Odisha news

ଘଟଗାଁ ପୋଲିସ ର ସଫଳତା. ନକଲି ଓ. ଏଫ. ଏସ. ଅଫିସର ଗିରଫ

0

କେନ୍ଦୁଝର ଜିଲ୍ଲାର ଘଟଗାଁ ଥାନା ଅଧିକ ଚର୍ଚିତ ଓ ସମ୍ବେଦନଶୀଳ ଥାନା ଭାବେ ପରିଚିତ l  ଏହି ଥାନା ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏଠାରେ ବିଶ୍ବ ପ୍ରସିଦ୍ଧ ମା ତାରିଣୀ ପୁଜାପାଇ ଆସୁଛନ୍ତି l ଦୈନିକ ଶହ ଶହ ଭକ୍ତକଂ ଆତ ଜାତ ହୋଇଥାଏ l ତେଣୁ ଅନେକ ଅସାମାଜିକ କାର୍ଯ୍ୟକଳାପ ଦେଖିବାକୁ ମିଳେ l ତେବେ ଗତକାଲି ମଧ୍ୟ ରାତ୍ରୀରେ ଘଟଗାଁ ପୁଲିସ୍ କୁ ଏକ ବଡ଼ ସଫଳତା ମିଳିଛି l ଜଣେ ନକଲି ଓ. ଏଫ. ଏସ. ଅଫିସର କୁ ଗିରଫ କରାଯାଇଛି l ତାହାର ନାମ ସୁଜିତ ପଢ଼ିଆରି ( ୪୫) ପିତାକଂ ନାମ କୈଳାଶ ପଢିଆରି l ଘର ଯାଜପୁର ଥାନା ଅନ୍ତର୍ଗତ ଏରୋବାଙ୍କ  ଗ୍ରାମରେ l ଉକ୍ତ ଯୁବକ ଜଣକଂ ଭୁବନେଶ୍ବର ଓ ଯାଜପୁର ଅଂଚଳରେ ନିଜକୁ ଓ. ଏଫ. ଏସ. ଅଫିସର କହି  ଖାକି ଡ୍ରେସ ପିନ୍ଧି ବେକlର ଶିକ୍ଷିତ ଯୁବକ ମାନଂକୁ ଚାକିରି କରାଇ ଦେବାକୁ କହି ତାକଂ ଠାରୁ ମୋଟା ଅଙ୍କର ଅର୍ଥରାଶି ନେଉଥିଲା l ତେବେ ଆଜକୁ ତିନିଦିନ ହେବ ଘଟଗାଁ ଅଂଚଳରେ ଡେରା ପକାଇ ସେ ତାର ବେପାର ଆରମ୍ଭ କରିଥିଲା l

ଘଟଗାଁ ମାର୍କେଟ ସଂଲଘ୍ନ ତାରିଣୀ ଲଜରେ ରୁମ୍ ନେଇ ରହିଥିଲା l ତେବେ ଗତକାଲି ଘଟଗାଁ ଥାନା ତରା ଗ୍ରାମର ଓମ୍ ପରେସ କୁମାର ଠାରୁ  ଚାକିରି କରାଇ ଦେବାକୁ କହି ବାଆର ହଜାର ଟଙ୍କା ନେଇଥିଲା l  ଉକ୍ତ ବ୍ୟକ୍ତି ଜଣକଂ ନିଜକୁ ଓ. ଏଫ. ଏସ. ଅଫିସର କହି ଯେଉଁ ଡ୍ରେସ ପିନ୍ଧିଥିଲା    ସେଥିରେ  ଡ୍ରେସରେ ସିମ୍ବଲ୍ ଗୁଡିକ ଅଲଗା ଲାଗିଥିଲା l ପରବର୍ତୀ ମୁହୁର୍ତ୍ତରେ ତରା ଗ୍ରାମର ଯୁବକ ଜଣକଂର ସନ୍ଦେହ ହେବାରୁ ସେ ଘଟଗାଁ ଥାନା ରେ ଲିଖିତ ଆକାରରେ ଜଣାଇଥିଲେ l ଥାନାର ବରିଷ୍ଟ ଥାନା ଅଧୀକାରୀ ପ୍ରତିଭା ମଂଜରି ସlହୁ ଓ ଅନ୍ୟ କର୍ମଚାରୀ  ସଂଗେ ସଂଗେ ଛାନଭିନ ଅପରେସନ୍  ଆରମ୍ଭ କରିଥିଲେ, ଓ ଘଟଗାଁ ର ସବୁ ଲଜ କୁ ସିଲ କରିଥିଲେ l ଶେଷରେ ତାରିଣୀ ଲଜରୁ ଉକ୍ତ ନକଲି ଅଫିସରକୁ ଗିରଫ କରାଯାଇଥିଲା l ଆଜି ଥାନା ଅଧୀକାରୀ ପ୍ରତିଭା ମଂଜରି ସlହୁ ଏକ ପ୍ରେସମିଟ ଡକାଇ  ସାମ୍ବାଦିକ ମାନଙ୍କୁ ସବିଶେଷ ତଥ୍ୟ ଦେଇଛନ୍ତି l ଉକ୍ତ ନକଲି ଅଫିସର ଠାରୁ ଆଧାରକାର୍ଡ, ୟୂନିଫର୍ମ, ଓ ଟଂକା ଜବତ୍ କରାଯାଇଛି l ଆଜି ର ପ୍ରେସମିଟ ରେ ଥାନା ଅଧୀକାରୀ ପ୍ରତିଭା ମଂଜରି ସlହୁ କଂ ଉପସ୍ତିତିରେ ଥାନା ର ଏସ. ଡ଼ି. ପି. ଓ. ସୁଶିଲ କୁମାର ମିଶ୍ର ସାମ୍ବାଦିକ ମାନଙ୍କୁ ସମ୍ପୁର୍ଣ ତଥ୍ୟ ପ୍ରଦାନ କରିଛନ୍ତି l ପରବର୍ତୀ ମୁହୁର୍ତ୍ତରେ ଉକ୍ତ ନକଲି ଅଫିସରକୁ ଜେରା କରାଯିବ ଏବଂ କେସ ନମ୍ବର୍ ୨୧୫/୨୨, ଦଫା ୪୧୯, ୪୨୦ ଯୋଗେ କୋର୍ଟ ଚାଲାଣ କରାଯିବ ବୋଲି ଏସ. ଡ଼ି. ପି. ଓ. ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି l

Govt
Leave A Reply