ନୂଆଦିଲ୍ଲୀ : ବୁଲଗେରିଆ ଜନ୍ମିତ ପ୍ରସିଧ ଭବିଷ୍ୟବେତା ବାବା ଭେଙ୍ଗା ଙ୍କ ଭବିଷ୍ୟବାଣୀ ସର୍ବଦା ଚର୍ଚାରେ ରହିଥାଏ l କାହିଁକି ନା ତାଙ୍କର ବର୍ତମାନ ପର୍ଯ୍ୟନ୍ତ ସମସ୍ତ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି l ବର୍ତମାନ ଗୋଟିଏ ୧୯ ବର୍ଷର ଝିଅ ସାମ୍ନା କୁ ଆସିଛନ୍ତି l ଯିଏକି ବାବା ଭେଙ୍ଗା ଙ୍କ ଭଳି ଭବିଷ୍ୟବାଣୀ କରୁଛନ୍ତି ଓ ବର୍ତମାନ ପର୍ଯ୍ୟନ୍ତ ତାଙ୍କର ଅନେକ କଥା ସତ୍ୟ ହୋଇଛି l
ଆମେରିକାରେ ମାଶାଚୁଷେଟସ ରେ ରହୁଥିବା ହେଇନା କେରୋଲ ଙ୍କ ଭବିଷ୍ୟବାଣୀ ଲଗାତାର ସତ୍ୟ ହେବାରେ ଲାଗିଛି l ନିକଟରେ ତାଙ୍କର ଅନେକ କେତେଗୁଡିଏ ଭବିଷ୍ୟବାଣୀ ସତ ହେବା ପରେ ଲୋକମାନେ ତାଙ୍କୁ ନୂତନ ଯୁଗର ବାବା ଭେଙ୍ଗା ବୋଲି କହିଥିଲେ l
୧୯ ବର୍ଷୀୟ ହେନା ଚଳିତ ବର୍ଷ ଆରମ୍ଭରେ ଭବିଷ୍ୟବାଣୀ କରିଥିଲେ l ଯେଉଁଥିରେଅନେକ ଗୁଡିଏ ସତ୍ୟ ହୋଇଥିଲା l ହେନା ବର୍ଷ ଆରମ୍ଭରୁ ବ୍ରିଟେନ ମହାରାଣୀ ଏଲିଯାବେଥ ଙ୍କ ନିଧନ ଭବିଷ୍ୟବାଣୀ କରିଥିଲେ l ଯାହା ସତ୍ୟ ହେଲା ଓ ଗତ ମାସରେ ମହାରାଣୀ ଙ୍କ ନିଧନ ହୋଇଥିଲା l ଏହାଛଡା ଭାରତୀୟ ଚଳଚିତ୍ର ର ଦେଶୀ ଗାର୍ଲ ଭାବରେ ପରିଚିତ ପ୍ରିୟଙ୍କା ଚୋପ୍ରା ଙ୍କ ମା ହେବା ସମ୍ବାଦ ଭବିଷ୍ୟବାଣୀ କରିଥିଲେ l
ମିଳିଥିବା ସୂଚନା ଅନୁସାରେ ହେନା ଙ୍କୁ ଚଳଚିତ୍ର ରେ ଅଧିକ ରୁଚି ରହିଛି l ତେଣୁ ଅଧିକାଂଶ ଭବିଷ୍ୟବାଣୀ ଚଳଚିତ୍ର ଦୁନିଆ ସହିତ ଜଡିତ l ହେଇନା ଆହୁରି ଅନେକ ଭବିଷ୍ୟବାଣୀ କରିଛନ୍ତି ଯାହାଙ୍କ ଉପରେ ଲୋକଙ୍କ ନଜର ରହିଛି l ଏହାଛଡା ହେଇନା ପପ ଇଣ୍ଡଷ୍ଟ୍ରି ର ଆହୁରି ଅନେକ ଭବିଷ୍ୟବାଣୀ କରିଛନ୍ତି l
