ଶ୍ୱାସ ରୋଗୀ ମାନଙ୍କ ମଧ୍ୟରେ ଋତୁ ବଦଳିବା ମାତ୍ରକେ ଶ୍ୱାସରୋଗ ବୃଦ୍ଧି ପାଇଥାଏ l ବିଶେଷ ଭାବରେ ବର୍ଷା ଓ ଶୀତଋତୁ ରେ ଏହି ସମସ୍ୟା ଅଧକ ଦେଖା ଯାଇଥାଏ l କିନ୍ତୁ ଅଧିକ ବର୍ଷା ଋତୁରେ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ l କାରଣ ବର୍ଷା ସହିତ ହ୍ୱିମ୍ୟୁଡ଼ିଟି ମଧ୍ୟ ବୃଦ୍ଧି ହୋଇଥାଏ, ଏହି କାରଣରୁ ଆସ୍ଥମା ଆଟାକ ମଧ୍ୟ ଅଧିକ ପରିମାଣରେ ହୋଇଥାଏ l ଆସ୍ଥମା ରୋଗୀଙ୍କ ଶ୍ୱାସନଳୀ ଫୁଲି ଯାଇଥାଏ l ବର୍ଷା ଦିନେ ଆସ୍ଥମା ରୋଗୀ ମାନଙ୍କୁ ଏଲର୍ଜୀ ଜନିତ ସମସ୍ୟା ହୋଇଥାଏ ତେଣୁ ସାବଧାନ ରହିବା ଆବଶ୍ୟକ l
ଏହିସବୁ କଥାକୁ ଆସ୍ଥମା ରୋଗୀ ବିଶେଷ ଧ୍ୟାନ ଦେବା ଆବଶ୍ୟକ –
– ଆସ୍ଥମା ରୋଗୀ ଏହି ଋତୁରେ କୌଣସି ଥଣ୍ଡା ଜାଗାକୁ ଯିବା ଉଚିତ ନୁହେଁ l ଯଦି ଯାଉଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଯିବା ଜରୁରୀ l
– ଘରେ ମଇଶ୍ଚର ହେବାକୁ ଦେବେ ନାହିଁ କାରଣ ଏହାଦ୍ୱାରା ଆସ୍ଥମା ର ପ୍ରଭାବ ବଢିବାକୁ ଲାଗିଥାଏ l
– ଯଦି ଡାକ୍ତର ଆପଣଙ୍କୁ ଇନ ହଲର ନେବାକୁ କହିଛନ୍ତି ତେବେ ବର୍ଷା ଋତୁରେ ଏହାକୁ ନିହାତି ବ୍ୟବହାର କରିବା ଆବଶ୍ୟକ l
– ଯଦି ଘରେ କୌଣସି ପୋଷା ଜୀବଜନ୍ତୁ ଅଛନ୍ତି ତେବେ ସେମାନଙ୍କ ନିକଟରୁ ନିହାତି ଦୂରତା ରଖନ୍ତୁ l କାରଣ ସେମାନଙ୍କ ଦ୍ୱାରା ବର୍ଷା ଋତୁରେ ଅଧିକ ସଂକ୍ରମଣ ହୋଇଥାଏ l
– ଆସ୍ଥମା ରୋଗୀମାନେ ବାଲାନ୍ସ ଡାଏଟ ନେବା ଆବଶ୍ୟକ l ନଚେତ ଗ୍ୟାସ ଦ୍ୱାରା ମଧ୍ୟ ଆସ୍ଥମା ଆଟାକ ହୋଇପାରେ l
– ଝାଳ ଅଧିକ ବାହାରିବା ଦ୍ୱାରା ମଧ୍ୟ ଆସ୍ଥମା ଆଟାକ ହୋଇଥାଏ , ତେଣୁ ଝାଳ ବାହାରିବା କ୍ଷଣି ଫ୍ୟାନ ତଳେ ବସନ୍ତୁ, ତୁରନ୍ତ ଏସି ର ବ୍ୟବହାର କରନ୍ତୁ ନାହିଁ, ଆପଣଙ୍କ ଶରୀର ସାମାନ୍ୟ ସ୍ଥିର ହେଲେ ଏସି ବ୍ୟବହାର କରନ୍ତୁ l