Odisha news

ଚାଣକ୍ୟ ନୀତି : ପୁରୁଷର ଏହି ସମସ୍ତ କାର୍ଯ୍ୟ ତାକୁ କରି ଦେଇଥାଏ ପଶୁ ସଦୃଶ, ସମୟ ଥାଉ ଥାଉ ହୋଇ ଯାଆନ୍ତୁ ସତର୍କ

0

ଚାଣକ୍ୟ ନୀତି ମଣିଷ ଜିବନର ସତ୍ୟତା କୁ ଦର୍ଶାଇ ଥାଏ l ସବୁ ମଣିଷ ଜୀବନ ରେ ଗୋଟିଏ ଭଲ ସମୟ ଓ ଭଲ ସ୍ଥିତିରେ ବଞ୍ଚିବାକୁ ଇଛା କରି ଥାଆନ୍ତି l କିନ୍ତୁ ବେଳେ ବେଳେ ଏପରି କିଛି କାର୍ଯ୍ୟ ରହିଥାଏ ଯାହାକି ମଣିଷକୁ ବିପଥଗାମୀ କରାଇଥାଏ l ଏପରି ସ୍ଥିତିରେ ମଣିଷ ସତର୍କ ରହିବା ଜରୁରୀ l

* ଯଦି ଉଚ୍ଚ କୂଳରେ ଜନ୍ମ ହୋଇ ଆପଣ ବୁଦ୍ଧିମାନ ନହେଲେ ତେବେ କି ଲାଭ ? କାରଣ ନୀଚ୍ଚ କୂଳରେ ଜନ୍ମ ନେଇଥିବା ଜ୍ଞାନୀ ବ୍ୟକ୍ତିକୁ ସ୍ୱୟଂ ଈଶ୍ୱର ମଧ୍ୟ ସମ୍ମାନ ଦେଇ ଥାଆନ୍ତି l ତେଣୁ ଜ୍ଞାନୀ ସର୍ବଦା ପୂଜନୀୟ l ସେଥିପାଇଁ ଚାଣକ୍ୟ କହିଛନ୍ତି ଜ୍ଞାନ ବିହୀନ ବ୍ୟକ୍ତି ପଶୁ ସହିତ ତୁଳନୀୟ l ତାର ଆଦର କଦାପି କରାଯାଇ ନଥାଏ l କାରଣ ବିଦ୍ୟା ସବୁଠି ପୂଜ୍ୟ l

* ପୃଥିବୀର ଭାର ସେହି ଲୋକଙ୍କ ଭାରରେ ଦବି ଯାଇଥାଏ ଯେଉଁମାନେ ନିଜର କୁକାର୍ଯ୍ୟ ଦ୍ୱାରା ନିଜର ଚତୁର୍ପାଶ୍ୱ କୁ ଦୂଷିତ କରି ଥାଆନ୍ତି l ନିଜର ହିଂସା, କ୍ରୋଧ ଓ ଅହଂକାର ଦ୍ୱାରା ସମାଜକୁ ଦୂଷିତ କରି ଥାଆନ୍ତି l ଏଭଳି ବ୍ୟକ୍ତି ସମାଜ ପାଇଁ ପଶୁ ସଦୃଶ ଅଟନ୍ତି l

* ନିଜର ଦରିଦ୍ରତା କୁ ନେଇ କଦାପି ଧର୍ଯ୍ୟ ହରା ହେବା ଉଚିତ ନୁହେଁ l କାରଣ ମଣିଷ ନିଜର କର୍ତବ୍ୟ ସମ୍ପାଦନ କରିବା ଜରୁରୀ l ଦରିଦ୍ରତା କୁ ନେଇ ବ୍ୟକ୍ତି ଯଦି ବିପଥଗାମୀ ହୋଇଥାଏ, ଯେପରିକି ଚୋରି କରିବା ବିଭିନ୍ନ ପାପ କାର୍ଯ୍ୟ କରିବା ତେବେ ଏହି ସ୍ଵଭାବ ତାକୁ ପଶୁ ସହିତ ତୁଳନା କରିଥାଏ

* ଯେଉଁ ବ୍ୟକ୍ତି ରୋଜଗାର କରିବାକୁ ଭୟ କରିଥାଏ, ଅନ୍ୟ ଆଗରେ ନିଜ ପରିଚୟ ଦେବାକୁ ଓ ପରିବାର ର ପରିଚୟ ଦେବାକୁ ଭୟ କରିଥାଏ ସେଭଳି ବ୍ୟକ୍ତିକୁ ଜାଣିବା ଖୁବ କଠିନ l କାରଣ ବ୍ୟକ୍ତିର ପରିଚୟ ହେଉଛି ତାର ଗର୍ବ l

* ଲୋଭୀ , କୁଳାଙ୍ଗାର, କୁଟିଳ ମନା ଓ ନୀଚ ସ୍ୱଭାବର ବ୍ୟକ୍ତି ସର୍ବଦା ପଶୁ ସହିତ ତୁଳନୀୟ l ଏପରି ବ୍ୟକ୍ତି ଜୀବନରେ ସମସ୍ତ ଙ୍କ ନିକଟରେ ଘୃଣ୍ୟ ଅଟନ୍ତି l ଏପରି ବ୍ୟକ୍ତି ପଶୁ ସହିତ ତୁଳନୀୟ l

Nalco
Leave A Reply