ବୁଗୁଡା:-ତା-୨୨-୦୮-୨୦୨୨ ନିକଟସ୍ଥ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଆଜି ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ଓ କର୍ମଚାରୀ ବିମା ମନ୍ନ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ ତଥା ଛାତ୍ର-ଛାତ୍ରୀ ମାନଙ୍କ ଗହଣରେ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଛି । ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ସଭାକୁ ମାନ୍ୟବର ମନ୍ନ୍ତୀ ଶ୍ରୀକାନ୍ତ ସାହୁ ଉଦ୍ ଘାଟନ କରି ଛାତ୍ରଛାତ୍ରୀଙ୍କୁ ଉଦ୍ ବୋଧନ ଦେଇଥିଲେ । ଛାତ୍ର-ଛାତ୍ରୀ ମାନେ ନିଜକୁ ଛୋଟ ମନେ ନକରି ଉଚ୍ଚାଭିଳାଷି ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇ ପାରିଲେ ନିଶ୍ଚିତ ଦେଶ ମାତୃକାର ସେବା କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ, ଫାଣ୍ଡି ଅଧିକାରୀ ସମିର କୁମାର ବେହେରା,ଟୁକୁନା ସ୍ବାଇଁ,କିଶୋର ଚନ୍ଦ୍ର ଗୁରୁ,ଖଲି ପରିଡା,ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।
ପ୍ରାରମ୍ଭିକ ସଙ୍ଗୀତ ଓ ଅତିଥିଙ୍କୁ ସ୍ବାଗତ ସମ୍ଭାଷଣ ପରେ ମାନ୍ୟବର ମନ୍ନ୍ରୀ ଶ୍ରୀସାହୁ ମହାବିଦ୍ୟାଳୟର ଦଶଜଣ କୃତି ଛାତ୍ର-ଛାତ୍ରୀଙ୍କୁ ସିଲ୍ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ମହାବିଦ୍ୟାଳୟର କର୍ମଚାରୀ ସଂଘ ପକ୍ଷରୁ ଅଧ୍ୟାପକ ସରୋଜ କାନ୍ତ ଦାଶଙ୍କ ତତ୍ତ୍ବାବଧାନରେ ସମସ୍ତ କର୍ମଚାରୀଙ୍କ ଗହଣରେ ମାନ୍ୟବର ମନ୍ନ୍ରୀଙ୍କୁ ଅଙ୍ଗବସ୍ନ୍ର ପୁଷ୍ପଗୁଛ ସହ ଶ୍ରୀଜଗନ୍ନାଥଙ୍କ ପ୍ରତିମା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବାଲିପଦରର ବରିଷ୍ଠ ନାଗରୀକ ମଞ୍ଚ ପକ୍ଷରୁ ମାନ୍ୟବର ମନ୍ନ୍ରୀଙ୍କୁ ଉପଢୈ।କନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ଜି.ରାଜେଶ୍ବର ପାତ୍ର,ତ୍ରୀନାଥ ସାସମଲ,ପୁରୁଷୋତ୍ତମ ସାହୁ,ମାଧବ ଚନ୍ଦ୍ର ଭୋଳ,ଶୁଶାନ୍ତ କୁମାର ସେଠୀ,ପ୍ରକାଶ ଚନ୍ଦ୍ର ରଥ, ମଙ୍ଗୁଳୁ ପାତ୍ର,ନରସିଂହପାତ୍ର,ଧୃବପାଣିଗ୍ରା ହି ଯୋଗଦେଥିବା ବେଳେ ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା,ପ୍ରଦ୍ୟୁନ୍ନ କୁମାର ପାଢୀ,ଡକ୍ଟର ଏ.ଜିତେଶ ରାଓ ଦୋରା,ଭଞ୍ଜକିଶୋର ଗୈ।ଡ,ନବୀନ ପ୍ରଧାନ,ଅଧ୍ୟାପିକା ସ୍ମିତାରାଣୀ ସାହୁ,ମିନତି ଆଚାରୀ,ଭକ୍ତ ଲତା ମହାପାତ୍ର,ଶଲୀଳା ନାୟକ, ଏ.ଶିବାନୀ ଆଚାରୀ ଓ ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବିବେକା ନନ୍ଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ମାନ୍ୟବର ମନ୍ନ୍ରୀଙ୍କ ଓ ଅତିଥି ମାନଙ୍କ ଦ୍ବାରା ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରା ଯାଇଥିଲା ।
