ଭଣ୍ଡାରିପୋଖରୀ : : ବାରିକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ) ମେଡିକାଲ ଅଫିସର ଡାକ୍ତର ରାଖାଲ ଚନ୍ଦ୍ର ବେହେରାଙ୍କର ରବିବାର ସକାଳ ପ୍ରାୟ ୬.୩୦ ମି. ସମୟରେ ଅକାଳ ବିୟୋଗ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ଗତ ଶନିବାର ରାତ୍ରରେ ଡାକ୍ତର ବେହେରା ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସôା କରାଯାଇଥିଲା । ମାତ୍ର ରବିବାର ପ୍ରତୁ୍ୟଷରେ ଯନ୍ତ୍ରଣା ଅଧିକ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଡାକ୍ତରଖାନା ନିଆଯାଉଥିବା ବେଳେ ଚିଙ୍ଗୁଡିପୁର ନିକଟରେ ପ୍ରାଣତ୍ୟାଗ କରିଥିଲେ । ଭଦ୍ରକ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସ୍ୱର୍ଗତ ଡାକ୍ତରଙ୍କ ସାଥି ଡାକ୍ତର ମୁରଲି ପାଢୀ, ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର କମଳାକାନ୍ତ ସ୍ୱାଇଁ, ଡାକ୍ତର ମଳୟ ରଞ୍ଜନ ସେନାପତି, ଡାକ୍ତର ଆଦିତ୍ୟ କୁମାର ସାହୁ, ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ମନୋରଞ୍ଜନ ରାଉତ, ଫାର୍ମାଶିଷ୍ଟ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ସ୍ୱର୍ଗତ ଡାକ୍ତରଙ୍କୁ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସ୍ୱର୍ଗତ ଡାକ୍ତର ବେହେରା ଦୀର୍ଘ ୬ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ବାରିକପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସôା ସେବା ଯୋଗାଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆସ୍ଥାଭାଜନ ହୋଇ ପାରିଥିଲେ । ବାରିକପୁର ବଜାର ବ୍ୟବସାୟୀ ସଂଘ ପକ୍ଷରୁ ଡାକ୍ତରଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି ।
