ବାଲିପାଟଣା ୨୬_ ୦୯ : ବାଲିପାଟଣ ବ୍ଲକ ର ପ୍ରାଥମିକ ଶିକ୍ଷକ ସଂଘ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲୀ ଙ୍କ ମାଧ୍ୟମ୍ୟରେ ଏକ ୬ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।୨୦୦୫ ମସିହା ଠାରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ ପ୍ରତି ଲାଗୁ କରାଯାଇଥିବା ଏନ ପି. ଏସ କୁ ଉଚ୍ଛେଦ କରି ଓ ପି.ଏସ ଲାଗୁ କରିବା , ଶିକ୍ଷକମାନଙ୍କୁ ଅଣଶୈକ୍ଷକ କାର୍ଯ୍ୟରୁ ନିବୃତ ରହିବା . ଚୁକ୍ତିଭିତ୍ତିକ ୬ ବର୍ଷ ପ୍ରଥା କୁ ଉଛେଦ ସହ ଏହି ଅବଧି ସ୍ଥାୟି ଚାକିରି ରେ ସାମିଲ କରିବା , ଶିକ୍ଷା କର୍ମୀ ଶିକ୍ଷାସହାୟକ ମାନଙ୍କ ଅବଧି କୁ ବିନା ଅର୍ଥରେ ଚାକିରି ରେ ସାମିଲ କରିବା , ଏକ୍ସ କ୍ୟାଡର ର ପ୍ରଥା ଉଚ୍ଚେଦ କରିବା ଓ ୨ୟ ଆର, ଏ.ଏସ.ପି କୁ ୨୮୦୦ ବଦଳରେ ୪୨୦୦ କରିବା ଇତ୍ୟାଦି ଦାବିପତ୍ର ବ୍ଲକ ସଂଘ ସଭାପତି ଆଲୋକ ରଂଜନ ସାହୁ , ସଂପାଦକ ରଶ୍କି ରଂଜନ ପଣ୍ଡା , ଉପ ସଭାପତି ଝୁନା ରାଣୀ ସାହୁ . ଜିଲ୍ଲା ସଭାପତି ଜମ୍ବେଶ୍ଵର ମଲ୍ଲୀକ ଓ ସଂଘ ର ବହୁ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ବିଧାୟକ ଙ୍କୁ ପ୍ରଦାନ କରାଯାଇଥିଲା । ଏହି ଦାବିପତ୍ର ସାରା ରାଜ୍ୟରେ ପ୍ରତେକ ବ୍ଲକ ର ସଂଘ ମାନେ ସେମାନଙ୍କର ବିଧାୟକ ମାନଙ୍କୁ ପ୍ରଦାନ କରିବେ ବୋଲି ଘୋଷଣା କରାଯାଇଛି । ଯଦି ଉକ୍ତ ଦାବି ପୂରଣ ନ ହୁଏ ଆଗାମି ଦିନରେ ଶିକ୍ଷକମାନେ ରାଜରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
