Odisha news

ନଖ କାଟିବା ପୂର୍ବରୁ ନିହାତି ଜାଣି ରଖନ୍ତୁ କେଉଁ ବାର ଗୁଡିକରେ ନଖ କାଟିବା ଦ୍ୱାରା କଣ ହୋଇଥାଏ

0
ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିବାକୁ ଗଲେ ଶରୀରକୁ ସଫାସୁତୁରା ରଖିବା ନିହାତି ଜରୁରୀ l ଆମେ ସମସ୍ତେ ଜାଣିଛେ ଯେ ନଖ ଦ୍ୱାରା ମଧ୍ୟ ଜୀବାଣୁ ଶରୀର ଭିତରକୁ ଯାଇ ଥାଆନ୍ତି l ଯାହାକି ଆମ ଦେହକୁ ଅସୁସ୍ଥ କରିଥାଏ l ବେଳେବେଳେ ଆମେ ନଖ କାଟିବାକୁ ନେଇ ଖୁବ ଅସହଜ ରହିଥାଉ l ଆଉ କିଛି ଲୋକ ଛୁଟି ଦିନରେ ନଖ କାଟିବା ପାଇଁ ଚାହିଁ ଥାଆନ୍ତି l ଆସନ୍ତୁ ଜାଣିବା କେଉଁ ବାରରେ ନଖ କାଟିଲେ କଣ ହୋଇଥାଏ -:

– ସୋମବାର – ଶରୀରର ସମ୍ବନ୍ଧ ମନ ସହିତ ରହିଥାଏ l ଶରୀରର ଗତିବିଧି ମନ ନିକଟରୁ ସଞ୍ଚାଳିତ ହୋଇଥାଏ l ସୋମବାର ଦିନକୁ ମନର କାରକ ବୋଲି ଶାସ୍ତ୍ରରେ କୁହାଯାଇଛି l ଏପରି ସ୍ଥିତିରେ ଯଦି କେହି ସୋମବାର ଦିନ ନଖ କଟିଥାଏ ତେବେ ତାକୁ ତମୋଗୁଣ ରୁ ମୁକ୍ତି ମିଳିଥାଏ l

– ମଙ୍ଗଳବାର – ମଙ୍ଗଳବାର ଦିନ ଅନେକ ଲୋକ ନଖ କାଟିବାକୁ ମନା କରି ଥାଆନ୍ତି l ଏହିଦିନ ନଖ କାଟିବା ଦ୍ୱାରା ରୂଣରୁ ମୁକ୍ତି ମିଳିଥାଏ l

– ବୁଧବାର – ବୁଧବାର ଦିନଟିକୁ ପ୍ରାୟ ସମସ୍ତେ ନଖ କାଟି ଥାଆନ୍ତି l ବୁଧବାର ଦିନ ନଖ କାଟିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ l

– ଗୁରୁବାର – ଗୁରୁବାର ଦିନଟି ମା ଲକ୍ଷ୍ମୀ ଓ ବୃହସ୍ପତିଙ୍କ ଦିନ ଅଟେ l ଯଦି କେହି ଏହିଦିନ ନଖ କାଟନ୍ତି ତେବେ ସତ୍ଵଗୁଣ ର ବୃଦ୍ଧି ହୋଇଥାଏ l

– ଶୁକ୍ରବାର – ଶୁକ୍ର ଗ୍ରହଙ୍କ ସମ୍ବନ୍ଧ ପ୍ରେମ ଓ କଳା ସହିତ ରହିଛି l ଶୁକ୍ରବାର ଦିନ ନଖ କାଟିବା ଦ୍ୱାରା ଦୂର ଯାତ୍ରା କରିବାର ସୁଯୋଗ ମିଳିଥାଏ l

– ଶନିବାର – ଶନିବାର ଦିନ ନଖ କାଟିବା ଉଚିତ ନୁହେଁ l ଶନିବାର ଦିନ ନଖ କାଟିବା ଦ୍ୱାରା ମାନସିକ ଚାପ ବୃଦ୍ଧି ହୋଇଥାଏ l

– ରବିବାର – ରବିବାର ଦିନ ଛୁଟିଦିନ ହୋଇଥିବା କାରଣରୁ ଏହିଦିନ ନଖ କାଟିବା ଦ୍ୱାରା ଦରିଦ୍ରତା ଦେଖା ଦେଇଥାଏ l

Leave A Reply