Odisha news

ବୁଗୁଡ଼ା ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା , ୬୩ ପ୍ରକଳ୍ପ ପ୍ରଦର୍ଶିତ

0
ବୁଗୁଡ଼ା  : ତା ୧୩/୦୮/୨୨ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି  । ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ ପରିଚାଳନା ସମିତି ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ଅଗ୍ନିଶମ ଅଧିକାରୀ ସଞ୍ଜୟ ରାଉତ ଏବଂ ସମ୍ମାନିତ ଅତିଥି ଭାବେ ଅତିଥି ଭାବେ  ସହ-ସମ୍ପାଦକ ସୁଧୀର ପଟ୍ଟନାୟକ ଯୋଗଦେଇ କୁନି ବିଜ୍ଞାନୀଙ୍କୁ ଉତ୍ସାହିତ କରିଥିଲେ । ଏହି ବିଜ୍ଞାନ ମେଳାରେ କନିଷ୍ଠ ବର୍ଗ , ଶିଶୁ ବର୍ଗ , ବାଲ ବର୍ଗ ଓ କିଶୋର ବର୍ଗର  ଛାତ୍ରଛାତ୍ରୀଙ୍କ ପକ୍ଷରୁ ମୋଟ ୬୩ଟି ପ୍ରକଳ୍ପ ସ୍ଥାନ ପାଇଥିଲା ।
ବିଚାରକ ଭାବେ ଶିକ୍ଷକ ମୃତ୍ୟୁଞ୍ଜୟ ହୋତା , ପ୍ରଶାନ୍ତ କୁମାର ଗୌଡ, ଗଙ୍ଗାଧର ଦାଶ , ଦେବୀ ପ୍ରସାଦ ମିଶ୍ର , ଗୌରୀ କୁମାର ମିଶ୍ର  , ଜୟନ୍ତ କୁମାର ପଟ୍ଟନାୟକ, ସୁନିଲ୍ ବିଷୋୟୀ ଏବଂ ଶିକ୍ଷୟିତ୍ରୀ ସ୍ବର୍ଣ୍ଣପ୍ରଭା ମହାନ୍ତି ଓ ବିନ୍ଦୁଶ୍ରୀ ବିଶ୍ବାଳ
ପ୍ରମୁଖ ଯୋଗ ଦେଇ ଭିନ୍ନ ଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ବିଭିନ୍ନ ପ୍ରକଳ୍ପକୁ ନିରୀକ୍ଷଣ ପୂର୍ବକ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ  । ସେହିପରି ଜ୍ଞାନ ବିଜ୍ଞାନ ମେଳାର ଉଦଯାପନୀ ଉତ୍ସବ ପରିଚାଳନା ସମିତି ସଭାପତି ବ୍ରଜ କିଶୋର ପାଢ଼ୀଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ଟ୍ରଷ୍ଟର ସଭାପତି ଗଙ୍ଗାଧର ବିଷୋୟୀ ଏବଂ ସମ୍ମାନିତ ଅତିଥି ଭାବେ  ସମିତି ଉପସଭାପତି ଗୌରୀ ଶଙ୍କର ମିଶ୍ର ଓ କୋଷାଧକ୍ଷ ରଜତ କୁମାର ପୃଷ୍ଟି ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ  । ଉକ୍ତ କାର୍ଯ୍ୟକ୍ରମକୁ ବିଜ୍ଞାନ ପ୍ରମୁଖ ଗୁରୁମା ମମତା ବାରିକ ଅନ୍ଯ ସେବାବ୍ରତୀମାନଙ୍କ ସକ୍ରିୟ ସହଯୋଗରେ ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ ପ୍ରଧାନାଚାର୍ଯ୍ଯ ରବିନ୍ଦ୍ର ଦାଶ ଅତିଥି ପରିଚୟ ପ୍ରଦାନ , ଗୁରୁଜୀ ଜଗନ୍ନାଥ ରଥ ବିବରଣୀ ପଠନ ଓ ଗୁରୁମା ହରପ୍ରିୟା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ  ।
Leave A Reply