ଧୂଷୁରୀ, ତା୨୮ା୬ : ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ସେବା ସମବାୟ ସମିତିରେ ସଭାପତି ଭାବେ ବିଜେଡ଼ିର ସନ୍ଦୀପ ସ୍ୱାଇଁ, ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ସଭାପତି ପଦ ନିମନ୍ତେ ସେ ଏକମାତ୍ର ପ୍ରାଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ କେହି ନାମାଙ୍କନ ପତ୍ର ଦାଖଲ ନକରିବାରୁ ନିର୍ବାଚନ ଅଧିକାରୀ ଶ୍ରୀସ୍ୱାଇଁଙ୍କୁ ସଭାପତି ଘୋଷଣା କରିଥିଲେ । ଏହା ପୂର୍ବରୁ ଧୂଷୁରୀ ବିଜେଡ଼ି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ ଜÿିଲ୍ଲାପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ ଦୟାନିଧି ମିଶ୍ର, ସାରଦା ପ୍ରସନ୍ନ ସାହୁ, ହରିହର ବେହେରା ଓ ଦଳୀୟ କର୍ମୀମାନଙ୍କ ଉପସ୍ଥିତରେ ସଭାପତି ମନୋନୟନ କରାଯାଇ ଥିଲା ।
