Odisha news

୭୬ତମ ପବିତ୍ର ସ୍ୱାଧୀନତା ଦିବସର ଶୁଭ ଅବସରରେ ମହାପ୍ରବନ୍ଧକଙ୍କ ବାର୍ତ୍ତା

0

ମହାପ୍ରବନ୍ଧକଙ୍କ ବାର୍ତ୍ତା
ପୂର୍ବ ତଟ ରେଳପଥ ପରିବାରର ପ୍ରିୟ ସଦସ୍ୟ,
୭୬ତମ ପବିତ୍ର ସ୍ୱାଧୀନତା ଦିବସର ଶୁଭ ଅବସରରେ ମୁଁ ଆପଣ ପ୍ରତ୍ୟେକଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ସ୍ୱାଧୀନତାର ୭୫ ବର୍ଷ ଅତିବାହିତ ହୋଇଥିବା ଯାତ୍ରା ଆମ ଦେଶବାସୀଙ୍କ ଧର୍ଯ୍ୟ, କଠିନ ପରିଶ୍ରମ, ଅଟଳ ପ୍ରତିଜ୍ଞା, ନମନୀୟତା ଓ ଅଧ୍ୟବସାୟର ପ୍ରତିଫଳନ । ଜାତୀୟ ବିକାଶ ପଥରେ ରେଳପଥର ଭୂମିକା ପ୍ରତିଟି ଦିଗରେ ଅତୁଳନୀୟ ଓ ବାସ୍ତବରେ ଏହା ହେଉଛି “ଜାତିର ଜୀବନ ରେଖା’ ୧୩ ରୁ ୧୫ ଅଗଷ୍ଟ ୨୦୨୨ ମଧ୍ୟରେ ପୂର୍ବ ତଟ ରେଳପଥରେ “ହର ଘର ତ୍ରିରଙ୍ଗା’ ଅଭିଯାନରେ ୪୭୩୮୩ଟି ଜାତୀୟ ପତାକା ବଣ୍ଟନ କରାଯାଇଛି ଓ କର୍ମଚାରୀମାନଙ୍କୁ ସେମାନଙ୍କ ଘରକୁ ତ୍ରିରଙ୍ଗା ଆଣିବା ଓ ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ କରିବାକୁ ଉତ୍ସାହିତ କରାଯାଇଛି । ଆଜାଦୀକି ଅମୃତ ମହୋସôବ ଲୋଗୋର ଷ୍ଟିକରକୁ ୩୭୧ଟି ଇଂଜିନ୍ ଓ ୩୦୦୪ଟି କୋଚରେ ଲଗାଯାଇଛି । ପୂର୍ବ ତଟ ରେଳପଥରେ ବିଭାଜନ ବିଭୀଷୀକା ସ୍ମୃତି ଉପରେ ୩୫ଟି ମନୋନିତ ଷ୍ଟେସନରେ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଜାତୀୟ ବୀରମାନଙ୍କ ଜୀବନୀ ଉପରେ ପ୍ରଦର୍ଶନୀ ଓ ଅନେକ କାର୍ଯ୍ୟକ୍ରମ ଯଥା ବାଇକ ରାଲି ଇତ୍ୟାଦି ଆୟୋଜିତ ହୋଇଛି । ଚଳିତ ବର୍ଷ କୋଣାର୍କରେ ଅନ୍ତର୍ଜାତିକ ଯୋଗ ଦିବସ ଅତ୍ୟନ୍ତ ବର୍ଣ୍ଣାଢ୍ୟ ପରିବେଶରେ ପାଳନ କରାଯାଇଥିଲା ଓ ଏଥିରେ ମାନ୍ୟବର ରେଳ ମନ୍ତ୍ରୀ ଯୋଗ ଦାନ କରିଥିଲେ । “୬୭ତମ ଜାତୀୟ ରେଳ ପୁରସ୍କାର-୨୦୨୨” ପୂର୍ବ ତଟ ରେଳପଥ, ଭୁବନେଶ୍ୱର ଠାରେ ସଫଳତାର ସହ ଆୟୋଜନ କରିବାର ସୌଭାଗ୍ୟ ଅର୍ଜନ କରିଥିଲା । ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳପଥ ୨୦୨୭ ସୁଦ୍ଧା ୩୦୦୦ ମେଟ୍ରିକ ଟନ ମାଲ ବୋଝେଇ ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛି ଯେଉଁଥିରେ ପୂର୍ବ ତଟ ରେଳପଥର ଏକ ପ୍ରମୁଖ ଅଂଶ ଅର୍ଥାତ ୫୦୦ ମେଟ୍ରିକ ଟନ ମାଲ ବୋଝେଇ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ସଫଳତା ହାସଲ ପାଇଁ ଅନେ ଗୁଡ଼ିଏ ଭିତିଭୂମି ମୂଳକ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ଯାହା ଦ୍ୱାରା ରେଳ ଭିତ୍ତିଭୂମିର ବିସ୍ତାର ଓ ରେଳ ପରିସୀମାରେ ଗତିଶୀଳତା ବୃଦ୍ଧି ପାଇ ପାର୍ବତ୍ୟାଞ୍ଚଳ ଓ ଶିଳ୍ପାଞ୍ଚଳକୁ ବନ୍ଦର ସଂଯୋଗ ସ୍ଥାପିତ ହୋଇ ପାରିବ । ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସବୁ ରେଳ ମଣ୍ଡଳ ଗୁଡ଼ିକରେ ଗତି ଶକ୍ତି ୟୁନିଟ ପ୍ରତିଷ୍ଠା କରାଯାଇଛି । ନୂଆ ଲାଇନ ଓ ଦୋହରୀକରଣ ପ୍ରକଳ୍ପ ଗୁଡ଼ିକୁ ତ୍ୱରାନିତ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ଫଳ ସ୍ୱରୂପ ମହୀପୁର-ନୂଆଗାଁ (୧୩.୦୫ କିମି) ନୂଆ ଲାଇନ ନିର୍ମାଣ ସମାପ୍ତ ହୋଇଛି ଓ ୨୦୨୨-୨୩ ଆର୍ଥିକ ବର୍ଷ ରେ ବର୍ତ୍ତମାନ ସୁଦ୍ଧା ୧୨୮ କିମିର ଦୋହରୀକରଣ କାର୍ଯ୍ୟ ସମାପ୍ତ ହୋଇଛି । ରେଳ ଭିତ୍ତିଭୂମିକୁ ଆହୁରି ବିସ୍ତାର କରିବା ଲକ୍ଷ୍ୟ ନେଇ ନିକଟ ଅତୀତରେ ୨୫ଟି ଅନ୍ତିମ ସ୍ଥାନ ସର୍ଭେକ୍ଷଣ(ଏଫଏଲଏସ) କୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ପୂର୍ବ ତଟ ରେଳପଥକୁ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟ ମଞ୍ଜୁରୀ (ସିଏପିଇଏକ୍ସ) ୯୩୪୩ କୋଟି ଟଙ୍କା ଯାହାକି ବର୍ତ୍ତମାନ ସୁଦ୍ଧା ସବୁଠାରୁ ଅଧିକ ବଜେଟ ଅନୁଦାନ । ନିରପତ୍ତାକୁ ସର୍ବଦା ଆମେ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛୁ ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ବହୁ ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରାଯାଇଛି । ବ୍ୟାପକ ଯାଞ୍ଚ ପ୍ରକ୍ରିୟା କରାଯାଇ ଟ୍ରେନ ପରିଚାଳନାରେ ସଂପୃକ୍ତ କର୍ମଚାରୀମାନଙ୍କୁ ନିୟମିତ ପରାମର୍ଶ ପ୍ରଦାନ ସହିତ ସେମାନଙ୍କ ଦକ୍ଷତା ବୃଦ୍ଧି ଓ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଗତ ବର୍ଷରେ ପୂର୍ବ ତଟ ରେଳପଥ ୨୩୨.୧୨ ମେଟ୍ରିକ୍ ଟନ୍ ମାଲ ବୋଝେଇ କରିଅଛି ଓ କ୍ରମାଗତ ଭାବେ ଚତୁର୍ଥ ବର୍ଷ ପାଇଁ ସର୍ବାଧିକ ପଣ୍ୟ ପରିବହନ ଜୋନ୍ର ମାନ୍ୟତା ହାସଲ କରିବାର ଗୌରବ ଅର୍ଜନ କରିଛି । ଜୁଲାଇ ୨୨ ସୁଦ୍ଧା ପୂର୍ବ ତଟ ରେଳପଥ ୭୭.୨୫ ମେଟ୍ରିକ୍ ଟନ୍ ମାଲ ବୋଝେଇ କରିଛି ଯାହା ଗତ ବର୍ଷର ଏହି ଅବଧି ତୁଳନାରେ ଅଧିକ ଅଟେ । ଆମର ଅଗ୍ରଣୀ ପ୍ରଦର୍ଶନ, ଏନଟିକେଏମ, ମାଲବାହୀ ଟ୍ରେନର ହାରାହାରି ଗତି ଓ ଅନ୍ୟାନ୍ୟ ପରିଚାଳନା ଗତ ପ୍ରଦର୍ଶନ ପୂର୍ବାପେକ୍ଷା ଖୁବ୍ ଉତ୍ତମ ହୋଇ ପାରିଛି । ଯାତ୍ରୀବାହୀ ଟ୍ରେନ୍ ଚଳାଚଳରେ ଆଖି ଦୃଶିଆ ଉନ୍ନତି ଅଣାଯାଇ ଆମର ଯାତ୍ରୀମାନଙ୍କ ସୁରକ୍ଷିତ ଓ ଆରାମଦାୟକ ଯାତ୍ରାକୁ ସୁନିଶ୍ଚିତ କରାଯାଇ ପାରିଛି । ପୁରୀ- ନୂଆଗାଁ- ପୁରୀ ମଧ୍ୟରେ ଏକ ନୂଆ ଦୈନିକ ପାସେଞ୍ଜର ଟ୍ରେନ୍ ପ୍ରଚଳନ କରାଯାଇଛି । ୧୨୮୭୧/୭୨ ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସକୁ କଂଟାବାଞ୍ଝି ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଇଛି । ୧୮୪୪୩/୪୪ କଟକ-ପଲାସା-କଟକ ଏକ୍ସପ୍ରେସ ଟ୍ରେନ୍କୁ ଗୁଣୁପୁର ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି । ୧୪୫ଟି ସ୍ୱତନ୍ତ୍ର ଟ୍ରେନ୍ ଜୁଲାଇ ୨୨ ପର୍ଯ୍ୟନ୍ତ ଚଳାଚଳ କରାଯାଇ ଅତିରିକ୍ତ ଯାତ୍ରୀ ଭିଡ଼ ଦୂର କରାଯାଇଛି । ରଥ ଯାତ୍ରା ସମୟରେ ୨୩୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିିଥିଲା । ୧୯୨୧ଟି ରେଳଡବାକୁ ଅସ୍ଥାୟୀ ଭାବେ ୧୪୯ ଗୋଟି ମେଲ / ଏକ୍ସପ୍ରେସ ଟ୍ରେନ୍ରେ ସଂଯୁକ୍ତ କରାଯାଇଥିଲା । ମେଲ / ଏକ୍ସପ୍ରେସ ଟ୍ରେନରେ ୮ ଜୋଡ଼ାରେ ୧୧ଟି ରେକକୁ ଏଲଏଚବି ପର୍ଯ୍ୟାୟକୁ ଉନ୍ନୀତ କରାଯାଇଛି । କୋଭିଡ କଟକଣା କୋହଳ ହୋଇଥିବାରୁ ପୂର୍ବ ତଟ ରେଳପଥ ଏପର୍ଯ୍ୟନ୍ତ ୯୮.୮% ମେଲ/ ଏକ୍ସପ୍ରେସ ଟ୍ରେନ୍ ପୁନଃଚଳାଚଳ ଆରମ୍ଭ କରିଛି । ଚଳିତ ବର୍ଷ ଜୁଲାଇ ୨୦୨୨ ସୁଦ୍ଧା ରାଜସ୍ୱ ଆୟ ୭୧୩୭.୭୪ କୋଟି ଟଙ୍କା ରହିଥିଲା ଯାହା ଗତ ବର୍ଷ ତୁଳନାରେ ଶତକଡ଼ା ୧୩.୫୫ ଭାଗ ଅଧିକ । ପରିଚାଳନା ଗତ ଅନୁପାତ ଜୁଲାଇ ୨୦୨୨ ସୁଦ୍ଧା ଶତକଡ଼ା ୬୦.୬୯ ଭାଗ ଯାହା ଗତ ବର୍ଷ ଥିଲା ଶତକଡ଼ା ୬୪.୦୪ ଭାଗ । ଏହି ସମୟ ଅବଧିରେ ପୂର୍ବ ତଟ ରେଳପଥ ୧୦ଟି ରେଳ ତଳ ପୋଲ ଓ ୦୪ ପାଦଚଲା ଉପର ପୋଲ ନିର୍ମାଣ କରିଛି । ୧୩ ଗୋଟି ଷ୍ଟେସନରେ ଉଚ୍ଚ ସ୍ତରର ପ୍ଲାଟଫର୍ମ ପ୍ରଦାନ କରାଯାଇଛି । ୩୬ଟି ରେଳ ଫାଟକରେ ସ୍ଲାଇଡିଂ ବୁମ୍ ଲଗାଯାଇଛି । ୧୪ ସେଟ୍ ହାସଡାକ୍ ବ୍ୟବସ୍ଥା କରାଯାଇ ବ୍ଲକ କାର୍ଯ୍ୟକାରୀତାକୁ ସୁରକ୍ଷିତ ଓ ଭରସାଯୋଗ୍ୟ କରାଯାଇ ପାରିଛି ।
ଖୋର୍ଦ୍ଧାରୋଡ, ପଟିଆ ପାସେଞ୍ଜର ହଲ୍ଟ ଓ ବାଣିବିହାର ପାସେଞ୍ଜର ହଲ୍ଟ ଠାରେ ନୂଆ ଷ୍ଟେସନ ଭବନର ନିର୍ମାଣ କରାଯାଇଛି । ଷ୍ଟେସନକୁ ବିମାନ ବନ୍ଦର ସଦୃଶ ସୁବିଧା ସୁଯୋଗ ପ୍ରଦାନ କରିବା ଉଦେ୍ଦଶ୍ୟରେ ପୁରୀ, ଭୁବନେଶ୍ୱର, ବିଶାଖାପାଟଣା ଓ କଟକ ଷ୍ଟେସନ ନିମନ୍ତେ ପରିକଳ୍ପନା କରାଯାଇଛି । ଅନ୍ୟାନ୍ୟ ୭ଟି ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଖୋର୍ଦ୍ଧାରୋଡ ମଡେଲ ପରି ଷ୍ଟେସନ ଗୁଡ଼ିକର ଉନ୍ନତି ପାଇଁ ୨୪ ଟି ଷ୍ଟେସନକୁ ଚିହ୍ନିତ କରାଯାଇଅଛି । “ଭୋକାଲ ଫର ଲୋକାଲ’ ଅଭିଯାନର ଅଂଶ ଭାବରେ “ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦ’ ପଦକ୍ଷେପର ଶୁଭାରମ୍ଭ କରାଯାଇ ପୂର୍ବ ତଟ ରେଳପଥର ୧୮ ଗୋଟି ଷ୍ଟେସନରେ ଏହା କାର୍ଯ୍ୟକାରୀ କରାଯାଉଛି । ଏହି ରେଳପଥ ପାର୍ସଲ ପରିଚାଳନା ପ୍ରଣାଳୀରେ ଶତକଡ଼ା ୧୦୦ ଭାଗ ଇ-ଟିଆରଆର ଓ ବାରକୋଡ୍ ବ୍ୟବସ୍ଥା ପ୍ରଚଳନ କରିଛି । ଆମେ ସର୍ବଦା ଆମ ପରିବେଶ ଓ ସ୍ଥିରତା ପାଇଁ ପ୍ରତିବଦ୍ଧ । ଏହି ପ୍ରଚେଷ୍ଟାରେ ପ୍ରାୟ ୧.୮୭ ଲକ୍ଷ ଟଙ୍କା ଚାରା ରୋପଣ କାର୍ଯ୍ୟ ଜୁଲାଇ ୨୦୨୨ ସୁଧା ସମାପ୍ତ ହୋଇଛି । ୨୬ କେଡବ୍ଲୁପି ଅତିରିକ୍ତ ସୋଲାର ପ୍ୟାନେଲକୁ ସ୍ଥାପିତ କରାଯାଇଛି ଯଦ୍ୱାରା ପୂର୍ବ ତଟ ରେଳପଥର ସମୁଦାୟ ସୋଲାର ପ୍ଲାଣ୍ଟ କ୍ଷମତା ୪.୭୨ ଏମଡବ୍ଲୁପି କୁ ବୃଦ୍ଧି ହୋଇ ପାରିଛି । ଫଳ ସ୍ୱରୂପ ୧୧.୨ ନିୟୁତ ୟୁନିଟର ସବୁଜ ଉର୍ଜ୍ଜା ସୃଷ୍ଟି ହୋଇ ୩.୮ କୋଟି ଟଙ୍କା ସଂଚୟ ହୋଇ ପାରିଛି । ପୂର୍ବ ତଟ ରେଳପଥ ହାରାହାରି ୨ ଦିନ ଅବଧିରେ କ୍ରୟ ଅର୍ଡ଼ର ଜାରୀ କରି ପ୍ରଥମ ସ୍ଥାନରେ ରହିପାରିଛି । ପୂର୍ବ ତଟ ରେଳପଥ ୪୫ ଦିନ ଓ ୧୫ ଦିନ ଲକ୍ଷ୍ୟ ଧାର୍ଯ୍ୟ ବିପକ୍ଷରେ ୪୧ ଦିନ ଓ ୬ ଦିନ ମଧ୍ୟରେ ସବୁ ଷ୍ଟୋର ୟୁନିଟ ଗୁଡ଼ିକରେ ଟେଣ୍ଡର କମିଟି ମାମଲା ଓ ସିଧାସିଧି ଗ୍ରହଣ ହେଉଥିବା ମାମଲାକୁ ସମାଧାନ କରି ରେକର୍ଡ଼ ସୃଷ୍ଟି କରିଛି । ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଆମ ସୁରକ୍ଷା ବିଭାଗ ଦ୍ୱାରା କଡ଼ାକଡ଼ି ଯାଞ୍ଚ୍, ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏହି ସୁରକ୍ଷା ବିଭାଗ ଗତ ବର୍ଷର ସମାନ ଅବଧିରେ ୩୯ଟି ମାମଲା ତୁଳନାରେ ୭୫ ଟି ମାମଲା ରୁଜୁ କରିଛି ଓ ଗତ ବର୍ଷର ୬.୧୧ ଲକ୍ଷ ଟଙ୍କା ତୁଳନାରେ ୧୭.୧୫ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି । ଏହି ବିଭାଗର ସାଇବର ସେଲ ସାହାଯ୍ୟରେ ୨୯.୬୧ ଲକ୍ଷ ଟଙ୍କା ମୂଲ୍ୟର ୨୦୯୩ଟି ଟିକେଟକୁ ଜବତ କରି ୩୫୦ଟି ନକଲି ଆଇଡିକୁ ଜବତ କରିଛି ଓ ୫୯ଟି ଦଲାଲଙ୍କୁ ଗିରଫ କରିଛି । ବୈଦୁତି୍ୟକ ଉପାୟରେ ଠକାମିକୁ ରୋକିବା ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ସାଇବର ସେଲ ଉଲ୍ଲେଖନୀୟ ସଫଳତା ଲାଭ କରିଛି । ଏହି ଅବଧି ମଧ୍ୟରେ ୭୮ ଟି ମାମଲା ପଞ୍ଜିକୃତ ହୋଇଛି ଯେଉଁଥିରେ ୧୫୩୫ କିଲୋ ଗଞ୍ଜେଇ ପୁନରୁଦ୍ଧାର ହୋଇଛି ଯାହାର ମୂଲ୍ୟ ୧୧୫ ଲକ୍ଷ ଟଙ୍କା । ପୂର୍ବ ତଟ ରେଳପଥ ଏହାର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଅଧିକ ସଂଖ୍ୟକ କର୍ପୋରେଟ ହସ୍ପିଟାଲଗୁଡ଼ିକୁ ତାଲିକାଭୁକ୍ତ କରିଛି । ଭାରତର ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୁପକ୍ଷଙ୍କ ନିଦେ୍ର୍ଦଶାବଳୀ ପାଳନ କରାଯାଇ ଭୁବନେଶ୍ୱର ଓ ବିଶାଖାପାଟନମ୍ ରେଳ ଷ୍ଟେସନ “ଇଟ ରାଇଟ ଷ୍ଟେସନ’ ଭାବେ ପ୍ରମାଣପତ୍ର ପାଇଛି । ସ୍ୱୀକୃତି ପ୍ରାପ୍ତ ୟୁନିୟନ ଓ ସଂଘ କେବଳ କର୍ମଚାରୀଙ୍କ କଲ୍ୟାଣ ପାଇଁ ନୁହେଁ ବରଂ ଆମ ଆଖ ପାଖରେ ଥିବା ଗୋଷ୍ଠିସମୂହଙ୍କ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ସେମାନେ ରକ୍ତଦାନ ଶିବିର ଆୟୋଜନ କରିବା ସହ କୋଭିଡ଼ ମହାମାରୀ ସମୟରେ ରୋଗୀଙ୍କୁ ସ୍ୱାସ୍ଥ୍ୟପଦ ଖାଦ୍ୟ ବିତରଣ କରିବା ସହ ରୋଗୀଙ୍କ ପରିବାରକୁ ନୈତିକ ସହଯୋଗ କରିଛନ୍ତି । ମହିଳା ସଶକ୍ତିକରଣର ବିଭିନ୍ନ ପ୍ରମୁଖ୍ୟ ସ୍ଥାନରେ ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ବହୁ କଲ୍ୟାଣକାରୀ କାର୍ଯ୍ୟକରି ପ୍ରଶଂସିତ ହୋଇଛି । ଆମେ ସେମାନଙ୍କ ମୂଲ୍ୟବାନ ଅବଦାନରେ ନିଜକୁ ଧନ୍ୟମନେ କରୁଛୁ । ଆମର କ୍ରୀଡ଼ାବିତ୍ ମାନେ ରେଳପଥ ପାଇଁ ଗୌରବ ଆଣିଛନ୍ତି । ପୂର୍ବ ତଟ ରେଳପଥର କ୍ରୀଡ଼ା ଅଧିକାରୀ ଶ୍ରୀ ଅମିତ ରୋହିଦାସ ଓ ଓଏସ୍ଡ଼ି (କ୍ରୀଡ଼ା) ମିସ୍ ଦୀପ ଗ୍ରେସ ଏକା ପରୁଷ ଓ ମହିଳା ହକି ଦଳରେ ଯଥାକ୍ରମରେ ବର୍ମିଂହାମ, ଲଣ୍ଡନରେ ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠି କ୍ରିଡ଼ାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାର ଗୌରବ ଅର୍ଜନ କରିଛନ୍ତି । ଉଭୟ ଦଳ ଦେଶ ପାଇଁ ପଦକ ଜିତିଛନ୍ତି । ନିକଟରେ ଶେଷ ହୋଇଥବା ରାଜ୍ୟ ସ୍ତରୀୟ କ୍ରୀଡ଼ାରେ ପୂର୍ବ ତଟ ରେଳପଥର କବାଡ଼ି ମହିଳା ଦଳ ଚାମ୍ପିଅନ ହୋଇଛନ୍ତି । ଭାରତୀୟ ମହିଳା ୟୁ-୧୮ ଭଲିବଲ ଦଳର କୋଚ ଭାବେ ଶ୍ରୀ ଲୋତକ ବିନ୍ଦୁ ଦାସ ନିଯୁକ୍ତ ହୋଇଛନ୍ତି । ଆମର ଏପର୍ଯ୍ୟନ୍ତ ଉଲ୍ଲେଖନୀୟ ସଫଳତା ହେତୁ ଆମେ ଅଗକୁ ଆହୁରି ଭଲ ପ୍ରଦର୍ଶନ କରିବା ଓ ଜାତିର ଗୌରବ ବୃଦ୍ଧି କରିବା ସହିତ ଲକ୍ଷ୍ୟ ଓ ଅଭିଳାଷ ପୂରଣ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହେବା । ସବୁ ପ୍ରତିବନ୍ଧକକୁ ପରାସ୍ତ କରି ଓ ମନୋବଳକୁ ଦୃଢ ରଖି କାର୍ଯ୍ୟକ୍ଷେତ୍ରରେ ଅବିରାମଭାବେ ସୁବ୍ୟବସ୍ଥିତ ପ୍ରଣାଳୀ ଜରିଆରେ ଉନ୍ନତି ଆଣିବା ସହ ଉକ୍ରର୍ଷତା ଜାରୀ ରଖିବାକୁ ପ୍ରୟାସ କରିବା । ଏହି ପବିତ୍ର ଦିବସ ଅବସରରେ ଆସନ୍ତୁ ଆମେ ଆମର ଲକ୍ଷ୍ୟକୁ ନବୀକରଣ କରିବା ସହ ଚଳିତ ଆର୍ଥିକ ବର୍ଷରେ ସଫଳତାର ନୂତନ ଶିଖରରେ ପହଁଚିବା ଲାଗି ଆମର ପ୍ରତିବଦ୍ଧତା ଓ ଉତ୍ସର୍ଗୀକୃତ କର୍ତ୍ତବ୍ୟ ପରାୟଣତାକୁ ଉଦ୍ଜୀବିତ କରିବା । ମୁଁ ପୁଣି ଥରେ ସମସ୍ତଙ୍କୁ ମୋର ଶୁଭେଛା ଓ ଅଭିନନ୍ଦନ ଜଣାଉଛି ।
ଜୟ ହିନ୍ଦ୍
ଶରଦ କୁମାର ଶ୍ରୀବାସ୍ତବ
ମହାପ୍ରବନ୍ଧକ (ପ୍ରଭାରୀ)

Leave A Reply