ଘଟଗାଁ,୨୬/୯- କେନ୍ଦୁଝର ଜିଲ୍ଲା ଘଟଗାଁ ଭାରତ ପେଟ୍ରୋଲ ପମ୍ପ ନୀକଟସ୍ଥ ପୋଖରୀର ଗାଧେଇବା ବେଳେ ବୁଡିଯାଇ ଜଣେ ନାବାଳକର ମୃତ ଘଟିଛି। ମୃତକ ହେଲେ କୋରାପୁଟ ଜିଲ୍ଲା ବିଏସପୁର ଥାନା ଅନ୍ତର୍ଗତ କମାତା ଗ୍ରାମର ଅଜିତ କୁମାର ଭଟଙ୍କ ୧୪ବର୍ଷର ପୁଅ ଧୀରେନ କୁମାର ଭଟ। ସୂଚନା ଅନୁଯାୟୀ ଧୀରେନ ପରିବାର ଲୋକଙ୍କ ସହ ଘଟଗାଁ ତାରିଣୀ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ ଘଟଗାଁ ସନ୍ନିକଟ ଭାରତ ପେଟ୍ରୋଲ ପମ୍ପ ନିକଟରେ ଥିବା ପୋଖରୀରେ ଗାଧୋଇବା ବେଳେ ଅସାବାଧାନତା ଯୋଗୁ ବୁଡିଯାଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ଧୀରେନକୁ ଉଦ୍ଧାର କରି ଚିକିତ୍ସା ପାଇଁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚି ଶବକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।
