Odisha news

ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହତ୍ୟା ସନ୍ଦେହ।

0

ନିରାକାରପୁର, ୧୪/୮:   ଅଚିହ୍ନା ଯୁଵକ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହତ୍ୟା ସନ୍ଦେହ।ନିରାକାରପୁର ଥାନା ଅନ୍ତର୍ଗତ ରାଉଳ ହଜ ଗ୍ରାମ ନିକଟସ୍ଥ ପଥର ଖଣି ନିକଟରେ ଏକ ଅଚିହ୍ନା ଯୁଵକଙ୍କ ମ୍ରୁତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି… ବେକରେ ଗାମୁଛା ଲଗାଇ ଏକ କାଜୁ ଗଛରେ ଝୁଲୁଥିବା ଦେଖାଯାଇଛି.. ଗ୍ରାମବାସୀ ମାନେ ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ଦେଖି ପୋଲିସକୁ ଖବର ଦେବାରେ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ମୃତକର ପରିଚୟ ମିଳିପାରିନାହିଁ।ପୋଲିସ୍ ଶବ ଜବତ କରି ତଦନ୍ତ ଚଳାଇଛି….ଯୁବକ ଜଣଙ୍କର ବୟସ ୨୬ ..୨୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି..ତା ପ୍ୟାଣ୍ଟ ପକେଟ୍ ରୁ ଏକ ସାଇକେଲ ଚାବି ପୋଲିସ୍ ଉଦ୍ଧାର କରିଥିଵା ବେଳେ ମ୍ରୁତ ଯୁବକ ଜଣଙ୍କର ହାତରେ ଏକ ଟାଟୁ ରହିଛି ଯାହାର ନାମ ପ୍ରଭାତ ଲେଖା ଯାଇଥିବା ଥାନା ଇନସପେକ୍ଟର ଗୀତାଂଜଳୀ ନାୟକ କହିଛନ୍ତି.। ପୋଲିସ ଶବକୁ ଉଦ୍ଧାର କରି ଏକ  ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଛେଦ କରି ତଦନ୍ତ ଚଳାଇଛି।

Leave A Reply