Odisha news

କୋଣାର୍କ ରେ ଗୋପବନ୍ଧୁ ଜୟନ୍ତୀ ପାଳିତ

0

କୋଣାର୍କ….ବିଶ୍ଵପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର କୋଣାର୍କ ର ବିଭିନ୍ନ ସ୍ଥାନରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜନ୍ମ ଜୟନ୍ତୀ ମହାସମାରୋହ ରେ ପାଳିତ ହୋଇଯାଇଛି, ନୂଆଗାଁ ସ୍ଥିତ ଆର୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠ, ନୂଆଗାଁ,ସ୍କାଉଟ ଓ ଗାଇଡ଼ର ଛାତ୍ରଛାତ୍ରୀ ଓ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଗୋପବନ୍ଧୁ ଙ୍କ ଜୟନ୍ତୀ ପାଳିତ ହୋଇଥିଲା, ସମାଜସେବୀ ତଥା ଶିକ୍ଷକ ରାମକୃଷ୍ଣ ମହାନ୍ତି, ଜାତୀୟ ସମର ଶିକା୍ଷାର୍ଥୀ ବାହିନୀ ର ଅଧିକାରୀ ଦିଲୀପ କୁମାର ନାୟକ ପ୍ରଦୀପ ପ୍ରଜ୍ୟୋଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ, ସେ ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀ ମାନେ ଗୋପବନ୍ଧୁ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ, ଭୈରବ ସାଧନା କେନ୍ଦ୍ର ର ସଂଯୋଜକ ରବୀନ୍ଦ୍ର ନାଥ ବାହିନୀ ପତି ଙ୍କ ପ୍ରତକ୍ଷ ସହଯୋଗ ରେ ବିଭିନ୍ନ ବିଦ୍ୟାଳୟ ରେ ଗୋପବନ୍ଧୁ ଜୟନ୍ତୀ ପାଳନ କରାଯାଇଥିଲା, ଆଶ୍ରମ ସ୍କୁଲ ପରିସରରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ଅଥିତି ମନେ ମାଲ୍ୟାର୍ପଣ କରିଥିଲେ, ଶେଷରେ କୃତି ଛାତ୍ରଛାତ୍ରୀ ଙ୍କୁ ଅତିଥି ମlନେ ପୁରସ୍କାର ବଣ୍ଟନ କରିଥିଲେ

Nalco
Leave A Reply