Odisha news

ଗବେଷଣା କହୁଛି, ପ୍ରତିଦିନ ର ଏହି ଛୋଟ ଛୋଟ ଭୁଲ୍ ହୋଇଥାଏ ଉଚ୍ଚ ରକ୍ତଚାପ ର ବଡ଼ କାରଣ

0
ଉଚ୍ଚ ରକ୍ତଚାପ ଆଜିକାଲିର ଏକ ସାଧାରଣ ସମସ୍ୟା ହୋଇ ଗଲାଣି l ପ୍ରାୟ ଅଧିକାଂଶ ଲୋକ ଅତି କମ ବୟସରୁ ଉଚ୍ଚ ରକ୍ତଚାପ ଦ୍ୱାରା ପ୍ରଭାବିତ ହେଉଛନ୍ତି l ଉଚ୍ଚ ରକ୍ତଚାପ ମଧ୍ୟ ହୃଦୟ ରୋଗର ବଡ଼ କାରଣ ଅଟେ l ହାଇପର ଟେନ୍ସନ କୁ ହାଇ ବ୍ଲଡ଼ ପ୍ରେସର ର କାରଣ ବୋଲି କୁହାଯାଇ ଥାଏ l ଉଚରକ୍ତଚାପ କାରଣରୁ ହାର୍ଟ କୁ ଧମନୀ ଗୁଡିକରେ ରକ୍ତ ସଂଚାଳନ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିଥାଏ l ଯାହାକୁ ନିୟନ୍ତ୍ରଣ କରିବା ଖୁବ ଆବଶ୍ୟକ l
– ଉଚ୍ଚ ରକ୍ତଚାପ ର କାରଣ :
– ମୋଟାପା
-ଧୁମ୍ରପାନ
-ମଦ୍ୟପାନ
– ଅସନ୍ତୁଳିତ ଆହାର
-ନିଦ୍ରା ଅଭାବ
-ଉତେଜନା କିମ୍ବା ଡିପ୍ରେସନ
କେଉଁ ଖାଦ୍ୟ ଠାରୁ ଦୁରେଇ ରହିବେ :
* ଲୁଣ -: ଲୁଣ ରେ ରହିଥିବା ସୋଡିୟମ ଉଚ୍ଚ ରକ୍ତଚାପ ଓ ହୃଦଘାତ ର କାରଣ ହୋଇଥାଏ l ଲୁଣ ଅଧିକ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷରେ ହାନି କାରକ l ଏମିତିରେ ଶରୀରକୁ ଉର୍ଜା ବାନ ରଖିବା ପାଇଁ ଲୁଣର ଆବଶ୍ୟକତା ରହିଥାଏ , କିନ୍ତୁ ଏହା ସୀମିତ ମାତ୍ରାରେ ଖାଇବା ଆବଶ୍ୟକ l
* ଚର୍ବି ଯୁକ୍ତ ଖାଦ୍ୟ :- ବ୍ଲଡ଼ ପ୍ରେସର ନିୟନ୍ତ୍ରଣ କରିବା ପାଇଁ ଆପଣ ଚର୍ବି ଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରହିବା ଉଚିତ l ଯେପରିକି ରେଡ ମିଟ, ବଟର , ଫ୍ୟାଟ ଯୁକ୍ତ ଦୁଗ୍ଧ ଇତ୍ୟାଦି ରେ ସାଚୁରେଟେଡ଼ ଫ୍ୟାଟ ଅଧିକ ରହିଥାଏ l
* ମଦ୍ୟପାନ :- ଯେଉଁ ବ୍ୟକ୍ତି ମାନଙ୍କର ବ୍ଲଡ଼ ପ୍ରେସର ସମସ୍ୟା ରହିଛି ସେମାନେ ମଦ୍ୟପାନ କରିବା ଉଚିତ ନୁହେଁ l ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ଉଚ୍ଚ ରକ୍ତଚାପ ରୋଗୀ ନ ହୋଇ ମଦ୍ୟପାନ କରିବା ଦ୍ୱାରା ରକ୍ତଚାପ ଦ୍ୱାରା ପ୍ରଭାବିତ ହେଉଛନ୍ତି l
Nalco
Leave A Reply