କାର୍ତିକ ମାସ ହେଉଛି ଧର୍ମର ମାସ, ଏହି ମାସରେ ଅନେକ ଗୁଡିଏ ପର୍ବପର୍ବାଣୀ ଅନୁଷ୍ଠିତ ହୋଇଥାଏ l କାର୍ତ୍ତିକ ମାସ ତ୍ରୟୋଦଶୀ ତିଥିରେ ଧନ୍ଵନ୍ତରୀ ଙ୍କ ଜୟନ୍ତୀ ଦିନ ଧନତେରସ ପାଳିତ ହୋଇଥାଏ l ଚଳିତ ବର୍ଷ ଅକ୍ଟୋବର ୨୩ ତାରିଖ ରବିବାର ଦିନ ଧନତେରସ ଉତ୍ସବ ପାଳିତ ହେବ l ତେଣୁ ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଏହିଦିନ ଆମେ କିଛି ନା କିଛି ବସ୍ତୁ ବା ଜିନିଷ ଘରକୁ ଆଣିବା ଶୁଭ ଅଟେ, ଯାହା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଦେଇଥାଏ l
ଆସନ୍ତୁ ଜାଣିବା ଧତେରାସ ରେ କେଉଁସବୁ ଜିନିଷ କିଣିବା ଶୁଭ ଅଟେ -:
* ଧନତେରସ ରେ ଶ୍ରୀଯନ୍ତ୍ର କାଣିବା ଖୁବ ଶୁଭ ଅଟେ l ଏହି ଯନ୍ତ୍ର ମା ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ଗ୍ରହଣ କରାଯାଇ ଥାଏ l ତେଣୁ ଯେଉଁ ଘରେ ଶ୍ରୀଯନ୍ତ୍ର ସ୍ଥାପନା ହୋଇଥାଏ ସେଠାରେ ମା ଲକ୍ଷ୍ମୀ ବାସ କରନ୍ତି l ତେଣୁ ଧନତେରସ ରେ ଘରକୁ ଶ୍ରୀଯନ୍ତ୍ର ଆଣିବା ଖୁବ ଶୁଭ ଅଟେ l
* ଧନତେରସ ରେ ସୁନା ରୂପା କିଣିବା ଶୁଭ ହୋଇଥାଏ, ଯଦି ସମ୍ଭବ ହେଉ ନାହିଁ ତେବେ ଏହିଦିନ ଘରକୁ କିଣି ଓଂ ଓ ସ୍ୱସ୍ତିକ ଚିହ୍ନ ଆଣନ୍ତୁ l ଏହା ଉଭୟ ଲକ୍ଷ୍ମୀ ଗଣେଶଙ୍କ କୃପା ବରଷାଇ ଥାଏ l ଘରର ଅସୁବିଧା ଦୂର ହୋଇଥାଏ l
* ଧନତେରସ ରେ ଗୋଟା ଧଣିଆ ମା ଲକ୍ଷ୍ମୀଙ୍କୁ ଅର୍ପଣ କରିବା ଉଚିତ l ତେଣୁ ଏହିଦିନ ଘରକୁ କିଛି ଧଣିଆ ଆଣି ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ l ଏହାଦ୍ୱାରା ଜୀବନ ରୁ କଷ୍ଟ ଦୂର ହୋଇଥାଏ l
* ମା ଲକ୍ଷ୍ମୀଙ୍କୁ ଝାଡୁ ଖୁବ ପ୍ରିୟ ଅଟେ l ଝାଡୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ଅଟେ l ତେଣୁ ଧନତେରସ ରେ ଝାଡୁ ନିହାତି କିଣିବା ଆବଶ୍ୟକ l ଏହିଦିନ ଝାଡୁ କିଣିବା ଦ୍ୱାରା ଦରିଦ୍ରତା ନାଶ ହୋଇଥାଏ l
* ଧନତେରସ ରେ ଗୋମେଦ ଚକ୍ର କିଣିବା ଶୁଭ ଅଟେ l ଏହାକୁ କେବଳ ୧୧ ଟି ଆଣିବା ଜରୁରୀ l ଦୀପାବଳୀ ରେ ଏହି ଗୋମେଦ କୁ ପୂଜା କରି ସାରିବା ପରେ ଗୋଟିଏ ହଳଦିଆ କପଡା ରେ ବାନ୍ଧି ଗୋଟିଏ ସ୍ଥାନରେ ରଖି ଦିଅନ୍ତୁ l ଏହାଦ୍ୱାରା ଘରର ଆର୍ଥିକ ଅନାଟନ ଦୂର ହୋଇଥାଏ ଓ ଧନ ବୃଦ୍ଧି ହୋଇଥାଏ l
