ଆମେ ସାଧାରଣ ଭାବରେ ବର୍ଷା ଋତୁରେ ଫୁଡ ପଏଜନିଙ୍ଗ ର ଅଧିକ ଶିକାର ହୋଇଥାଉ l ଏହି ସମୟରେ ବାତାବରଣ ରେ ଅଧିକ ମଇଶ୍ଚର ରହିଥାଏ ଓ ବ୍ୟାକ୍ଟେରିଆ ମଧ୍ୟ ବଢି ଯାଇ ଥାଆନ୍ତି l ଏହି କାରଣରୁ ବାହାର ଖାଦ୍ୟରେ ଅଧିକ ବ୍ୟାକ୍ଟେରିଆ ବ୍ୟାପିଥାଏ l ଏହାଦ୍ୱାରା ବାସୀ ଖାଦ୍ୟ କାରଣରୁ ଫୁଡ ପଏଜନିଙ୍ଗ ସମସ୍ୟା ଦେଖା ଯାଇଥାଏ l
କାହିଁକି ବର୍ଷାଋତୁରେ ହୋଇଥାଏ ଫୁଡ ପଏଜନିଙ୍ଗ ସମସ୍ୟା –
– ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ଅସାବଧାନତା ଯୋଗୁଁ
– ବାହାର ଖାଦ୍ୟ ହାଇଜିନିକ ଭାବରେ ପ୍ରସ୍ତୁତ ହୋଇ ନଥାଏ l
– ଖାଦ୍ୟ ଯଦି ବାସୀ ହୋଇଥାଏ କିମ୍ବା ପାଣି ଯଦି ସଫା ନଥାଏ ହୋଇଥାଏ ଫୁଡ ପଏଜନିଙ୍ଗ l
ଫୁଡ ପଏଜନିଙ୍ଗ ର ଲକ୍ଷଣ –
– ପେଟରେ ଯନ୍ତ୍ରଣା
– ବାନ୍ତି ଲାଗିବା
– ଭୋକ ନଲାଗିବା
– ଦୁର୍ବଳ ଲାଗିବା
– ମୁଣ୍ଡ ଭାରି ଲାଗିବା
କିପରି ରକ୍ଷା ପାଇବେ ଫୁଡ ପଏଜନିଙ୍ଗ ରୁ –
– ଯଦି ଘରେ ଖାଦ୍ୟ ରହି ଯାଉଛି ତେବେ ତାକୁ ଫ୍ରିଜ ରେ ସଂଚୟ କରି ରଖନ୍ତୁ ଓ ଖାଇବା ସମୟରେ ଗରମ କରି ଖାଆନ୍ତୁ l
– ବାହାରର ତେଲ ଯୁକ୍ତ ଜିନିଷ ଖାଆନ୍ତୁ ନାହିଁ ଓ ଘରେ ତେଲର ପ୍ରୟୋଗ କମ କରନ୍ତୁ l
– ଫଳ ଖାଇବା ପୂର୍ବରୁ ଉଷୁମ ପାଣିରେ ଧୋଇ ଖାଆନ୍ତୁ l
– ପାଣି ଟାଙ୍କି, ଫିଲ୍ଟର ଓ ପାଣି ବୋତଲ ଏହି ଋତୁରେ ନିହାତି ସଫା କରନ୍ତୁ l
– ବାସନ ଗୁଡିକୁ ନିହାତି ସଫା ରଖନ୍ତୁ l
– ନିଜକୁ ହାଇଡ୍ରେଟ ରଖନ୍ତୁ ଓ ଅଧିକ ପାଣି ପିଅନ୍ତୁ l
– ବର୍ଷାଋତୁରେ ପାଣି ଫୁଟାଇ ପିଇବା ଖୁବ ହିତକର l
