Odisha news

ମଧୁବନରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଓ ମିନି ମାରାଥନ

0

କୁଆଖିଆ ୨/୧୦ :  ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତିର ପିତା ମହତ୍ମା ଗାନ୍ଦୀ ଓ ଶାସ୍ତ୍ରୀଙ୍କ ୧୫୩ ତମ ଜୟନ୍ତି ଓ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଗୋପିନାଥ ପତି ଙ୍କ ତତ୍୍ୱାବଧାନରେ ରେ ଅନୁଷ୍ଟିତ ଉସôବରେ ମୁଖ୍ୟ ଅତିଥି ଭାବେ କୋରେଇବିଧାୟକ ଅଶୋକ କୁମାର ବଳ ମିନି ମାରାଥନ ଉଦ୍ଘାଟନ କରି ଜାତିର ପିତା ଓ ଶାସ୍ତ୍ରୀଙ୍କ ସମ୍ପର୍କରେ କହିଥିଲେ । ସମ୍ମାନିତ ଅତିଥି ଭାବେ ବଡ଼କଇଁଚି ସରପଞ୍ଚ ଅଶୋକ କୁମାର ମଲ୍ଲିକ, ସମିତି ସଭ୍ୟ ସୈାମ୍ୟରଂଜନ ରାଉତ, ଗନ୍ଧଣ ସରପଞ୍ଚ ରୁଦ୍ରନାରାୟଣ ମହାନ୍ତି, ସମିତି ସଭ୍ୟ ଅଜୟ କୁମାର ପଣ୍ଡା, ଯୋଗଦେଇ ମିନିମାରାଥନ ଗଣଦୌଡ଼ରେ ଯୁବଛାତ୍ରଙ୍କ ସହ ସାମିଲ ହୋଇଥିଲେ । ଅତିଥି ମାନେ ଯୋଗଦେଇ ଯୁବଛାତ୍ର ସଭୀଏଁ ସତ୍ୟ ଅହିଂସାକୁ ଜିବନର ଅଦର୍ଶ ଭାବେ ଗ୍ରହଣ କରିବାକୁ କହିଥିଲେ ।

Leave A Reply