ବୁଗୁଡା : ତା ୧୬/୧୦/୨୨ : ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ବିଜେଡ଼ିର ନେତା ଓ କର୍ମୀଗଣ ନବୀନଙ୍କ ଗୁଣଗାନ ସହ ଦୀର୍ଘ ଜୀବନ କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡା ଏନ୍ଏସି ସଭାପତି କେ.ତ୍ରିଲୋଚନ ଦୋରା , ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ , ଛାତ୍ର ସଭାପତି ହର ପ୍ରସାଦ ମହାପାତ୍ର , ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ବ୍ଲକ ସଭାପତି ମଦନ ଗୋପାଳ ଦୋରା , ନୀଳ ମାଧବ ଆଚାରୀ , ମନୋରଞ୍ଜନ ଦାଶ , ଟୁକୁନା ଜେନାଙ୍କ ସମେତ ଦଳୀୟ ଜନପ୍ରତିନିଧି, ନେତା ଓ କର୍ମୀ ଉପସ୍ଥିତ ରହିଥିଲେ ।
