ମୁଣ୍ଡ ବିନ୍ଧିବା, ମୁଣ୍ଡ ବୁଲେଇବା ବ୍ରେନ ଟ୍ୟୁମର ର ସାମାନ୍ୟ ସଂକେତ ଅଟେ l ଯଦି ଏଭଳି ସଂକେତ ଦୀର୍ଘଦିନ ଧରି ଦେଖିବାକୁ ମିଳୁଛି ତେବେ ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ କରିବା ଆବଶ୍ୟକ l ଗୋଟିଏ ଟ୍ୟୁମର ଧୀରେ ଧୀରେ ବଢି ବଡ଼ ଆକାର ନେଇଥାଏ l ଯେତେବେଳେ ଟ୍ୟୁମର ହୋଇଥାଏ, ସେତେବେଳେ ଏହା ସଠିକ ସମୟରେ ଚିକିତ୍ସା ନକରାଯିବା ଦ୍ୱାରା ଶରୀର ପାଇଁ ଘାତକ ହୋଇଥାଏ l
ବ୍ରେନ ଟ୍ୟୁମର ୨ଟି କାରଣରୁ ଲକ୍ଷଣ ଦେଖାଇଥାଏ l କ୍ୟାନ୍ସର ରିସର୍ଚ ଅଫ ୟୁକେ ପକ୍ଷରୁ ସୂଚନା ଦିଆ ଯାଇଛି ଯେ କାହିଁକି ନା ଟ୍ୟୁମର ବିଗିଡ଼ିବା ଦ୍ୱାରା ମସ୍ତିଷ୍କ ମଧ୍ୟରେ ଘର କରିଯାଏ l ଯାହାକି ଗୋଟିଏ ବ୍ୟକ୍ତି ଠାରୁ ଆଉ ଗୋଟିଏ ବ୍ୟକ୍ତିର ଟ୍ୟୁମର ଆକାର ଭିନ୍ନ ହୋଇଥାଏ l ଏହା କିଛି ମାସରୁ ନେଇ କିଛି ବର୍ଷ ମଧ୍ୟ ହୋଇପାରେ l କିନ୍ତୁ ଯେତେବେଳେ ବ୍ରେନ ଟ୍ୟୁମର ଆରମ୍ଭ ହୋଇଥାଏ ସେତେବେଳେ କେତୋଟି ଲକ୍ଷଣ ଦେଖା ଯାଇଥାଏ l
ଲକ୍ଷଣ ଗୁଡିକ ହେଲା =
– ନିୟମିତ ଭାବରେ ବାନ୍ତି ଲାଗିବା
– ଚକ୍ଷୁର ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯିବା
– ହାତ ଓ ଗୋଡ଼ ଠିକ ଭାବରେ କାର୍ଯ୍ୟ ନକରିବା
– ସନ୍ତୁଳନ ଭାବରେ ରହିବାରେ ଅସୁବିଧା ହେବା
– କଥା କହିବାକୁ ଅସୁବିଧା ହେବା
– ଥକା ଲାଗିବା
– ଦୈନନ୍ଦିନ କାର୍ଯ୍ୟ କରିବାକୁ ଅକ୍ଷମ
– ମାଂସପେଶୀ ରେ ସଂକୁଚନ
– କୌଣସି କଥା ଠିକ ଭାବରେ ମାନେ ନରହିବା
ବ୍ରେନ ଟ୍ୟୁମର କେଉଁ ମାନଙ୍କୁ ଅଧିକ ହେବାର ସମ୍ଭାବନା ଥାଏ –
– ଗବେଷଣା ଅନୁସାରେ ଏହାର ସେଭଳି କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ମିଳିନାହିଁ l ତଥାପି ଯେଉଁମାନେ ଅଧିକ ଅୟୋନିଜିଙ୍ଗ ରେଡ଼ିଏସନ ବିକିରଣ ର ସମ୍ପର୍କ ରେ ଆସୁଛନ୍ତି , ସେମାନଙ୍କ ନିକଟରେ ବ୍ରେନ ଟ୍ୟୁମର ବିପଦ ବଢି ପାରେ l
– ଅନ୍ୟ ଏକ ଗବେଷଣାରେ କୁହାଯାଇଛି ଯଦି କେହି ପରିବାରରେ ବ୍ରେନ ଟ୍ୟୁମର ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ତେବେ ବ୍ରେନ ଟ୍ୟୁମର ହେବାର ମଧ୍ୟ ସମ୍ଭାବନା ରହିଥାଏ l
