ହିନ୍ଦୁ ଧର୍ମଶାସ୍ତ୍ରରେ ଶାରଦୀୟ ନବରାତ୍ରୀ ର ବିଶେଷ ମହତ୍ୱ ରହିଥାଏ ଓ ଏହି ପୂଜା ନଅଦିନ ପର୍ଯ୍ୟନ୍ତ କରାଯାଇ ଥାଏ l ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହେଉଛି l ନାବରାତ୍ରୀ ର ପ୍ରଥମ ଦିନରେ ମା ଶୈଳ ପୁତ୍ରୀଙ୍କୁ ପୂଜା କରାଯାଇ ଥାଏ l ମା ଶୈଳ ପୁତ୍ରୀ ହେଉଛନ୍ତ ପର୍ବତରାଜ ହିମାଳୟଙ୍କ କନ୍ୟା ସେଥିପାଇଁ ତାଙ୍କୁ ଶୈଳପୁତ୍ରୀ କୁହାଯାଇଥାଏ l ତାଙ୍କୁ ଆରାଧନା କରିବା ଦ୍ୱାରା ଭକ୍ତର ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ ଓ ମନଵଂଛିତ ଫଳ ପ୍ରାପ୍ତି ହୋଇଥାଏ l
ମହିଳାଙ୍କ ପାଇଁ ଏହି ପୂଜାର ମହତ୍ୱ –
* ଶୈଳ ଅର୍ଥ ପଥର, ପଥର ସର୍ବଦା ଦୃଢ଼ତା ର ପ୍ରତୀକ l ମାନ୍ୟତା ଅନୁସାରେ ମା ଦୁର୍ଗାଙ୍କ ଏହି ସ୍ୱରୂପ କୁ ପୂଜା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ l ମାଙ୍କୁ ପୂଜା କରିବା ଦ୍ୱାରା ଅବିବାହିତା ଝିଅଙ୍କୁ ଯୋଗ୍ୟ ସ୍ୱାମୀ ଲାଭ ହୋଇଥାଏ l
* ନବରାତ୍ରୀ ସମୟରେ ମାଙ୍କ ପୂଜା ଘରର ଦୁଃଖ ଦୁର୍ଦଶା କୁ ଦୂର କରିଥାଏ l ପିଲା ମାନଙ୍କ ଜୀବନ ରେ ନୂତନ କିରଣର ପ୍ରକାଶ ଆଣିଥାଏ l ପ୍ରଥମଦିନ ମା ଶୈଳପୁତ୍ରୀ ଙ୍କୁ ଧଳା ବସ୍ତ୍ର ଓ ଧଳା ପୁଷ୍ପ ଅର୍ପଣ କରାଯାଇ ଥାଏ ଏହାଦ୍ୱାରା ଜୀବନରେ ସୁଖଶାନ୍ତି ବିରାଜମାନ କରିଥାଏ l
* ନବରାତ୍ରୀରେ ଘରେ ମାଙ୍କ ନିକଟରେ ପ୍ରତିଦିନ ଲବଙ୍ଗ ଓ କର୍ପୁର ରେ ଆଳତୀ କରିବା ଆବଶ୍ୟକ, ଏହାଦ୍ୱାରା ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ l
* ଜୀବନରେ ନକାରାତ୍ମକ ଶକ୍ତିର ବିନାଶ ପାଇଁ ପାନ ପତ୍ରରେ ଗୁଆ ଓ ଲବଙ୍ଗ ରଖି ମାଙ୍କୁ ଅର୍ପଣ କରନ୍ତୁ l ଏହାଦ୍ୱାରା ଆପଣ ବର୍ଷ ସାରା ମାଙ୍କ କୃପା ଲାଭ କରିବେ l
