ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଅକ୍ଟୋବର ୨୧ ତାରିଖ ଦିନ ଧାର୍ମିକ ଦୃଷ୍ଟିରୁ ଖୁବ ଶୁଭ ଅଟେ l ଏହିସମୟରେ ମାତା ଲକ୍ଷ୍ମୀଙ୍କୁ ଆରାଧନା କରିବାର ବିଶେସ ସଂଯୋଗ ଘଟିଥାଏ l ଆଜି ହେଉଛି ଏକାଦଶୀ, ଏକାଦଶୀ ତିଥି ଦିନଟି ଖୁବ ଶୁଭ ଅଟେ l ଏହିଦିନ ଟି ମାସର ଗୋଟିଏ ଶ୍ରେଷ୍ଠ ଦିନ ହୋଇ ଥିବାରୁ ବ୍ରତ ରଖାଯାଏ l
କାର୍ତିକ ମାସ କୃଷ୍ଣ ପକ୍ଷର ଏକାଦଶୀ କୁ ରମା ଏକାଦଶୀ କୁହାଯାଏ l ହିନ୍ଦୁ ମାନ୍ୟତା ଅନୁସାରେ ଏକାଦଶୀ ର ମହତ୍ୱ ମହାଭାରତ ସମୟରୁ ରହି ଆସିଛି l ଭଗବାନ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିର ଓ ଅର୍ଜୁନ ଙ୍କୁ ଏକାଦଶୀ ବ୍ରତର ଗୂଢ଼ ରହସ୍ୟ କହିଥିଲେ, ଭୀମ ମଧ୍ୟ ଏକାଦଶୀ ବ୍ରତ ରଖିଥିଲେ l
* ଏହିଦିନ ଘଟୁଛି ଲକ୍ଷ୍ମୀ ପୂଜା ର ଶୁଭ ସଂଯୋଗ -:
ଏକାଦଶୀ ତିଥି ଭଗବାନ ବିଷ୍ଣୁ ଙ୍କୁ ସମର୍ପିତ ଅଟେ l ତେଣୁ ପ୍ରାୟ ଅଧକାଂଶ ଲୋକ ଏହିଦିନ ବିଷ୍ଣୁ ଓ ଲକ୍ଷ୍ମୀଙ୍କୁ ପୂଜା କରି ଥାନ୍ତି , କାରଣ ଖୁବ ଶୁଭ ହୋଇଥାଏ ଏକାଦଶୀ ଦିନଟି l କାର୍ତିକ ମାସ ଗୋଟିଏ ପୁଣ୍ୟ ର ମାସ ଅଟେ, ମାନ୍ୟତା ଅନୁସାରେ କାର୍ତିକ ମାସ କୃଷ୍ଣ ପକ୍ଷ ଏକାଦଶୀ ଦିନଟି ବିଷ୍ଣୁ ଙ୍କ ସହିତ ଲକ୍ଷ୍ମୀଙ୍କୁ ପୂଜା କରିବା ର ଶୁଭ ଦିନ ଅଟେ l ଯେଉଁ ବ୍ୟକ୍ତି ଏହିଦିନ ଲକ୍ଷ୍ମୀ ଙ୍କୁ ପୂଜା କରିଥାଏ ଓ ବ୍ରତ କରିଥାଏ ତାର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ, ମାନ ସମ୍ମାନ ଲାଭ ହୋଇଥାଏ, ଏହାଛଡା ଆର୍ଥିକ ସଙ୍କଟ ଦୂର ହୋଇଥାଏ l
* କାର୍ତିକ ମାସ କୃଷ୍ଣ ପକ୍ଷ ଏହାଦଶୀ ତିଥିରେ ପୂର୍ବା ଫାଲଗୁନି ନକ୍ଷତ୍ର ଯୋଗ ଘଟିଥାଏ, ଏହି ନକ୍ଷତ୍ର ର ସ୍ୱାମୀ ଶୁକ୍ର ଅଟନ୍ତି l ଶୁକ୍ର ର ସମ୍ବନ୍ଧ ବିଳାସ ପୁର୍ଣ ଜୀବନ, ପ୍ରେମ, ସୁଖ ସୁବିଧା ମଧ୍ୟ ମିଳିଥାଏ l ପୂର୍ବା ଫାଲଗୁନି ନକ୍ଷତ୍ର କୁ ୧୧ ତମ ନକ୍ଷତ୍ର ବୋଲି ଧରା ଯାଇଥାଏ l
* ଏକାଦଶୀ ଦିନ ବିଷ୍ଣୁ ପୂଜା ସହିତ ଲକ୍ଷ୍ମୀ ପୂଜାର ମଧ୍ୟ ମହତ୍ୱ ରହିଥାଏ l ମାନ୍ୟତା ଅନୁସାରେ ଏକାଦଶୀ ରେ ଲକ୍ଷ୍ମୀଙ୍କୁ ଫଳ ଅର୍ପଣ କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ l
* ମାନ୍ୟତା ଅନୁସାରେ ମାତା ଲକ୍ଷ୍ମୀ ଏକାଦଶୀ ଦିନ ସନ୍ଧ୍ୟା ସମୟରେ ପୃଥିବୀ ରେ ଭ୍ରମଣ କରନ୍ତି ଓ ନିଜ ଭକ୍ତ ଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି l ଏହି କାରଣରୁ ଘରର ମୁଖ୍ୟ ଦ୍ୱାରରେ ଦୀପ ଜଳାଇବା ଶୁଭ ଅଟେ l
* ଏକାଦଶୀ ବ୍ରତ ସ୍ୱାମୀ ସ୍ତ୍ରୀ ଏକାଠି କରିବା ଆବଶ୍ୟକ l ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ l ମାନ୍ୟତା ଅନୁସାରେ ଏକାଦଶୀ ରେ ଅନ୍ନ ଭୋଜନ ନିଷେଧ ଅଟେ l
* ଏକାଦଶୀ ରେ ମା ଲକ୍ଷ୍ମୀଙ୍କ ନିକଟରେ ପାଠ କରନ୍ତୁ ଏହି ଦିବ୍ୟ ମନ୍ତ୍ର –
” ଓଂ ଜୟ ଲକ୍ଷ୍ମୀ ମାତା, ତୁମ ହି ଜଗ – ମାତା, ତୁମକୋ ନିଶିଦିନ ଧlବତ, ହରି ବିଷ୍ଣୁ ବିଧାତା l “