ଭଦ୍ରକ, ତା୨୮ା୬ : ଭୁବନେଶ୍ୱରସ୍ଥିତ ସାଂସଦ କାର୍ଯ୍ୟାଳୟରେ ସଂସଦ ଅପରାଜିତା ଷଡଙ୍ଗୀଙ୍କ ଦ୍ୱାରା ପଣ୍ଡିତ ଦୈତାରି ମହାପାତ୍ରଙ୍କ ରଚିତ ‘ନାରୀଶକ୍ତି ନାରୀ ଅଧିକାର’ ଗ୍ରନ୍ଥ ଉନ୍ମୋଚିତ ହୋଇଯାଇଛି । ପ୍ରାକ୍ତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅଶୋକ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉସôବରେ ମୁଖ୍ୟ ଅତିଥି ଶ୍ରୀମତ ଷଡଙ୍ଗୀ କହିଲେ ନାରୀ ହେଉଛି ଶକ୍ତିମୟୀ, ତ୍ୟାଗ ଓ ଆଦର୍ଶର ମୁକ୍ତିମନ୍ତ ପ୍ରତୀକ । ନାରୀ ଜାଗିଲେ ଦେଶ ଜାଗିବ । ନାରୀ ହିଁ ଏ ସମାଜର ଜାଗ୍ରତ ପ୍ରହରୀ । ଏହି ଅବସରରେ ସହସ୍ର ପୁସ୍ତକର ପ୍ରଣେତା ଲେଖକ ପଣ୍ଡିତ ମହାପାତ୍ରଙ୍କୁ ସେ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଡ. ହରିହର କାନୁନ୍ଗୋ କହିଲେ ନାରୀ ହିଁ ଏ ସମାଜକୁ ଠିକ୍ ମାର୍ଗରେ ପରିଚାଳିତ କରିପାରିବ ।
କାରଣ ସେ ତି୍ରଶକ୍ତି ମହାଲକ୍ଷ୍ମୀ, ମହାକାଳୀ ଓ ମହା ସରସ୍ୱତୀ ରୂପରେ ଜଗତକୁ ପାଳନ କରୁଛି । ପରିବାର ପାଳନ ଓ ସମାଜ ଗଠନରେ ନାରୀର ଭୂମିକା ଅନେକ । ନାରୀନେତ୍ରୀ ଡ. ସୁନୀତି ମୁଣ୍ଡ, ଅଜିତା ମହିଳା ସଂଗଠନର ସଭାନେତ୍ରୀ ମୌସୁମୀ ମହାପାତ୍ର, ନାରୀନେତ୍ର ଆଡଭୋକେଟ୍ ରୋଜିନାରାଣୀ ଦାଶ, ସନ୍ତୋଷ ରାଉତ, ଶାନ୍ତିଲତା ସାହୁ, ଲକ୍ଷ୍ମୀଧର ବିଶ୍ୱାଳ, ସୁମିତ୍ରା ଆଚାର୍ଯ୍ୟ, ସ୍ୱର୍ଣ୍ଣମୟୀ ରାଉତରାୟ, ଆଡଭୋକେଟ୍ କୁଳମଣି ରାଉତ, ସମାଜ ସଂସ୍କାରକ ତୁଳସୀରାମ ଜଗତ ଏବଂ କଳିଙ୍ଗ ଭାରତୀର ସଂପାଦକ ସରୋଜ କୁମାର ପଟ୍ଟନାୟକ ଯୋଗଦେଇ ସମାଜରେ ନାରୀଶକ୍ତି ଓ ତାର ଅଧିକାର ଉପରେ ନିଜ ନିଜର ସ୍ୱତନ୍ତ୍ର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବହୁ ଗ୍ରନ୍ଥର ଲେଖକ ପଣ୍ଡିତ ମହାପାତ୍ର କହିଲେ ନାରୀ ହିଁ ଜାୟା, ଭଗିନୀ ଓ ଜନନୀ ।
ସେ ସବୁକିଛି କରିପାରେ ଏ କଳିହତ ମାନବକୁ ନାରୀ ହିଁ କେବଳ ସଂସ୍କାରିତ କରି ପ୍ରଗତି ପଥରେ ଆଗେଇ ନେଇପାରିବ । ସଭା ଆରମ୍ଭରେ ଶ୍ରୀ ସୁନୀଲ କୁମାର ସାହୁ ‘ବନେ୍ଦ ଉକôଳ ଜନନୀ’ ରାଜ୍ୟ ସଂଗୀତ ଗାନ କରିବା ପରେ ଗ୍ରନ୍ଥର ପ୍ରକାଶିକା ଶକୁନ୍ତଳା ବିନ୍ଧାଣୀ, ସମାଜସେବିକା ଆଶାଲତା ବେହେରା, ଦମୟନ୍ତୀ ଦାସ ଓ ଚୌଧୁରୀ ଚମ୍ପତି ଚରଣ ବେହେରା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ମୁଖ୍ୟଅତିଥିଙ୍କୁ ସ୍ୱାଗତ ଜଣାଇଥିଲେ । ଶେଷରେ ସମର୍ଥ ର ସଭାପତି କାହ୍ନୁଚରଣ ଦାସ ଉପସ୍ଥିତ ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ ହୋଇଥିଲା ।
