Odisha news

ଆୟୁର୍ବେଦର ଔଷଧୀୟ ଗୁଣରେ ଭରପୁର ଅଟେ ଚିରେଇତା, ପ୍ରତିଦିନ ସେବନ କରିବା ଦ୍ୱାରା ମିଳିଥାଏ ୫ଟି ଅଦ୍ଭୁତ ଲାଭ

0
ଆମେ ସମସ୍ତେ ଜାଣିଛେ ଚିରେଇତା ର ସ୍ୱାଦ ପିତା ଅଟେ l ଏହା ହିମାଳୟରେ ମିଳୁଥିବା ଗୋଟିଏ ଜଡିବୁଟି ଅଟେ l ଏହାର ଔଷଧୀୟ ଗୁଣର ଚିକିତ୍ସା ଭାରତୀୟ ଆୟୁର୍ବେଦ, ବ୍ରିଟିଶ ଓ ଆମେରିକାରେ ମଧ୍ୟ କରାଯାଇ ଥାଏ l ଏଥିରେ ଅନେକ ଗୁଡିଏ ବାୟୋ ଆକ୍ଟିଭ କମ୍ପାଉଣ୍ଡ ରହିଛି l ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ଏହି ଯଦି ବୁଟୀ ର ବ୍ୟବହାର ଜ୍ୱର, ମଧୁମେହ ଓ ମେଲେରିଆ ଭଳି ରୋଗ ପାଇଁ କରାଯାଇ ଥାଏ l
– ଜ୍ୱର, କାଶ ଓ ଥଣ୍ଡା ପାଇଁ –
ସର୍ଦି, ଜ୍ୱର ଓ କାଶ ସମୟରେ ଚିରେଇତାର ପ୍ରୟୋଗ କରାଯାଇ ଥାଏ l କାରଣ ଏହି ସମସ୍ତ ସମସ୍ୟା ଭାଇରଲ ଇନଫେକ୍ସନ କାରଣରୁ ହୋଇଥାଏ l ଏପରି ସ୍ଥଳେ ଚିରେଇତା ରେ ଥିବା ଆଣ୍ଟି ଭାଇରଲ ଗୁଣ ଖୁବ ଲାଭକାରୀ l କୁହାଯାଏ ଯେ ଏହିସବୁ ସମସ୍ୟାକୁ ଦୂର କରିବା ପାଇଁ ଚିରେଇତା କୁ ସିଝାଇ ତାର ପାଣିକୁ ସେବନ କରିବା ଆବଶ୍ୟକ l
– ଇମ୍ୟୁନିଟି ପାଇଁ –
ଶରୀରର ପ୍ରତିରୋଧକ ଖାମତା ବୃଦ୍ଧି କରିବା ପାଇଁ ଚିରେଇତା ଖୁବ ଉପଯୋଗୀ l ଚିରେଇତା ରେ ମେଗନିଫେରିନ ବାୟୋଆକ୍ଟିଭ କମ୍ପାଉଣ୍ଡ ରହିଥାଏ l ଏହି ଯୌଗିକ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ l
– ବ୍ଲଡ଼ ସୁଗାର ପାଇଁ –
ଚିରେଇତା ବ୍ଲଡ଼ ସୁଗାର ସ୍ତରକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ l ଏଥିରେ ଥିବା ଅମାରୋଗେଟିନ ବାୟୋ ଆକ୍ଟିଭ ସୁଗାର ସ୍ତରକୁ ନିୟନ୍ତ୍ରିତ କରିଥାଏ l ଏହିସବୁ କାରଣରୁ ଚିରେଇତା ସୁଗାର ସ୍ତରକୁ ନଯାନ୍ତ୍ରିତ କରେ l
– ପାଚନ ସ୍ୱାସ୍ଥ୍ୟ ପାଇଁ –
ଚିରେଇତା ବ୍ୟବହାର ପାଚନ ସମ୍ବନ୍ଧୀୟ ସମସ୍ୟା କୁ ଦୂର କରିଥାଏ l ଚିରେଇତା ଗ୍ୟାସଟ୍ରିକ୍ ସମସ୍ୟା ପାଇଁ ଖୁବ୍ ହିତକର । ପ୍ରତିଦିନ ସକାଳୁ ଖାଲି ପେଟରେ ଚିରେଇତା ପାଣି ସେବନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ଠିକ୍ ଭାବରେ ହୋଇଥାଏ ।
– ଗଣ୍ଠି ଯନ୍ତ୍ରଣା ପାଇଁ –
ଚିରେଇତା ଚେର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ସମସ୍ୟା ପାଇଁ ଖୁବ୍ ହିତକର । ଚିରେଇତା ରେ ସ୍ୱେରଟିଆମାରିନ ନାମକ କମ୍ପାଉଣ୍ଡ ରହିଥାଏ । ଯେଉଁ କାରଣରୁ ଅର୍ଥାରାଇଟିସ ସମସ୍ୟା ଠିକ୍ ହୋଇଥାଏ ।
Govt
Leave A Reply