ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବଜାରରେ ଥିବା ରାଷ୍ଟ୍ରାୟାତ୍ତ ୟୁକୋ ବ୍ୟାଙ୍କ ଏଟିଏମ କାଉଣ୍ଟରରୁ ଚିରା ଓ ରଙ୍ଗିନ ୫ଶହ ଟଙ୍କିଆ ନୋଟ ରବିବାର ବାହାରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଶିକ୍ଷକ ସୁଧାଂଶୁ ମୋହନ ମିଶ୍ର ସକାଳ ପ୍ରାୟ ୧୦ ଟା ସମୟରେ ଏଟିଏମ କାଉଣ୍ଟର ରୁ ୩ ହଜାର ଟଙ୍କା ଅର୍ଥ ଉଠାଇଥିଲେ । ସବୁଯାକ ୫ଶହ ଟଙ୍କିଆ ନୋଟ ବାହାରିଥିଲା । ସେଥିମଧ୍ୟରୁ ୩ଟି ୫ ଶହ ଟଙ୍କିଆ ନୋଟ ବ୍ୟବହାର ଅଯୋଗ୍ୟ ଚିରା ଥିବା ବେଳେ ଅନ୍ୟ ୫ଟି ୫ଶହ ଟଙ୍କିଆ ନୋଟ ଲାଲ ରଙ୍ଗର ଥିଲା । ରଙ୍ଗିନ ନୋଟକୁ ଗ୍ରହଣ କରିବାକୁ କେହି ରାଜି ହୋଇନଥିବାରୁ ଶ୍ରୀ ମିଶ୍ର ବ୍ୟାଙ୍କ କତ୍ତୃପକ୍ଷକୁ ଯୋଗଯୋଗ କରିଥିଲେ । ରବିବାର ଥିବାରୁ ଫୋନ ରିସିଭ କରିନଥିଲେ କତ୍ତୃପକ୍ଷ । ଏଟିଏମ କତ୍ତୃପକ୍ଷଙ୍କୁ ମଧ୍ୟ ଯୋଗଯୋଗ ସମ୍ଭବ ହେଇନଥିôଲା । ଫଳରେ ଶ୍ରୀ ମିଶ୍ର ଦିନ ତମାମ ହଟହଟା ହୋଇଥିବା ଜଣାଯାଇଛି
