଶିଖାଇବା ଠିକ ଅଟେ, କିନ୍ତୁ ଟିକେ ସ୍ନେହ ରେ ଶିଖାଇବା ଉଚିତ l ପିଲା ବେଳରୁ ପିତାମାତାଙ୍କ କଠୋରତା ପିଲାଙ୍କୁ ମାନସିକ ଉତେଜନା ମଧ୍ୟରେ ରଖିଥାଏ  ଓ ଡିପ୍ରେସନ ର ଶିକାର କରାଇ ଥାଏ l ପିଲାମାନଙ୍କ ମସ୍ତିସ୍କ ଉପରେ ଗଭୀର ଚାପ ପକାଇଥାଏ l ନୂଆ ଅଧ୍ୟୟନ କହୁଛି ଯେ ପିତାମାତା ଙ୍କ କଠୋର ଅନୁଶାସନ କାରଣରୁ ପିଲାମାନେ ନିଜର ଆତ୍ମବିଶ୍ୱାସ ହରାଇ ଥାଆନ୍ତି l ବଡ଼ ହେବା ପରେ ମଧ୍ୟ ସେଥିରୁ ବାହାରି ପାରନ୍ତି ନାହିଁ l

* ପିଲାମାନଙ୍କ ଡିଏନଏ ବଦଳାଇ ପରେ ଆପଣଙ୍କ କ୍ରୋଧ –
ପିଲାମାନେ ଦୁଷ୍ଟାମୀ କଲେ ତାଙ୍କୁ କହିବା ଉଚିତ l କିନ୍ତୁ ତାଙ୍କପ୍ରତି ସର୍ବଦା କଠୋର ମନୋଭାବ ରଖିବା ତାଙ୍କ ମାନସିକ ସ୍ୱାସ୍ଥ୍ୟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବିତ କରିଥାଏ l ବୈଜ୍ଞାନିକ ମାନଙ୍କ ଗବେଷଣା ରେ କିଛି ପିଲାଙ୍କୁ ସାମିଲ କରିଥିଲେ l ସେଥିରେ ଦେଖିବାକୁ ମିଳିଥିଲା ୪.୫୦ ଲକ୍ଷ ପିଲାଙ୍କ ଉପରେ ପିତାମାତା ଙ୍କ କଠୋର ମନୋଭାବ ର ପ୍ରଭାବ ପଡିଥିଲା l ଏତିରେ ଦେଖିବାକୁ ମିଳିଥିଲା ଭୁଲି ଯାଇଥିବା କଥା ପୁନର୍ଜୀବିତ ହୋଇ ଉଠିଥିଲା l

* କଠୋର ଅନୁଶାସନ ଦ୍ୱାରା ଆଜିକାଲି ପିଲା ହେଉଛନ୍ତି ରୋଗ ଗ୍ରସ୍ତ –
ଏହି ଅଧ୍ୟୟନ ରେ ବୈଜ୍ଞାନିକ ମାନେ ଦାବି କରିଥିଲେ ଯେ ଯେଉଁ ପିଲାମାନେ ପିତାମାତା ଙ୍କ କଠୋର ଅନୁଶାସନ ରେ ରହିଛନ୍ତି ସେମାନେ କାହା ସହିତ ମିଶି ପାରୁ ନାହାନ୍ତି l ଏଭଳି ପିଲାମାନେ କାହାରି ସହ ଭାବନାତ୍ମକ ଭାବରେ ମିଶି ପାରନ୍ତିନି l ପାଠ ପଢ଼ାରେ ମଧ୍ୟ ମନ ଲାଗି ନଥାଏ l ବୈଜ୍ଞାନିକ ମାନଙ୍କ ଗବେଷଣାର ନିଷ୍କର୍ସ ଏହା ବାହାଇଥିଲା ଯେ ଛୋଟ ବେଳରୁ ଯେଉଁ ପିଲାଙ୍କୁ କଠୋର ଭାବରେ ଅନୁଶାସନ ରେ ରଖାଯାଇ ଥାଏ ସେମାନଙ୍କ ଶାରୀରିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ l ଏହାଦ୍ୱାରା ପିଲାମାନେ ଯିଦିଆ ଓ ରାଗି ହୋଇ ଥାଆନ୍ତି l ପିତାମାତା ଙ୍କ ନିକଟରୁ କଥା ଲୁଚାଇ ଥାଆନ୍ତି l ଧୀରେ ଧୀରେ ହିଂଶକ ହୋଇ ଯାଆନ୍ତି l

* ପିଲାମାନେ ମାନସିକ ଉତେଜନା ର ଶିକାର ହୁଅନ୍ତି –
ବିଶ୍ୱରେ ଆଜିକାଲି ୧୦ ଟି ପିଲା ମଧ୍ୟରୁ ଗୋଟିଏ ପିଲା ମାନସିକ ଉତେଜନା ର ଶିକାର ହେଉଛି l ୧୨ ରୁ ୧୬ ବର୍ଷ ମଧ୍ୟରେ ବେଲଜିୟମ ରେ ୨୩ ଟି ପୁଅ ଝିଅ ଙ୍କୁ ନେଇ ଅଧ୍ୟୟନ ହୋଇଥିଲା l  ସେମାନଙ୍କ ମଧ୍ୟରୁ ଅନେକ ପିଲା କହିଥିଲେ ଯେ ପିତାମାତା ତାଙ୍କ ସହିତ କଠୋର ଭାବରେ ବ୍ୟବହାର କରୁଛନ୍ତି ଓ ତାଙ୍କୁ ଶାରୀରିକ ଦଣ୍ଡ ମଧ୍ୟ ଦେଇ ଥାଆନ୍ତି l

Govt
Leave A Reply