Odisha news

ଜଂକିଆ ରେ ଓଡ଼ିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ : ୫୪ ୟୁନିଟ ରକ୍ତ ସଂଗ୍ରହ

0

ନିରାକାରପୁର , ୩୦/୯:  ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ମାନ୍ୟବର ବିଧାୟକ ଖୋରଧା ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ନେତୃତ୍ୱରେ ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ଶ୍ରୀ ରୁଦ୍ରନାଥ ଦତ୍ତଙ୍କ ତରଫରୁ ଓଡ଼ିଶା-“ମୋ ପରିବାର” ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଶ୍ରୀ ଦିଲ୍ଲୀପ ହୋତାଙ୍କ ସଂଯୋଜନାରେ ଓଡ଼ିଶା ମୋ ପରିବାର ଏବଂ ଓଁ ଶ୍ରୀ ଯୁବ ପରିଷଦ,ଜଙ୍କିଆ ଆନୁକୂଲ୍ୟରେ ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଜଙ୍କିଆ ପଞ୍ଚାୟତ ସ୍ଥିତ ରାଜୀବ ଗାନ୍ଧୀ ସେବା ସଦନ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରୁ ମୋଟ ୫୪ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଏହି ଶିବିରକୁ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ମୁଜ୍ଜିବୁଲ୍ଲା ଖାନ ଉଦଘାଟନ କରିଥିବା ବେଳେ ବିଜୁ ମହିଳା ଜନତା ଦଳ ରାଜ୍ୟ ବରିଷ୍ଠ ଉପସଭାନେତ୍ରୀ ଶ୍ରୀମତୀ ବାସନ୍ତୀ ମହାପାତ୍ର ,ଖୋରଧା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପ୍ରକାଶ ସାମନ୍ତରାୟ , ,ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ଉପସଭାପତି କାଳୁ ବଳିୟାରସିଂହ,ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ସୁକାନ୍ତ ମଙ୍ଗରାଜ,ସାଗର ବାରିକ,ପଞ୍ଚାୟତ ସଭାପତି ମହେଶ ଚନ୍ଦ୍ର ରାଉତରାୟ,ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଇକବାଲ ଅହମ୍ମଦ ,ଅକ୍ଷୟ ଉଦୟସିଂ,   ପୂର୍ବତନ ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ନରେନ୍ଦ୍ର, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପଙ୍କଜିନି ବଳବନ୍ତରାୟ,ସମିତି ସଭ୍ୟ ଶ୍ରୀ ଈଶ୍ୱର ଚନ୍ଦ୍ର ମାର୍ଥ। ପ୍ରମୂଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଓଁ ଶ୍ରୀ ଯୁବ ପରିଷଦର ସଦସ୍ୟ ମାନେ ଏହି ଶିବିରକୁ ପରିଚାଳନା କରିଥିଲେ ।

Nalco
Leave A Reply