Odisha news

ଚାଣକ୍ୟ ନୀତି : ଏହି ୩ଟି କାର୍ଯ୍ୟ କରିବା ପାଇଁ କଦାପି ପଛକୁ ହଟନ୍ତୁ ନାହିଁ, ବାଧାପ୍ରାପ୍ତ ହୋଇପାରେ ଆପଣଙ୍କ ଉନ୍ନତି

0

ଗୋଟିଏ ସୁଖୀ ଜୀବନ ପାଇଁ ଚାଣକ୍ୟ ନୀତି ଆମକୁ ପଥ ପ୍ରଦର୍ଶନ କରାଇଥାଏ l କିପରି ଗୋଟିଏ ସଫଳ ଜୀବନ ଅତିବାହିତ କରିବେ ତାହାକୁ ନେଇ ଚାଣକ୍ୟ ନିଜ ନୀତିରେ ସୂଚେଇ ଦେଇଛନ୍ତି l ଜୀବନରେ ସେତେବେଳେ ସଫଳତା ମିଳିଥାଏ ଯେତେବେଳେ ମଣିଷ ଉନ୍ନତି ପଥରେ ନିଜକୁ ନିୟୋଜିତ କରିଥାଏ l

ଚାଣକ୍ୟଙ୍କ ନୀତି ଅନୁସାରେ ଜୀବନରେ କିଛିଟା ମହତ କାର୍ଯ୍ୟ ଆମକୁ ଉନ୍ନତି ମାର୍ଗରେ ଆଗେଇ ନେଇଥାଏ l ଯାହାକୁ ପ୍ରତ୍ୟେକ ମଣିଷ ବିଶେଷ ଧ୍ୟାନ ଦେବା ଜରୁରୀ l

* ଶିକ୍ଷା –
ଚାଣକ୍ୟ ନୀତି ଅନୁସାରେ ଶିକ୍ଷା ଗ୍ରହଣ କରିବାର କୌଣସି ବିଶେଷ ବୟସ ସୀମା ନଥାଏ l ଜ୍ଞାନ ଯେଉଁ ସ୍ଥାନରୁ ମିଳିଥାଏ ସେଠାରୁ ଗ୍ରହଣ କରିନେବା ଆବଶ୍ୟକ l କାରଣ ସଫଳ ହେବା ପାଇଁ ଶିକ୍ଷାର ଆବଶ୍ୟକତା ରହିଛି l ସମ୍ପୂର୍ଣ ଓ ସଠିକ ଶିକ୍ଷା ଜୀବନ ରେ ସମସ୍ତ ପରିସ୍ଥିତି ସହ ଲଢ଼ିବାର ସାହସ ଜୁଟାଇଥାଏ l ଜ୍ଞାନ ରୁ ଧନ ମାନସମ୍ମାନ ପ୍ରାପ୍ତ ହୋଇଥାଏ l ତେଣୁ ମନୁଷ୍ୟ ସର୍ବଦା ଶିକ୍ଷା ପ୍ରତି ସମ୍ମାନ ରଖିବା ଜରୁରୀ l

* ଜପ –
ମନ୍ତ୍ର ଜପ ଦ୍ୱାରା ମଣିଷକୁ ମାନସିକ ଶାନ୍ତି ମିଳିଥାଏ l ନିଜର ଲକ୍ଷ ହାସଲ କରିବା ପାଇଁ ମନକୁ ଶାନ୍ତ ରଖିବା ଆବଶ୍ୟକ l ଶାସ୍ତ୍ର ଅନୁସାରେ ମନ୍ତ୍ର ମନକୁ ଶାନ୍ତ ଓ ସୁଧ କରିଥାଏ l ଯାହାଦ୍ୱାରା ସକାରାତ୍ମକ ବିଚାର ସଂଚାର ହୋଇଥାଏ l ଜପ କରିବାର ଅର୍ଥ ନିଜ ବିଚାର ରେ ଶୁଦ୍ଧତା ଆଣିବା l ଯେତେବେଳେ ବିଚାରରେ ଶୁଦ୍ଧତା ଆସିବ ଲକ୍ଷ ପ୍ରାପ୍ତି ପାଇଁ  ମନ ସୁଦୃଢ଼ ହେବ l

* ଦାନ –
ଦାନ ଅର୍ଥାତ ଅନ୍ୟକୁ ସାହାଯ୍ୟ କରିବା l ଅନ୍ୟକୁ ସାହାଯ୍ୟ କରିବା ପାଇଁ କଦାପି ଦୁରେଇ ଯିବା ଉଚିତ ନୁହେଁ l ନିସ୍ଵାର୍ଥ ମନରେ କରୁଥିବା ସାହାଯ୍ୟ ବ୍ୟକ୍ତିକୁ ସଫଳତା ଦେଇଥାଏ l ଦାନ କେବଳ ଧନ କୁ ବୁଝାଇନଥାଏ l ଯେପରିକି ଅନ୍ୟର ଭାବନାକୁ ବୁଝିବା, ଅନ୍ୟ ପ୍ରତି ଉଦାର ଭାବନା ରଖିବା, ଅନ୍ୟର ଦୁଃଖ ସମୟରେ ସାହାଯ୍ୟର ହାତ ବଢାଇବା ଇତ୍ୟାଦି l ଏହି ଗୁଣ ଥିବା ବ୍ୟକ୍ତି ସର୍ବଦା ଅନ୍ୟ ମାନଙ୍କ ପାଇଁ ପୂଜ୍ୟ l

Leave A Reply