Odisha news

ମା ଉଗ୍ରତାରା ଓ ମା ବନଦୁର୍ଗାଙ୍କ କାତ୍ୟାୟନୀ ବେଶ

0

ନିରାକାରପୁର, ‌‌‌‌୧ /୧୦: ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜାର ପଞ୍ଚଦଶ ଦିବସ ଓ ନବରାତ୍ରର ଷଷ୍ଠ ଦିବସରେ କଲ୍ୟାଣମୟୀ ଜଗଜ୍ଜନନୀ ମା ଉଗ୍ରତାରା ଓ ମା ବନଦୁର୍ଗା ପୁଷ୍ପମାଲ୍ୟାଦି ସୁବାସିତ ଦ୍ରବ୍ୟ ଦ୍ବାରା ବିମଣ୍ଡିତ ହୋଇ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ମୁଳିଝରଗଡ ସ୍ଥିତ ମା ଉଗ୍ରତାରା ଓ ରାମେଶ୍ଵର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ ଲାଗିଛି।ବିଶ୍ମର ମଙ୍ଗଳ କାମନା କରି ସ୍ତୁତି ପାଠ ଦ୍ବାରା ତ୍ରିଦିବସୀୟ ଯଜ୍ଞ ନିମନ୍ତେ  ସକାଳୁ ମାନଙ୍କର ମଙ୍ଗଳ ଆଳତି,କଳଶ ପୂଜା, ସୂର୍ଯ୍ୟ ପୂଜା, ଦେବା ଦେବୀ ଙ୍କୁ ଆବାହନ ପୂଜନ ଓ ଯଜ୍ଞାରମ୍ଭ କରାଯାଇଛି। ପାୟସଭୋଗ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତି ଚଣ୍ଡିପାଠ କରାଯାଇଥିବା ବେଳେ ସନ୍ଧ୍ୟାରେ ବାଳଭୋଗ, ଆଳତି ପୁଷ୍ପାଞ୍ଜଳି,  ଅଧରପଣା ଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବାର କାର୍ଯ୍ୟକ୍ରମ ରହିଛି

Leave A Reply