Odisha news

ଗବେଷଣା କହୁଛି : ପୁରୁଷ ମାନଙ୍କ ନିକଟରେ ଇନଫର୍ଟିଲିଟି ବୃଦ୍ଧି ପାଉ ଥିବାର କାରଣ ହେଉଛି ଲାପଟପ

0

ମହିଳାଙ୍କ ସହିତ ପୁରୁଷ ମାନଙ୍କ ନିକଟରେ ଇନଫର୍ଟିଲିଟି ଗ୍ରାଫ ଧୀରେ ଧୀରେ ବଢିବାକୁ ଲାଗିଛି l ସମସ୍ୟା ମାତ୍ର ଗୋଟିଏ l ବଦଳୁଥିବା ଜୀବନ ଶୈଳୀ ରେ କିଛିଟା ଜିନିଷର ଆବଶ୍ୟକତା ଠାରୁ ଅଧିକ ଦଖଲ ଓ ଅଧିକ ବ୍ୟବହାର l ଯେପରିକି ମହିଳାଙ୍କ ଟାଇଟ ଜିନ୍ସ ଓ ହାଇ ହିଲ ସେମାନଙ୍କୁ ରୋଗଗ୍ରସ୍ତ ଓ ଇନଫର୍ଟିଲିଟି ର କାରଣ ହୋଇଥାଏ l ଠିକ ସେହିଭଳି ପୁରୁଷ ମାନଙ୍କର ଧୁମ୍ରପାନ, ମଦ୍ୟପାନ, ବିଳମ୍ବିତ ରାତିରେ ଶୋଇବା, ଏହାଛଡା ଲାପଟପ ରେ ଅଧିକ କାମ କରିବା ଓ ବିଶେଷ ଭାବରେ ଲାପଟପ କୁ ଗୋଡ଼ ଉପରେ ରଖି କାମ କରିବା l

ଲାପଟପ ଦ୍ୱାରା କିଭଳି ବଢିଥାଏ ଇନଫର୍ଟିଲିଟି ସମସ୍ୟା -:
– ଆଜିକାଲି ପୁରୁଷ ମାନଙ୍କ ନିକଟରେ ବୃଦ୍ଧି ପାଉଥିବା ନପୁଂସକତା ର ଗୋଟିଏ ବଡ କାରଣ ହେଉଛି ଲାପଟପ ବୋଲି ଏଥିପାଇଁ କୁହାଯାଉଛି କାରଣ ଯାହାକି ପୁରୁଷ ମାନଙ୍କ କୋଳରେ କିମ୍ବା ଜଙ୍ଘ ଉପରେ ରଖି କାମ କରିଥାନ୍ତି l ଏହାଦ୍ୱାରା ତାଙ୍କ ଅଣ୍ଡକୋଶ ର ତାପମାନ ଲାପଟପ ରୁ ବାହାରିଥିବା ଉତ୍ତାପ କାରଣରୁ ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ବଢି ଯାଇଥାଏ l

– ଅଣ୍ଡକୋଶ ରେ ଶୂକ୍ରାଣୁ ଅର୍ଥାତ ସ୍ପର୍ମ ର ନିର୍ମାଣ ହୋଇଥାଏ l ଯେତେବେଳେ ଲାପଟପ ହିଟ କାରଣରୁ ଟେସ୍ଟିକଲଶ ର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଥାଏ l ଏହାଦ୍ୱାରା ସ୍ପର୍ମ କାଉଣ୍ଟ ୪୦ ପ୍ରତିଶତ ପର୍ଯ୍ୟନ୍ତ କମି ଯାଇଥାଏ l ଏହାଦ୍ୱାରା ପୁରୁଷ ମାନଙ୍କର ଇନଫର୍ଟିଲିଟି ସମସ୍ୟା ବୃଦ୍ଧି ପାଇଥାଏ l

– ଯଦି ୧ ରୁ ୨ ମିନିଟ ତାପମାନ ବଢିବା ଦ୍ୱାରା ଅଣ୍ଡକୋଷ ରେ ଶୂକ୍ରାଣୁ ଙ୍କ ସଂଖ୍ୟା ୪୦ ପ୍ରତିଶତ କମିଯାଇ ଥାଏ l ତେବେ ଦିନ ସାରା ଜଣେ ବ୍ୟକ୍ତି ଜଙ୍ଘ ଉପରେ ଲାପଟପ ରଖି ବସିବ ତେବେ ଏହାଦ୍ୱାରା ତାର ଅଣ୍ଡକୋଷ କେତେ ପରିମାଣ ରେ ପ୍ରଭାବିତ ହେବ l

– ଲାପଟପ ତାପମାତ୍ରା ଦ୍ୱାରା କେବଳ ସ୍ପର୍ମ କାଉଣ୍ଟ ଉପରେ ପ୍ରଭାବ ପଡିଥାଏ l ଏହା ସ୍ପର୍ମ କ୍ୱାଲିଟି ଉପରେ ଖରାପ ପ୍ରଭାବ ପଡିଥାଏ l ଏହାଦ୍ୱାରା ଜଣେ ପୁରୁଷ ପିତୃତ୍ୱ ଲାଭ କରିବାରେ ବାଧା ଉପୁଜି ଥାଏ l

– ଲାପଟପ ରେ କାମ କରିବା ସମୟରେ ସେଥିରୁ ମଧ୍ୟ ଇଲେକ୍ଟ୍ରୋମାଗ୍ନେଟିକ ଫିଲଡ କ୍ରିଏଟ ହୋଇଥାଏ l ଏହା ପୁରୁଷ ମାନଙ୍କ ଇନଫର୍ଟିଲିଟି ର କାରଣ ହୋଇଥାଏ ଓ ସନ୍ତାନ ହୀନତାର କାରଣ ହୋଇଥାଏ l

Nalco
Leave A Reply