ଭଣ୍ଡାରିପୋଖରୀ,୪ା୮ : ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଗୁରୁବାର ବିଶ୍ୱସ୍ତନ୍ୟପାନ ସପ୍ତାହ ପାଳନ ହୋଇଯାଇଛି । ମେଡିକାଲ ସମ୍ମିଳନୀ କକ୍ଷରେ ଅଧିକ୍ଷକ ତଥା ବରିଷ୍ଠ ଶିଶୁରୋଗ ବିଷେଶଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ଡା ଆଦିତ୍ୟ କୁମାର ସାହୁ ଓ ଡା ସସ୍ମିତା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ପାଇଁ ମାତୃ ସ୍ତନ୍ୟପାନର ଆବଶ୍ୟକତା, ଉପଯୋଗୀତା ଓ ଏହାର ଅଭାବରେ ଶିଶୁର ବିଭିନ୍ନ ଅସୁବିଧା ସମ୍ପର୍କରେ ଆଲୋକପାତ କରିବା ସହ ଯେ କୌଣସି କାରଣ ପାଇଁ ଶିଶୁକୁ ଏହି ପ୍ରାକୃତିକ ଖାଦ୍ୟରୁ ବଞ୍ଚôତ କରାଯିବା ଉଚିତ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ । ଆଜିର ମାତୃଜାତି ଏହି ଦାଇତ୍ୱ ପ୍ରତି କ୍ରମେ ବିମୁଖ ହେଉଥବାରୁ ଏହାର ନିରାକରଣ ପାଇଁ ବ୍ୟାପକ ଜନସଚେତନତା ଲୋଡା ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ସ୍ଥାନୀୟ ଶାରଦା ବିଦ୍ୟାମନ୍ଦିର ଗୁରୁମା ସୁସ୍ମିତା ସ୍ୱାଇଁଙ୍କ ନେତୃତ୍ୱରେ ଶିଶୁମାନେ ଚିତ୍ରାଙ୍କନ, କୁଇଜ ଓ ରଙ୍ଗୋଲି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀଙ୍କୁ ବିପିଏମ ରଶ୍ମିରେଖା ପୃଷ୍ଟି ପୁରସ୍କାର ପ୍ରଦାନ କରିଥିଲେ । ପି.ଏଚ.ଇ.ଓ. ସୁରେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ ।
