Odisha news

ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର , ୮୦ ଅଭିଯୋଗ ପଞ୍ଜିକୃତ : ୨ଜଣଙ୍କୁ ରେଡ଼କ୍ରସ୍ ଓ ୭ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା

0

ଦଶପଲ୍ଲା୧୮/୭ : ଦଶପଲ୍ଲା ବ୍ଲକ ସଭା ଗୃହ ରେ ନୟାଗଡ ଜିଲ୍ଲାପାଳ ଡ଼ଃ ପୋମ୍ମା ଟୁଡୁ ଙ୍କ ଦ୍ବାରା ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡ଼ଃ ଟୁଡୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣୀ ଶିବିରରେ ସମୁଦାୟ ୮୦ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଏଥି ମଧ୍ୟରେ ୬୮ ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ଗ୍ରାମ ବିବାଦ ସମ୍ପର୍କ ରେ ୩ ଟି ଅଭିଯୋଗ ହୋଇଥିଲା । ସେଥି ମଧ୍ୟରୁ ୪୮ ଟି ଅଭିଯୋଗ ର ଶୁଣାଣି କରି ଜିଲ୍ଲାପାଳ ତୁରନ୍ତ ସମାଧାନ କରିଥିଲେ । ବାକି ଅଭିଯୋଗ ଗୁଡ଼ିକର ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗ କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏହି ଶିବିରରେ ୭ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ଓ ୨ ଜଣଙ୍କୁ ଜିଲ୍ଲା ରେଡ଼କ୍ରସ୍ ପାଣ୍ଠି ରୁ ଜିଲ୍ଲାପାଳ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେହିପରି ୨ ଜଣ ଦିବ୍ୟାଂଗ ମହିଳା ଙ୍କୁ ଜିଲ୍ଲାପାଳ ହୁଇଲ ଚେୟାର ପ୍ରଦାନ କରିଥିଲେ । ଏହି ମିଳିତ ଜନ ଶୁଣାଣି ଶିବିର ରେ ନୟାଗଡ ଆରକ୍ଷୀ ଅଧିକ୍ଷକ ଅଲେଖ ପହି,ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ, ବିଡ଼ିଓ ବିଶ୍ୱ ରଂଜନ ବିଶ୍ୱାସ,ତହସିଲଦାର ଅର୍ଜୁନ ପ୍ରଧାନ,ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବ ବ୍ରତ କର ଙ୍କ ସହ ବିଭିନ୍ନ ବିଭାଗ ର ଅଧିକାରୀ ଓ ଲାଇନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ । ପରେ ଜିଲ୍ଲାପାଳ ଦଶପଲ୍ଲା ବ୍ଲକ ଟାକେରା ଆଶ୍ରମ ବିଦ୍ୟାଳୟ ରେ ପହଂଚି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ସହ ମତ ବିନିମୟ କରିବା ସହ ବିଦ୍ୟାଳୟ ରେ ଅତିରିକ୍ତ ଛାତ୍ରାବାସ ଓ ଭୋଜନ ଗୃହ ନିର୍ମାଣ ନିମନ୍ତେ ବ୍ୟୟ ଅଟକଳ ରିପୋର୍ଟ ଦେବାପାଈଁ ଜିଲ୍ଲାପାଳ ଉପସ୍ଥିତ କନିଷ୍ଠ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦେଇଥିଲେ ଏହି ଗ୍ରସ୍ତ ସମୟ ରେ ଜିଲ୍ଲା ମଙ୍ଗଳ ଉନ୍ନୟନ ଅଧିକାରୀ ଙ୍କ ସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ

IEC 2 years
Leave A Reply