Odisha news

କଂଗ୍ରେସ ପକ୍ଷରୁ ସ୍ୱାଧିନତାର ଗୈାରବ ଯାତ୍ରା

0

୧୩/୮: କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଟୋ ଠାରେ କଂଗ୍ରେସ ଦଳ ପକ୍ଷରୁ ସ୍ୱାଧିନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ସ୍ୱାଧିନତାର ଗୈାରବ ଯାତ୍ରା ବରିଷ୍ଠ ନେତା ଭୁବନ ବିହାରୀ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଧରଣୀଧର ମହାନ୍ତ, ଘନଶ୍ୟାମ ମହାନ୍ତ, ଲାଲମୋହନ ମହାନ୍ତ,ମୁନା ନାଏକ, ଉପେନ୍ଦ୍ର ବିଶ୍ୱାଳ,ରିତା ଦାସ, ଉର୍ମିଳା ଦାସ,କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଧ୍ୟକ୍ଷା ଗୋଲାପ ମଞ୍ଜରୀ ସୋରେନ୍ ତଥା ବହୁ ବ୍ଲକ ସ୍ତରୀୟ ନେତା ଓ କର୍ମୀ ଉପସ୍ଥିତ ରହି ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ବାହାରିଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରକୁ ହିଟଲର ଶାସନ ସହ ତୁଳନା କରି ସାଧାରଣ ଲୋକଙ୍କ ଖାଦ୍ୟ ଚୁଡ଼ା, ମୁଢ଼ି ଉପରେ ଜିଏସଟି ଲଗାଇ ବଡ଼ ବଡ଼ ବ୍ୟବସାୟୀଙ୍କ ଋଣ ମାଫ୍ ର ତିବ୍ର ନିନ୍ଦା କରାଯାଇଥିଲା।ଦେଓ ନଦୀ ବନ୍ଧ ଯୋଜନାର ସମସ୍ତ ଶ୍ରେୟ ବିଜୁ ଜନତା ଦଳ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ତାଙ୍କ ଦାୟାଦଙ୍କୁ ଦେଉଥିବା ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ଏବଂ ଏହି ବିଷୟକୁ ବୋଧେ ରାଜ୍ୟ ସରକାର ଭୁଲି ଯାଇଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ରାଜନ ବିହାରୀ ସାହୁ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜାତିର ପିତା ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସୁବାଷ ଚନ୍ଦ୍ର ବୋଷ, ଗୋପବନ୍ଧୁ ଦାସ ପ୍ରଭୃତିଙ୍କ ଭାରତ ସ୍ୱାଧୀନତାରେ ଅବଦାନ ଅତୁଳନୀୟ ଏବଂ ସେମାନଙ୍କ କାର୍ଯ୍ୟ ପାଇଁ ଆମେ ଆଜି ସ୍ୱାଧିନତାର ଅମୃତ ଚାଖି ପାରୁଛୁ ଏବଂ ଆଜିର ଅର୍ଥନୈତିକ ଅବସ୍ଥା ପାଇଁ ମୋଦୀ ସରକାର ହିଁ ଦାୟୀ ବୋଲି ଭୁଵନ ବାଵୁ ପ୍ରକାଶ କରିଥିଲେ। ଆଜି ବେକାରୀ ସମସ୍ୟା ସର୍ବାଗ୍ରେ ପହଁଞ୍ଚିଛି। ଉପଯୁକ୍ତ ସମସ୍ୟା ଗୁଡ଼ିକୁ ଲୁଚାଇ ମିଥ୍ୟା ପ୍ରତିଶୃତି ମଧ୍ୟରେ ଜନସାଧାରଣଙ୍କୁ ବାନ୍ଧି ରଖୁଛନ୍ତି। ତେଣୁ ଏହି ସରକାର  ନିକଟରୁ ମନ ଫେରଣ କରିବାର ସମୟ ଆସିଛି ବୋଲି ସେ କହିଥିଲେ

Leave A Reply