Odisha news

ପରଜଙ୍ଗ ହାଇସ୍କୁଲରେ ଆଜାଦ କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ

0

ପରଜଙ୍ଗ — ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁଶିଂହ ନୋଡାଲ ବିଦ୍ୟାପୀଠରେ ଶନିବାର ଆଜାଦ କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଖେଳ ଶିକ୍ଷକ ମନୋରଞ୍ଜନ ବାରିକଙ୍କ ସହଯୋଗରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରଭାତ ଫେରି କରିଥିଲେ ।ହାତରେ ବ୍ୟାନର ,ତ୍ରିରଙ୍ଗା ପତାକା ସହିତ ସହିଦ ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଳୋଗାନ ଦେଇ ବିଦ୍ୟାଳୟ ପରିସରରୁ ବାହାରି ବ୍ଲକ ,ମେଡ଼ିକାଲ ରାସ୍ତାରେ ଶାନ୍ତି ପୂର୍ଣ୍ଣ ପଦଯାତ୍ରା କରି ବିଦ୍ୟାଳୟରେ ପହଞ୍ଚି ଥିଲେ ।

ଦେଶର ୭୫ତମ ସ୍ବାଧିନତା ଦିବସ ପୂର୍ତ୍ତି ଉପଲକ୍ଷେ ଏକ ହର ଘର ତ୍ରିରଙ୍ଗା ଉପରେ ଛାତ୍ର ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ପରିଡ଼ା ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦାନ କରିଥିଲେ ।ସାଂପ୍ରତିକ ସମାଜରେ ଜାତି,ମନୋଭାବ ,ପରିଚୟ ଦେଇ ଏକତ୍ରିତ ହୋଇ ନିଜେ ପ୍ରଗତି ପଥରେ ଆଗେଇବା ସହ ଅନ୍ୟ ମାନଙ୍କୁ ଆଗେଇ ନେବା ଆମର କର୍ତ୍ତବ୍ୟ ,ଯାହାକି ଭାରତର ପ୍ରଧାନମନ୍ତ୍ରୀ ସବୁବେଳେ ସବକା ସାଥ ,ସବକା ବିକାଶ ,ସବକା ବିଶ୍ୱାସ ,ସବକା ପ୍ରସ୍ୱାସ ଉପରେ ଦିଗଦର୍ଶନ ଦେଇଥାନ୍ତି । ଏହି ଦିଗ ଉପରେ ଅଗ୍ରଗତି ହେଲେ ଆହୁରି ଦେଶ ଅଗ୍ରଗତି ହୋଇ ପାରିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ପରିଡ଼ା ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ ।ଏତଦ୍ ବ୍ୟତୀତ ପ୍ରତ୍ୟେକ ଘରେ କିପରି ତ୍ରିରଙ୍ଗା ପତାକା ଉତ୍ତୋଳନ ହେବ ସେ ଦିଗରେ ମଧ୍ୟ ଅବଗତ କରାଇଥିଲେ । ବିଦ୍ୟାଳୟରେ ଏହି ମହୋତ୍ସବ କାର୍ଯ୍ୟକ୍ରମ ଲାଗି ପରିବେଶ ଉତ୍ସବ ମୁଖରିତ ହୋଇଥିଲା ।କାର୍ଯ୍ୟକ୍ରମରେ ଅନ୍ୟତମ ଶିକ୍ଷକ ଅମୂଲ୍ୟ ମହାପାତ୍ର ,ଶ୍ରୀକର ସାହୁ ଓ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ,କର୍ମଚାରୀ ଓ ବିଦ୍ୟାଳୟର ସ୍କାଉଟ୍ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ ।

Nalco
Leave A Reply