Odisha news

ପୋଷକତତ୍ୱରେ ଭରପୁର ଦୁଗ୍ଧ , ଗବେଷଣା କହୁଛି ନୀତିଦିନ ନିହାତି ଗୋଟିଏ ଗ୍ଲାସ ଦୁଗ୍ଧ ସେବନ କରିବା ଉଚିତ

0

ଦୁଗ୍ଧକୁ ଗୋଟିଏ କମ୍ପ୍ଲିଟ ଫୁଡ ଭାବରେ ଗ୍ରହଣ କରାଯାଇ ଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇ ଥାଆନ୍ତି ଯେ ପ୍ରତିଦିନ ନିହାତି ଗୋଟିଏ ଗ୍ଲାସ ଦୁଗ୍ଧ ସେବନ କରିବା ନିହାତି ଜରୁରୀ l କାରଣ ଏଥିରେ ଅନେକ ଗୁଡିଏ ପୋଷାକ ତତ୍ୱ ରହିଥାଏ l ଯାହା ଆମ ଶରୀର ପାଇଁ ଖୁବ ହିତକର l କେବଳ ଛୋଟ ପିଲାଙ୍କ ପାଇଁ ନୁହେଁ, ବଡ଼ ମାନଙ୍କ ପାଇଁ ମଧ୍ୟ ଦୁଗ୍ଧ ଖୁବ ହିତକର l

ମିଳିଥାଏ ଅନେକ ପୋଷକତତ୍ୱ –
ଦୁଗ୍ଧ ଦ୍ୱାରା ଆମ ଶରୀରକୁ କ୍ୟାଲସିୟମ, ପ୍ରୋଟିନ, ନେଚୁରାଲ ଫ୍ୟାଟ, କ୍ୟାଲୋରୀ, ଭିଟାମିନ ଡି, ଭିଟାମିନ ବି 2, ପୋଟାସିୟମ ବ୍ୟତୀତ ଅନେକ ପୋଷାକ ତତ୍ୱ ରହିଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଦୁଗ୍ଧକୁ ଥଣ୍ଡା ପିଇବା ବଦଳରେ ଉଷୁମ କରି ସେବନ କରିବା ହିତକର, କାହିଁକି ନା ଏହାର ନ୍ୟୁଟ୍ରିସନ ଭ୍ୟାଲ୍ୟୁ ବୃଦ୍ଧି ପାଇଥାଏ l

କାହିଁକି ପିଇବା ଆବଶ୍ୟକ ଦୁଗ୍ଧ –
ଉଷୁମ ଦୁଗ୍ଧ ଓ ମହୁ ନିୟମିତ ଏକ ସାଙ୍ଗରେ ମିଶାଇ ସେବନ କରିବା ଦ୍ୱାରା ଶରୀରରେ ଆଣ୍ଟି ବ୍ୟାକ୍ଟେରିଆଲ କାର୍ଯ୍ୟ କରିଥାଏ l ସର୍ଦି- କାଶରେ ମଧ୍ୟ ଆରାମ ମିଳିଥାଏ l ଉଷୁମ ଦୁଗ୍ଧ ଶୀଘ୍ର ହଜମ ହୋଇଥାଏ l ଏଥିରେ ଲୌକ୍ଟିୟମ   ନାମକ ପ୍ରୋଟିନ ରହିଥାଏ , ଯାହାକି ରକ୍ତଚାପ ସନ୍ତୁଳନ ରଖିବାରେ ସାହାଯ୍ୟ କରିଥାଏ l ଯେଉଁମାନେ ଥଣ୍ଡା ରୋଗୀ ନିୟମିତ ହଳଦୀ, ମହୁ ଓ ଦୁଗ୍ଧ ମିଳିତ ଭାବରେ ସେବନ କରନ୍ତୁ l

* ଦୁଗ୍ଧ କୁ ଉଷୁମ ଉଷୁମ ସେବନ କରିବା ଦ୍ୱାରା ଖୁବ ହିତକର ଅଟେ l ଏହାଦ୍ୱାରା ଶରୀରରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଥାଏ l ଏହି ପ୍ରୋସେସ କୁ ପାଶ୍ଚରାଇଯେସନ  କୁହାଯାଏ l ହେଲ୍ଥ ଏକ୍ସପର୍ଟ ଙ୍କ ମତରେ ଗରମ ଦୁଗ୍ଧ ସେବନ କରିବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ l

* ପ୍ରତିଦିନ ରାତିରେ ଗୋଟିଏ ଗ୍ଲାସ ଦୁଗ୍ଧ ହଳଦୀ ସହିତ ସେବନ କରିବା ଦ୍ୱାରା ମନ ଓ ମସ୍ତିଷ୍କ ଶାନ୍ତ ରହିଥାଏ, ଏବଂ ସ୍ଲିପିଂ କ୍ୱାଲିଟି ଠିକ ରହିଥାଏ l ଏଥିରେ ଟ୍ରିପ୍ଟୋଫେନ ନାମକ ଅମିନୋ ଏସିଡ ରହିଥାଏ , ଯାହାକି ଭଲ ନିଦ କରାଇବାରେ ସାହାଯ୍ୟ କରିଥାଏ l ଏପରି ସ୍ଥିତି ରେ ରାତିରେ ଯଦି ଠିକ ରେ ନିଦ ହୁଏନାହିଁ, ତେବେ ଉଷୁମ ଦୁଗ୍ଧ ସେବନ କରିବା ହିତକର ଅଟେ l

* ଦୁଗ୍ଧରେ ରହିଥିବା କ୍ୟାଲସିୟମ ହାଡ଼କୁ ମଜବୁତ କରିଥାଏ, ଯେଉଁ କାରଣରୁ ବୋନଡେଂସିଟି ବୃଦ୍ଧି ହୋଇଥାଏ l ଏହାଛଡା ଆପଣଙ୍କ ଶରୀର ଷ୍ଟ୍ରଙ୍ଗ ହୋଇଥାଏ l

* ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଦୁଗ୍ଧ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ l ତେଣୁ ମଧୁମେହ ରୋଗୀଙ୍କ ପାଇଁ ଦୁଗ୍ଧ ହିତକର ଅଟେ l

Nalco
Leave A Reply